ETV Bharat / city

ଆବାସ ପ୍ଲସ ପୋର୍ଟାଲ୍ ଖୋଲିବାକୁ ସଂସଦରେ ବିଜେଡିର ଦାବି - ଆବାସ ପ୍ଲସ ପୋର୍ଟାଲ୍ ଖୋଲିବାକୁ ବିଜେଡି ସାଂସଦଙ୍କ ଦାବି

ଆବାସ ପ୍ଲସ ପୋର୍ଟାଲ୍ ଖୋଲିବାକୁ ସଂସଦରେ ଦାବି କଲେ ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳ । ଅଧିକ ପଢନ୍ତୁ

ଆବାସ ପ୍ଲସ ପୋର୍ଟାଲ୍ ଖୋଲିବାକୁ ସଂସଦରେ ବିଜେଡିର ଦାବି

author img

By

Published : Aug 6, 2022, 7:18 AM IST

ନୂଆଦିଲ୍ଲୀ: ସଂସଦରେ ଉଠିଲା PMAY(ଗ୍ରାମୀଣ) ପ୍ଲସ ପୋର୍ଟାଲ୍ ଖୋଲିବା ପାଇଁ ଦାବି । ସଂସଦରେ ଏହି ଦାବି କରିଛନ୍ତି ବିଜେଡିର ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ । ମଞ୍ଜୁଲତା କହିଛନ୍ତି ଯେ, ''ଓଡ଼ିଶାରେ ଅନେକ ଗରିବ ଶ୍ରେଣୀର ଲୋକ ଅଛନ୍ତି । ଯେଉଁମାନେ ଭଙ୍ଗା କଚ୍ଚା ଘରେ ରହୁଛନ୍ତି । ଅନେକ ଲୋକ ଫନି ଭଳି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ବାସହରା ହୋଇଛନ୍ତି । PMAY(ଗ୍ରାମୀଣ) ଯୋଜନାରେ କେନ୍ଦ୍ର ସରକାର "୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ପକ୍କା ଘର" ଆହ୍ବାନ ଦେଇଛନ୍ତି । ଏହି ଯୋଜନାକୁ ସଫଳ କାର୍ଯ୍ୟକାରୀ କରିବା ପାଇଁ ଉଦ୍ଧିଷ୍ଟ ପୋର୍ଟାଲ୍ (ଆବାସ ପୋର୍ଟାଲ୍) କେନ୍ଦ୍ର ସରକାରଙ୍କ ଦ୍ଵାରା ବନ୍ଦ ଅଛି । ତେଣୁ ଉପଯୁକ୍ତ ଗରିବ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି ।''

ଓଡ଼ିଶାରେ ଆବାସ ପ୍ଲସ ଓ ରାଜ୍ୟ ଗୃହ ଉନ୍ନୟନ ପୋର୍ଟାଲ୍ ମାଧ୍ୟମରେ ପ୍ରାୟ ୬.୬୫ ଲକ୍ଷ ଗରିବ ପରିବାର ଓ ୧.୮୪ ଲକ୍ଷ ଫନି ବାତ୍ୟା ଦ୍ଵାରା କ୍ଷତିଗ୍ରସ୍ତ ଗରିବ ପରିବାରକୁ ଯୋଗ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି । ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରାୟ ୫୭,୧୯୦ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଏହି ଯୋଜନାରେ ଅନ୍ତର୍ଭକ୍ତ କରାଯାଇଛି, ଯେଉଁମାନେ ଅର୍ଥ ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଆବାସ ପ୍ଲସ ପୋର୍ଟାଲ୍ ଖୋଲିବାକୁ ଅନୁରୋଧ କରିଛନ୍ତି । ସମସ୍ତ ତଥ୍ୟକୁ ଆଧାର କରି ତୁରନ୍ତ ଆବାସ ପୋର୍ଟାଲ୍ ଖୋଲି ହିତାଧିକାରୀଙ୍କୁ ଅର୍ଥ ମଞ୍ଜୁର ଓ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ସେ ଦାବି କରିଛନ୍ତି ।

ସଂସଦ ଅଧିବେଶନରେ ଧାରା ୩୭୭ ଅନୁସାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ନିଜର ଲିଖିତ ପ୍ରଶ୍ନ ଉପସ୍ଥାପନ କରି ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଠାରେ ଦାବି ରଖିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ଉକ୍ତ ଆବାସ ପ୍ଲସ ପୋର୍ଟାଲ୍ ଖୋଲା ହେଲେ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ସହିତ ଆହୁରି ଅପେକ୍ଷାରେ ଥିବା ଅନେକ ଗରିବ ଲୋକ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପକ୍କା ଘରଟିଏ ପାଇ ଉପକୃତ ହେବେ । ଖୁବଶୀଘ୍ର ଉକ୍ତ ପ୍ରଶ୍ନର କେନ୍ଦ୍ର ସରକାରଙ୍କ ତରଫରୁ ଉତ୍ତର ଆସିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.