ETV Bharat / city

ପ୍ରଶାସନିକ ଅବହେଳା ପାଇଁ କୋଟିଆ ସମସ୍ୟା: ସୌମ୍ୟରଞ୍ଜନ

author img

By

Published : Feb 16, 2021, 4:26 PM IST

କୋଟିଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରଶାସନିକ ସ୍ତରରେ ଦଳର ବିଫଳତାକୁ ମାନିଛନ୍ତି ଏବଂ ଦଳରେ ରହିଥିଲେ ମଧ୍ୟ ଯାହା ଘଟୁଛି ସବୁ ଠିକ କହିବା ଅଭ୍ୟାସ ମୋର ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

BJD mla Soumya ranjan pattnaik
ପ୍ରଶାସନିକ ଅବହେଳା ପାଇଁ କୋଟିଆ ସମସ୍ୟା:ସୌମ୍ୟରଞନ

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ପ୍ରଶାସନିକ ସ୍ତରରେ ଦଳର ବିଫଳତାକୁ ମାନିଛନ୍ତି ଏବଂ ଦଳରେ ରହିଥିଲେ ମଧ୍ୟ ଯାହା ଘଟୁଛି ସବୁ ଠିକ କହିବା ଅଭ୍ୟାସ ମୋର ନାହିଁ ବୋଲି କହିଛନ୍ତି ।

ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘ ଦିନର ବିବାଦୀୟ ଅଞ୍ଚଳ କୋଟିଆରେ ପ୍ରବେଶ କରି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ କରଛି । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି ଖୋଲାଖୋଲି ସରକାରଙ୍କ ଦୁର୍ବଳତାକୁ ନେଇ ମତ ରଖି କହିଛନ୍ତି ' ପ୍ରଶାସନିକ ସ୍ତରରେ ଅବହେଳାକୁ ମୁଁ ସ୍ଵୀକାର କରୁଛି । ଦଳରେ ରହିଛି ବୋଲି ଯାହା ଘଟୁଛି ସବୁ ଠିକ ବୋଲି କହିବା ଅଭ୍ୟାସ ମୋର ନାହିଁ ବୋଲି କହିଛନ୍ତି' ।' କୋଟିଆ ପ୍ରସଙ୍ଗ ତଳସ୍ତରରେ ଆଗରୁ ଚାହିଁଥିଲେ ସାମାଧାନ ହୋଇପାରିଥାନ୍ତା । ବିଳମ୍ବ ହେଲେ ମଧ୍ୟ ରାଜ୍ୟ ସରକାର ଲଢେଇ କରିବା ପାଇଁ ବାହାରିଛନ୍ତି । ଏହାର ସମାଧାନ ହେବ । ଦେଶର ଅନେକ ରାଜ୍ୟ ରାଜ୍ୟ ମଧ୍ୟରେ ସୀମା ବିବାଦ ରହିଛି ବୋଲି କହିଛନ୍ତି ।

ସେପଟେ ଏହାକୁ ନେଇ କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏଭଳି ମନ୍ତବ୍ୟକୁ ନେଇ କହିଛନ୍ତି ଯେ, ମୁଁ ଧନ୍ୟବାଦ ଦେବୀ ସୌମ୍ୟ ବାବୁଙ୍କୁ ଯଦି ସେ ଏଭଳି କହିଥାନ୍ତି । ଯଦି ସତସାହାସ ଅଛି ଏହାକୁ ବିଧାନସଭାରେ ଉଠାନ୍ତୁ । ଶାସକ ଦଳର ସବୁ ବିଧାୟକ ନିଜ ଦଳର ତ୍ରୁଟି ଓ ଦୁର୍ବଳତାକୁ ଉଠାଇବା କଥା । କୋଟିଆ ପ୍ରସଙ୍ଗରେ ଆମେ ସବୁବେଳେ ସରକାରଙ୍କ ଅପାରଗତା କଥା କହିଛୁ । ଏହା (ସୌମ୍ୟ ବାବୁଙ୍କ ମନ୍ତବ୍ୟ) ତାହାର ପ୍ରମାଣ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ।

ସୂଚନାଥାଉକି ଓଡିଶା ସୀମାନ୍ତ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ଜବରଦସ୍ତ ପଞ୍ଚାୟତ ନିର୍ବାଚନ କରିଛି । ଏହା ସହ ଗଜପତି, ଗଞ୍ଜାମ, ମାଲକାନଗିରି ସୀମାନ୍ତ ଅଞ୍ଚଳରେ ମଧ୍ୟ ନିର୍ବାଚନ କରିଛନ୍ତି । କୋଟିଆ ପ୍ରସଙ୍ଗକୁ ନେଇ ସରକାର ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ସେପଟେ କିନ୍ତୁ ରାଜ୍ୟ ସରକାରଙ୍କ ପ୍ରଶାସନିକ ବିଫଳ ଯୋଗୁଁ ଆଜି ରାଜ୍ୟ ନିଜ କବଜାରେ ଥିବା ଅଞ୍ଚଳକୁ ହରାଉଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.