ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରି ମହାନ କାର୍ଯ୍ୟରେ ରାଜ୍ୟବାସୀଙ୍କ ସମର୍ଥନ ରହିଛି। ଆଇନ ଅନୁସାରେ ଆହୁରି କିଭଳି ଭଲ କାମ ହୋଇ ପାରିବ ସେ ଦିଗରେ ସହଯୋଗ ଆବଶ୍ୟକ। ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ଅଶ୍ବିନୀ ପାତ୍ର ।
ସେ ଆହୁରି କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ବର୍ତ୍ତମାନ କୋର୍ଟ ପରିସରଭୁକ୍ତ । ଆଇନ ଅନୁସାରେ ଯାହା ନିଷ୍ପତ୍ତି ହେବ, ତାକୁ ଗ୍ରହଣ କରାଯିବ।
ବରିଷ୍ଠ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ କଣ କହିଛନ୍ତି ନ କହିଛନ୍ତି । ଏପରିକି ଜଗତଗୁରୁ ଶଙ୍କରାଚାର୍ଯ୍ୟ ମତ ଉପରେ ମଧ୍ୟ ଟିପ୍ପଣୀ ଦେଇ ପାରିବି ନାହିଁ ବୋଲି କହିଛନ୍ତି। ବର୍ଷା ଆସିବା ପୂର୍ବରୁ କଣ ପଦକ୍ଷେପ ନିଆଯିବ ସେ ନେଇ ରାଜ୍ୟସରକାର ସଚେତନ ଅଛନ୍ତି ବୋଲି କହିଛନ୍ତି ଅଶ୍ବିନୀ ।