ETV Bharat / city

ବକେୟା ଅର୍ଥ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

author img

By

Published : Mar 26, 2021, 3:43 PM IST

ନୂଆଦିଲ୍ଲୀରେ ଦୁଇ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ। ବିତ୍ତୀୟ ବର୍ଷ 2020-21 ଶେଷ ହେବାକୁ ବସିଛି। ଚଳିତ ବିତ୍ତୀୟ ବର୍ଷରେ କେନ୍ଦ୍ରୀୟ ଯୋଜନାରେ ବକେୟା ଅର୍ଥ ରାଜ୍ୟକୁ ଏଯାଏଁ ମିଳିନାହିଁ। ଅଧିକ ପଢ଼ନ୍ତୁ...

ବାକିଥିବା ଅର୍ଥ ପ୍ରଦାନ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସଂସଦୀୟ ଦଳ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଦୁଇ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡିର ସଂସଦୀୟ ଦଳ। ବିତ୍ତୀୟ ବର୍ଷ 2020-21 ଶେଷ ହେବାକୁ ବସିଛି। ଚଳିତ ବିତ୍ତୀୟ ବର୍ଷରେ କେନ୍ଦ୍ରୀୟ ଯୋଜନାରେ ବକେୟା ଅର୍ଥ ରାଜ୍ୟକୁ ଏଯାଏଁ ମିଳିନାହିଁ। ବଳକା ଅର୍ଥ ରାଜ୍ୟକୁ ପ୍ରଦାନ କରିବା ପାଇଁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡିର ସଂସଦୀୟ ଦଳ।

ଏପର୍ଯ୍ୟନ୍ତ ଯେତିକି ଟଙ୍କା କେନ୍ଦ୍ର ସରକାରଙ୍କ ଠୁ ରାଜ୍ୟକୁ ମିଳିବା ଅଧିକାର ରହିଛି ତା ଠାରୁ କମ ମିଳିଛି। ବଳକା ଥିବା ଟଙ୍କାରେ ରାଜ୍ୟର ହକ୍‌ ରହିଛି। ସେଥିପାଇଁ ସେସବୁ ଟଙ୍କାକୁ ରାଜ୍ୟକୁ ଯଥାଶୀଘ୍ର ଦେବାପାଇଁ ଦାବିପତ୍ର ପ୍ରଦାନ କଲେ ବିଜେଡିର ସଂସଦୀୟ ଦଳ। ଦିଲ୍ଲୀରେ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ। ଏଥିସହ ବକେୟା ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି।

  • A delegation of BJD MPs met Union Minister of Education Dr.Ramesh Pokhriyal Nishank & submit the memorandum demanding immediate release of pending funds of ₹598.06 Cr to #Odisha. The pending funds are for Centrally Sponsored Schemes for the financial year 2020-21. pic.twitter.com/7nUChkirt2

    — Subash Singh (@SSingh_odisha) March 26, 2021 " class="align-text-top noRightClick twitterSection" data=" ">

ପ୍ରଥମେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ବିଜେଡି ସାଂସଦ ସସ୍ମିତ ପାତ୍ର, ସାଂସଦ ଅମର ପଟ୍ଟନାୟକ, ସାଂସଦ ସୁବାସ ସିଂ, ସାଂସଦ ଏନ୍‌ ଭାସ୍କର ରାଓ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ଋସା)ରେ ୨୦୨୦-୨୧ ଶିକ୍ଷାବର୍ଷରେ ବାକି ଥିବା ଅର୍ଥକୁ ରାଜ୍ୟକୁ ଦେବା ପାଇଁ ଦାବି କରିଛନ୍ତି ସାଂସଦ।

ସେହିଭଳି କେନ୍ଦ୍ର କୃଷି ରାଷ୍ଟ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲଙ୍କୁ ମଧ୍ୟ ଭେଟିଛନ୍ତି ସାଂସଦ ସୁବାସ ସିଂ, ସାଂସଦ ଏନ୍‌ ଭାସ୍କର ରାଓ, ମୁନା ଖାଁ ଏବଂ ପ୍ରସନ୍ନ ଆଚାର୍ଯ୍ୟ। କୃଷି କ୍ଷେତ୍ରରେ ସେଣ୍ଟ୍ରାଲି ସ୍ପୋନସରଡ ସ୍କିମ (ସିଏସଏସ) ଅଧିନରେ ବଳକା ଥିବା କେନ୍ଦ୍ରୀୟ ଅନୁଦାନକୁ ପ୍ରଦାନ ପାଇଁ ଦାବିପତ୍ର ଦିଆଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.