ETV Bharat / city

ବଢୁଛି ଦରଦାମ, ଆନ୍ଦୋଳନକୁ ଓହ୍ଲାଇବ ବିଜେଡି: ସାଂସଦ ମୁନ୍ନା ଖାଁ

author img

By

Published : Apr 4, 2022, 5:41 PM IST

ମୁନ୍ନା କହିଛନ୍ତି ଯେ, ଦରଦାମ ବୃଦ୍ଧି ପ୍ରସଙ୍ଗ ବିଜେଡି ସଂସଦରେ ଉଠାଇଛି । 5ଟି ରାଜ୍ୟରେ ନିର୍ବାଚନ ଥିବାରୁ ଦରଦାମ ବଢ଼ୁନଥିଲା । ନିର୍ବାଚନ ସରିବା ପରେ ଦରଦାମ ବୃଦ୍ଧି ଲଗାମ ଛଡା ହୋଇଛି । ଖାଦ୍ୟ ସାମଗ୍ରୀ ଦର ବୃଦ୍ଧିରେ ଲୋକ ହନ୍ତସନ୍ତ ହେଲେଣି । ବିଜେଡି ଏନେଇ ପ୍ରତିବାଦ କରିଛି । ଅଧିକ ପଢନ୍ତୁ

ସାଂସଦ ମୁନ୍ନା ଖାଁ
ସାଂସଦ ମୁନ୍ନା ଖାଁ

ଭୁବନେଶ୍ବର: ଦେଶରେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଉଛି । ଏହାର ପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପଡୁଛି । କାରଣ ତୈଳ ଦର ବୃଦ୍ଧି ଯୋଗୁଁ ସମସ୍ତ ପ୍ରକାର ସାମଗ୍ରୀ ମହଙ୍ଗା ହେବାରେ ଲାଗିଛି । ଏନେଇ ବିଜେଡି ଆନ୍ଦୋଳନ କରିବ ବୋଲି କହିଛନ୍ତି ସାଂସଦ ମୁନ୍ନା ଖାଁ ।

ଦରଦାମ ବୃଦ୍ଧି, ଆନ୍ଦୋଳନକୁ ଓହ୍ଲାଇବ ବିଜେଡି: ସାଂସଦ ମୁନ୍ନା ଖାଁ

ମୁନ୍ନା କହିଛନ୍ତି ଯେ, ଦରଦାମ ବୃଦ୍ଧି ପ୍ରସଙ୍ଗ ବିଜେଡି ସଂସଦରେ ଉଠାଇଛି । 5ଟି ରାଜ୍ୟରେ ନିର୍ବାଚନ ଥିବାରୁ ଦରଦାମ ବଢ଼ୁନଥିଲା । ନିର୍ବାଚନ ସରିବା ପରେ ଦରଦାମ ବୃଦ୍ଧି ଲଗାମ ଛଡା ହୋଇଛି । ଖାଦ୍ୟ ସାମଗ୍ରୀ ଦର ବୃଦ୍ଧିରେ ଲୋକ ହନ୍ତସନ୍ତ ହେଲେଣି । ବିଜେଡି ଏ ନେଇ ପ୍ରତିବାଦ କରିଛି । ବିଶେଷ କରି ତୈଳ ଦର ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ଦାବି କରିଛି । ଅତୀତରେ ବିଜେଡି ପ୍ରତିବାଦ କରିଥିଲା । ନିର୍ବାଚନର ଆଚରଣ ବିଧି ଓ କୋଭିଡ ସମସ୍ୟା ଥିବାରୁ ଦଳ ଆନ୍ଦୋଳନ କରିନି । ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.