ETV Bharat / city

ଲୋକଙ୍କୁ ବିଭ୍ରାନ୍ତି କରୁଛି ବିଜେପି: ପ୍ରତାପ ଦେବ

author img

By

Published : Sep 24, 2021, 5:42 PM IST

ପିପିଲି ଉପନିର୍ବାଚନ ପାଇଁ ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଫନି ବାତ୍ୟା ସମେତ ବିଭିନ୍ନ ସମସ୍ୟା ନେଇ ବିଜେପି ବିରୁଦ୍ଧରେ ପ୍ରଶ୍ନ ଉଠାଇଛନ୍ତି ବିଜେଡି ବିଧାୟକ । ଅଧିକ ପଢନ୍ତୁ...

ଲୋକଙ୍କୁ ବିଭ୍ରାନ୍ତି କରୁଛି ବିଜେପି: ପ୍ରତାପ ଦେବ
ଲୋକଙ୍କୁ ବିଭ୍ରାନ୍ତି କରୁଛି ବିଜେପି: ପ୍ରତାପ ଦେବ

ଭୁବନେଶ୍ବର: ଉପ ନିର୍ବାଚନ ପାଇଁ ପିପିଲିରେ ଚାଲିଛି ଜୋରଦାର ପ୍ରଚାର । ଏନେଇ ଅଣ୍ଟା ଭିଡିଛନ୍ତି 3 ପ୍ରମୁଖ ରାଜନୈତିକ ଦଳ । ଆଉ ଏହାରି ଭିତରେ ରାଜନୈତିକ ବୟାନବାଜି ମଧ୍ୟ ଜୋରଦାର ଚାଲିଛି । ଫନି ବାତ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିଜେପି ନେତା । ଏହାର ଜବାବ ରଖିଛନ୍ତି ବିଜେଡ଼ି ନେତା ପ୍ରତାପ କେଶରୀ ଦେବ ପ୍ରତାପ କହିଛନ୍ତି ଯେ, ପିପିଲିରେ ଉପନିର୍ବାଚନ ଚାଲିଛି । ଏହି ଉପନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ଦଳର ଅନେକ ନେତା ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । ବିଶେଷ କରି ବିଜେପିର ପ୍ରବକ୍ତା ମାନେ ନକାରାତ୍ମକ ମନ୍ତବ୍ୟ ଗଣମାଧ୍ୟମରେ ଦେଉଛନ୍ତି ।

ସେ କହିଛନ୍ତି ବିଜେପି ଦଳ ପିପିଲିରେ କହୁଛି କେନ୍ଦ୍ର ସରକାରଙ୍କ ତରଫରୁ ଫନି ବାତ୍ୟାର ସହାୟତା ରାଶି ମିଳିଥିବା ବେଳେ ସରକାର ଠିକ୍ ଭାବେ ଲେକମାନଙ୍କୁ ପ୍ରଦାନ କରିନାହାନ୍ତି । ମୁଁ ଗୋଟିଏ କଥା କହିବାକୁ ଚାହେଁ, ଫନି ବାତ୍ୟା ପରେ ପ୍ରଧାନମନ୍ତ୍ରୀ ଆସି ଯେଉଁ ସହାୟତା ରାଶି କଥା କହିଥିଲେ ତାହା ଓଡିଶାକୁ ଦେଉ ଦେଉ ଦେଢ଼ ବର୍ଷ ବିତିଗଲାଣି । ଆଉ କୋଭିଡ ପାଇଁ ସବୁ କାର୍ଯ୍ୟ ଏହାରି ମଧ୍ୟରେ ବନ୍ଦ ମଧ୍ୟ ହୋଇଯାଇଛି । କେନ୍ଦ୍ର ସରକାର କେବଳ ନିର୍ବାଚନ ପରିପ୍ରେକ୍ଷୀରେ ମିଥ୍ୟା ପ୍ରଚାର କରିବା ବିଜେପିକୁ ଶୋଭା ପାଉନି । ଜନ ସାଧାରଣଙ୍କ ମନରେ ସବୁବେଳେ ବିଜେପି ଗୋଟିଏ ସନ୍ଦେହ ସୃଷ୍ଟି କରିବାକୁ ଚାହୁଁଛନ୍ତି । ରାଜ୍ୟ ସରକାର ପୁରୀ ଜିଲ୍ଲା ଏବଂ ତା ଭିତରେ ପିପିଲି ଓ ଡେଲାଙ୍ଗ ବ୍ଳକର କ୍ଷତିଗ୍ରସ୍ତ ହିତାଧିକାରୀ ଓ ଯୋଗ୍ୟ ହିତାଧିକାରୀଙ୍କୁ ଗୃହ ସହାୟତା ଦିଆଯିବ ସେଥିରେ କୌଣସି ସନ୍ଦେହ ନାହିଁ ବୋଲି ଦୃଢୋକ୍ତି ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ ।

ସେପଟେ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ଏହାକୁ ନେଇ ବାରମ୍ବାର ସମାଲୋଚନା କରୁଛନ୍ତି ତେଣୁ ମୁଁ ବାଧ୍ୟ ହୋଇ ଏକଥା କହୁଛି । ସରକାର ସହାୟତା ରାଶି ପ୍ରଦାନ କରିବା ଲାଗି ପଦକ୍ଷେପ ନେଉଛନ୍ତି । ଚିହ୍ନଟ ପ୍ରକ୍ରିୟା ବି ଚାଲିଛି । ତେବେ ଏହା ପରେ ମଧ୍ୟ କେହିବି ଗରିବ ଲୋକ ରହି ଯାଇଥିବ ତାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.