ETV Bharat / city

କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସାଂସଦ, ଓଡିଶା ପ୍ରତି ଅବିଚାର ହେଉଥିବା ଅଭିଯୋଗ - କେନ୍ଦ୍ର ସରକାର ଉପରେ ବର୍ଷିଲେ ବିଜେଡି ସାଂସଦ

ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସାଂସଦ ସୁବାଷ ସିଂ । ଆସନ୍ତା ନିର୍ବାଚନରେ ଓଡିଶାବାସୀ ବିଜେପି ଏହାର ଜବାବ ଦେବେ କହିଲେ ସାଂସଦ । ଅଧିକ ପଢନ୍ତୁ

କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସାଂସଦ, ଓଡିଶା ପ୍ରତି ଅବିଚାର ହେଉଥିବା ଅଭିଯୋଗ

author img

By

Published : Feb 5, 2022, 1:21 PM IST

ଭୁବନେଶ୍ବର: ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଲେ ବିଜେଡି ସାଂସଦ । କେନ୍ଦ୍ର ଓଡିଶା ପ୍ରତି ଅବିଚାର କରୁଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଦୁଇରୁ ତିନି ଥର ପିଏମ୍‌ଙ୍କୁ ଚିଠି ଲେଖିଛନ୍ତି । ପାର୍ଲାମେଣ୍ଟରେ ଏହି ପ୍ରସଙ୍ଗ ବାରମ୍ବାର ଉପସ୍ଥାପନ କରାଯାଇଛି । କର୍ଣ୍ଣାଟକ ରାଜ୍ୟ ଆର୍ଥିକ ଦୃଷ୍ଟିକୋଣରୁ ସୁଦୃଢ ହୋଇଥିଲେ ହେଁ ଜାନୁୟାରୀରେ ଏହି ରାଜ୍ୟକୁ 25 ଲକ୍ଷ ଗୃହ ନିର୍ମାଣ ପାଇଁ ଅନୁଦାନ ଦିଆଯାଇଛି, ହେଲେ ଓଡିଶା ସହ ପାତରଅନ୍ତର ହୋଇଛି । କର୍ଣ୍ଣାଟକ ବିଜେପି ଶାସିତ ରାଜ୍ୟ ହୋଇଥିବା ଯୋଗୁଁ ସରକାରଙ୍କ ଏଭଳି ଆଭିମୁଖ୍ୟ ରହିଥିବା ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସୁବାଷ ସିଂ।

କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ସାଂସଦ, ଓଡିଶା ପ୍ରତି ଅବିଚାର ହେଉଥିବା ଅଭିଯୋଗ

ଫନି ବାତ୍ୟା ପରେ ପ୍ରଧାନମନ୍ତ୍ରୀ ଓଡିଶା ଆସିଥିଲେ । ଏପର୍ଯ୍ୟନ୍ତ ରାଜ୍ୟରେ 2 ଲକ୍ଷ ଲୋକ ଫନିରେ ଘର ପାଇନାହାନ୍ତି । ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶାର ଆଦିବାସୀ ଆଧ୍ୟୁଷିତ ଜିଲ୍ଲାରେ ଗରିବ ଲୋକଙ୍କୁ 6 ଲକ୍ଷ ଘର ପାଇଁ 3 ବର୍ଷ ଧରି ଅପେକ୍ଷା କରି ରହିଛି ରାଜ୍ୟ । ଉଷୁନା ଚାଉଳ କ୍ଷେତ୍ରରେ ଓଡିଶା ଏକ ବଳକା ରାଜ୍ୟ । ହେଲେ କେନ୍ଦ୍ର ପର୍ଯ୍ୟାପ୍ତ ପରିମାଣର ଚାଉଳ କିଣିବାକୁ ମନା କରୁଛି । କର୍ଣ୍ଣାଟକରେ ବିଜେପି ସରକାରରେ ଥିବା ଯୋଗୁଁ ଏବଂ ଓଡିଶାରେ ଏହା ବିରୋଧି ଦଳ ହୋଇଥିବାରୁ ଏଭଳି ଅବିଚାର କରୁଛି ।

କେନ୍ଦ୍ର ଉପରେ ଓଡିଶାର 1,623 କୋଟି ଜିଏସଟି ବକେୟା ରହିଛି । କିନ୍ତୁ ତାହା କେନ୍ଦ୍ର ଦେଉନାହିଁ । କେନ୍ଦ୍ର ସରକାରଙ୍କ ଏପରି ପାତରଅନ୍ତର ନୀତି ଓଡିଶା ନିର୍ବାଚନରେ ପ୍ରତିଫଳିତ ହେବ ଓ ଓଡିଶାବାସୀ ଏହାର ଜବାବ ଦେବେ ବୋଲି କହିଛନ୍ତି ସାଂସଦ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.