ETV Bharat / city

କେନ୍ଦ୍ରକୁ ଭର୍ତ୍ତୁହରିଙ୍କ ପ୍ରସ୍ତାବ, SDRF ପାଣ୍ଠି ବୃଦ୍ଧି କରିବାକୁ ଦାବି

author img

By

Published : Sep 20, 2020, 7:58 PM IST

ମହାମାରୀ କୋରୋନାକୁ ନେଇ ଲୋକସଭାରେ ବିଜେଡି ସାଂସଦଙ୍କ ଓଡିଆରେ ବିସ୍ତୃତ ବିବୃତ୍ତି । କେନ୍ଦ୍ର ସରକାରଙ୍କ ପାଖରେ କିଛି ପ୍ରସ୍ତାବ ମଧ୍ୟ ରଖିଛନ୍ତି ଭର୍ତ୍ତୁହରି । ଏସଡିଆରଏଫ ପାଣ୍ଠି ବୃଦ୍ଧି ପାଇଁ ଦାବି କରିଛନ୍ତି ବିଜେଡି ସାଂସଦ । ଅଧିକ ପଢନ୍ତୁ...

କେନ୍ଦ୍ରକୁ ଭର୍ତ୍ତୁହରିଙ୍କ ପ୍ରସ୍ତାବ, SDRF ପାଣ୍ଠି ବୃଦ୍ଧି କରିବାକୁ ଦାବି
କେନ୍ଦ୍ରକୁ ଭର୍ତ୍ତୁହରିଙ୍କ ପ୍ରସ୍ତାବ, SDRF ପାଣ୍ଠି ବୃଦ୍ଧି କରିବାକୁ ଦାବି

ନୂଆଦିଲ୍ଲୀ: ଦେଶ ତଥା ରାଜ୍ୟରେ କୋରୋନା ସଙ୍କଟ ଲାଗିରହିବା ସମୟରେ ଲୋକସଭାରେ ମହାମାରୀ ସମ୍ପର୍କରେ ବିସ୍ତୃତ ବିବୃତ୍ତି ଦେଇଛନ୍ତି ବିଜେଡି ସାଂସଦ ଭର୍ତ୍ତୁହରି ମହତାବ । ବିଜେଡି ସାଂସଦ ନିଜର ସମ୍ପୂର୍ଣ୍ଣ ବିବୃତ୍ତି ଓଡିଆରେ ଦେଇଛନ୍ତି । ଏହାସହ ସେ କେନ୍ଦ୍ର ସରକାରଙ୍କ ପାଖରେ କିଛି ପ୍ରସ୍ତାବ ମଧ୍ୟ ରଖିଛନ୍ତି ।

ସାଂସଦ ଭର୍ତ୍ତୁହରି ମହତାବ କହିଛନ୍ତି, ଆମେ ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଲଢୁଛନ୍ତି । ଆମେ ଏହା ହୃଦୟଙ୍ଗମ କରିସାରିଛନ୍ତି ଯେ ବିଜ୍ଞାନର ଏକ ନିର୍ଦ୍ଧିଷ୍ଟ ସୀମା ରହିଛି । ବିଜ୍ଞାନ ହିଁ ସର୍ବଶକ୍ତିମା ଏହା ଭୁଲ ପ୍ରମାଣିତ ହୋଇଛି । ବିଜ୍ଞାନ ଜରିଆରେ ସମାଧାନର ରାସ୍ତା ମିଳୁନାହିଁ । ଏଣୁ ବିଜ୍ଞାନର ଗବେଶକଙ୍କୁ ସବୁ ପ୍ରକାରର ସହାୟତା ପ୍ରଦାନ କରିବା ଉଚିତ ବୋଲି କହିଛନ୍ତି ଭର୍ତ୍ତୁହରି ।

ଭର୍ତ୍ତୁହରି କହିଛନ୍ତି, 8 ମାସ ହେବ ଆମେ ସମସ୍ତ ମହାମାରୀ ବିରୋଧରେ ଲଢୁଛନ୍ତି । ଅନ୍ୟଦେଶର ଉଦାହରଣ ମଧ୍ୟ ଦେଉଛନ୍ତି ଦେଉଛନ୍ତି । ଏପରି କ୍ଷେତ୍ରରେ ଭାରତର ମଧ୍ୟ କିଛି ବିଶେଷତ୍ବ ରହିଛି । ସମସ୍ତଙ୍କର ସହଯୋଗରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରସାସନ ସହ କେନ୍ଦ୍ର ସରକାର ସମନ୍ବୟ ରକ୍ଷା କରି ଏହି ମହାମାରୀ ବିରୋଧରେ ଲଢିବା ଆବଶ୍ୟକ । ଏ ଯୁଦ୍ଧରେ ଆମେ ଜିତିବା । ଆମେ ଏପରି ଉଦାହରଣ ସୃଷ୍ଟି କରିବା, ଯାହାକୁ ପରବର୍ତ୍ତୀ ପିଢୀ ପଢିବେ ।

କେନ୍ଦ୍ରକୁ ଭର୍ତ୍ତୁହରିଙ୍କ ପ୍ରସ୍ତାବ:

ଦେଶର ଯେତେ ଆରୋଗ୍ୟକର୍ମୀ, ଆଶାକର୍ମୀ, ସାମାଜିକକର୍ମୀ ଅଛନ୍ତି, ସେମାନଙ୍କୁ ପ୍ରଣାମ କରିବା ସହ ସାବାସି ଦେବା । ସେ ଏହି ଲଢେଇ ପ୍ରସଂଶା ପାଇଁ ଲଢୁନାହାନ୍ତି । ଦେଶବାସୀଙ୍କ ଆଶୀର୍ବାଦ ଯୋଗୁଁ ସେ ନିଜ ଜୀବନକୁ ବାଜି ଲଗାଇ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି । ଏଥିପାଇଁ ସେମାନଙ୍କ ସାମାଜିକ ସୁରକ୍ଷା ଦିଗରେ ସରକାରଙ୍କୁ ପଦକ୍ଷେପ ନେବାକୁ ପଡିବ ।

ପିଏମ କେୟାର ବିଷଯରେ ମଧ୍ୟ କହିଛନ୍ତି ଭର୍ତ୍ତୁହରି । ସାଂସଦ କହିଛନ୍ତି, ପିଏମ କେୟାରରୁ ଓଡିଶା 23 କୋଟି 68 ଲକ୍ଷ ଟଙ୍କା ପାଇଛି । ଏସଡିଆରଏଫ ବାବଦ ଏହି ଅର୍ଥ ଖୁବ ଶୀଘ୍ର ଆମ ପାଖିରେ ପହଞ୍ଚିଛି । ତେବେ ଏସଡିଆରଏଫ ପାଣ୍ଠି ବୃଦ୍ଧି ପାଇଁ ଦାବି କରିଛନ୍ତି ଭର୍ତ୍ତୁହରି ।

କୋରୋନା ଭାଇରସର ଭିନ୍ନ ଦିଗ ପରିଲକ୍ଷିତ ହୋଇଛି । ମହିଳାମାନଙ୍କ ରୋଗପ୍ରତିରୋଧକ ଶକ୍ତି ଅଧିକ ବୋଲି ଜଣାପଡିଛି । ତେବେ ଏଦିଗରେ ଆହୁରି ଗବେଶଣା ଜରୁରୀ ବୋଲି ସାଂସଦ ଭର୍ତ୍ତୁହରି କହିଛନ୍ତି ।

ସେହିପରି ୟୁନିସେଫର ରିପୋର୍ଟ ଅନୁଯାୟୀ 46 କୋଟି 30 ଲକ୍ଷ ପିଲା ପାଠପଢାରୁ ବଞ୍ଚିତ ହୋଇଛନ୍ତି । ଏନେଇ ସେମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଦରକାର । ଦରିଦ୍ର ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଦରକାର ବୋଲି ପ୍ରସ୍ତାବ ଦେଇଛନ୍ତି ଭର୍ତ୍ତୁହରି । ଅନ୍ୟପକ୍ଷେ ପ୍ରବାସୀ ଶ୍ରମିକଙ୍କ ଡାଟା ସଂଗ୍ରହ କରି ନ୍ୟାସନାଲ ରେଜେଷ୍ଟ୍ରୀ ପ୍ରସ୍ତୁତ କରିବା ଦ୍ବାରା ଏହା ଆମ ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.