ETV Bharat / city

BJD on All Party Meeting: କୋଭିଡ଼ କଟକଣାରେ ହେଉ ପଞ୍ଚାୟତ ନିର୍ବାଚନ

ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗ ଡାକିଥିବା ସର୍ବଦଳୀୟ ବୈଠକରେ (Panchayat election all party meeting) ଯୋଗ ଦେଇଛି ବିଜେଡି । କୋଭିଡ଼ ଗାଇଡ଼ ଲାଇନ ମଧ୍ୟରେ ନିର୍ବାଚନ କରିବାକୁ ଦାବି କରିଛନ୍ତି ବିଜେଡ଼ିର ପ୍ରତିନିଧି ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ (BJD Rajya Sabha MP Amar Patnaik) । ଅଧିକ ପଢନ୍ତୁ

author img

By

Published : Jan 10, 2022, 4:16 PM IST

କୋଭିଡ଼ ଗାଇଡ଼ ଲାଇନ ଭିତରେ ହେଉ ପଞ୍ଚାୟତ ନିର୍ବାଚନ: ବିଜେଡି

ଭୁବନେଶ୍ବର: ଆଜି ପଞ୍ଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ବସିଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଛି ଏହି ସର୍ବଦଳୀୟ ବୈଠକ ବସିଛି । ବୈଠକରେ ଶାସକ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିର ପ୍ରତିନିଧି ମଧ୍ୟ ଯୋଗ ଦେଇଛନ୍ତି । ଏହି ବୈଠକରେ ବିଜେଡିର ପ୍ରତିନିଧି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗ ଦେଇଥିଲେ।

ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଆୟୋଗ ଡାକିଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଛି ବିଜେଡି । କୋଭିଡ଼ ଗାଇଡ଼ ଲାଇନ ମଧ୍ୟରେ ନିର୍ବାଚନ କରିବାକୁ ଦାବି କରିଛନ୍ତି ବିଜେଡ଼ିର ପ୍ରତିନିଧି ତଥା ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଅମର କହିଛନ୍ତି ଯେ, ପଞ୍ଚାୟତ ପ୍ରତିନିଧି ମାନଙ୍କ କାର୍ଯ୍ୟ କାଳ ଶେଷ ହେବାକୁ ଯାଇଛି । ନିର୍ବାଚନ ଠିକ ସମୟରେ ନହେଲେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ତେଣୁ ତୁରନ୍ତ ନିର୍ବାଚନ କରିବା ପାଇଁ ବିଜେଡି ଦାବି କରିଛି । କୋଭିଡ ଗାଇଡ଼ ଲାଇନ ଭିତରେ ନିର୍ବାଚନ କରାଯାଉ । ଏହାକୁ ବିଜେଡି ସମ୍ପୂର୍ଣ୍ଣ ସହଯୋଗ କରିବ କହିଛନ୍ତି ।

ସେପଟେ ରାଜ୍ୟ ନିର୍ବାଚନ କମିଶନର କହିଛନ୍ତି ଯେ ଏହି ବୈଠକରେ ରାଜ୍ୟର ସମସ୍ତ ରାଜନୈତିକ ଦଳଗୁଡିକ ନିଜର ମତ ରଖିଛନ୍ତି। କୋରୋନା ମହାମାରୀ ସମୟରେ କିଭଳି ପାଳନ ହେବ ସେ ନେଇ ସମସ୍ତଙ୍କ ମତ ଗ୍ରହଣ କରାଯାଇଛି । ଏହା ସହ ପଞ୍ଚାୟତ ନିର୍ବାଚନକୁ କିଭଳି କରାଯିବ ସେନେଇ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.