ETV Bharat / city

ଓଡିଶାର ପ୍ରାଚୀନ ସାମୁଦ୍ରିକ ଇତିହାସର ଅନୁସନ୍ଧାନ ଦାବି କଲା ବିଜେଡି

author img

By

Published : Mar 22, 2021, 6:53 PM IST

ଦେଶର କୂଟନୈତିକ ଶକ୍ତି ବୃଦ୍ଧି ପାଇଁ ଓଡିଶାର ପ୍ରାଚୀନ ସାମୁଦ୍ରିକ ଇତିହାସର ଅନୁସନ୍ଧାନ କରିବାକୁ ଦାବି କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଅଧିକ ପଢନ୍ତୁ...

ଓଡିଶାର ପ୍ରାଚୀନ ସାମୁଦ୍ରିକ ଇତିହାସର ଅନୁସନ୍ଧାନ ଦାବି କଲା ବିଜେଡି
ଓଡିଶାର ପ୍ରାଚୀନ ସାମୁଦ୍ରିକ ଇତିହାସର ଅନୁସନ୍ଧାନ ଦାବି କଲା ବିଜେଡି

ଭୁବନେଶ୍ବର: ରାଜ୍ୟସଭାରେ ଅଭିଭାଷଣ ରଖିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଅମର କହିଛନ୍ତି, ଓଡିଶାର ସାମୁଦ୍ରିକ ବାଣିଜ୍ୟ ଇତିହାସ ବେଶ ଲମ୍ବା ଓ ପ୍ରଶସ୍ତ । ଏହା ଉପରେ ଗୁରୁତ୍ୱ ଦେଇ ଭାରତର ବୈଦେଶିକ ନୀତି ପର୍ଯ୍ୟବେସିତ । ବର୍ତ୍ତମାନର ଜିଓ-ପଲିଟିକାଲ ପ୍ରତିଯୋଗିତାରେ ଭାରତ-ପ୍ରଶାନ୍ତ ମହାସାଗରରେ ଓଡିଶାର ସ୍ଥିତି ଉଭୟ ଅର୍ଥନୈତିକ ଓ ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ । ତେଣୁ ଦେଶର କୂଟନୈତିକ ଶକ୍ତି ବୃଦ୍ଧି ପାଇଁ ଏହାର ଅନୁସନ୍ଧାନ କରାଯାଉ ବୋଲି କହିଛନ୍ତି ଅମର ପଟ୍ଟନାୟକ ।

ସାଂସଦ ପଟ୍ଟନାୟକ କହିଛନ୍ତି, ଓଡିଶାର ପ୍ରାଚୀନ ସାମୁଦ୍ରିକ ଇତିହାସ ବିଷୟରେ ସୂଚନା ଅଭାବରୁ ଅଧିକ ଅନୁସନ୍ଧାନ ହୋଇପାରୁ ନାହିଁ । ତେଣୁ ଏହି ଅଧ୍ୟୟନକୁ ପ୍ରୋତ୍ସାହିତ ଦିଆଯାଉ । ଉପକୂଳ ଓଡିଶାର ଉପଯୁକ୍ତ ପ୍ରତ୍ନତାତ୍ତ୍ୱିକ ଏବଂ ବୈଜ୍ଞାନିକ ସର୍ବେକ୍ଷଣକୁ ସହଜ କରନ୍ତୁ । ଏହାଫଳରେ ଲୁକ୍କାୟିତ ହୋଇ ରହିଥିବା ଅଜ୍ଞାତ ବନ୍ଦରଗୁଡିକୁ ଖୋଜିବାରେ ଏହା ସାହାଯ୍ୟ କରିବ ବୋଲି ପଟ୍ଟନାୟକ ମତ ରଖିଛନ୍ତି ।

ଏହାପୂର୍ବରୁ ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀ 2021ର ଉଦଘାଟନୀ ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଆମ ଦେଶର ଏକ ସମୃଦ୍ଧ ସାମୁଦ୍ରିକ ଇତିହାସ ରହିଛି । ଆମ ଉପକୂଳରେ ଅନେକ ସଭ୍ୟତାର ଅଭ୍ୟୁଦୟ ଘଟିଛି । ହଜାର ହଜାର ବର୍ଷ ଧରି ଆମ ବନ୍ଦରଗୁଡିକ ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟିକ କେନ୍ଦ୍ର ହୋଇ ରହିଆସିଛି । ଆମ ସମୁଦ୍ର ତଟ ଆମକୁ ବିଶ୍ବ ସହ ସଂଯୋଗ କରିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.