ETV Bharat / city

MLA Kishore Mohanty passes away: ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ

ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ । ହୃଦଘାତରେ ତାଙ୍କ ପରଲୋକ ହୋଇଥିବା ସୂଚନା ମିଳିଛି ।

ଆରପାରିରେ ବିଜେଡି ବିଧାୟକ କିଶୋର ମହାନ୍ତି
ଆରପାରିରେ ବିଜେଡି ବିଧାୟକ କିଶୋର ମହାନ୍ତି
author img

By

Published : Dec 30, 2021, 7:03 PM IST

Updated : Dec 30, 2021, 9:05 PM IST

ଭୁବନେଶ୍ବର: ୬୩ ବର୍ଷ ବୟସରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ପରଲୋକ । । ଝାରସୁଗୁଡାରୁ ୩ ଥର ବିଧାୟକ ଥିଲେ । ଚଳିତ ଥର ସେ ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଆସନରୁ ପ୍ରତିନିଧିତ୍ବ କରୁଥିଲେ । ପ୍ରଥମେ ୧୯୯୦ ମସିହାରେ ପ୍ରଥମେ ବିଧାୟକ ହୋଇଥିଲେ । ପରେ ୨୦୦୪ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।

୨୦୦୪ ରୁ ୨୦୦୮ ମଧ୍ୟରେ ସରାକାରୀ ଦଳର ମୁଖ୍ୟ ସଚେତକ ମଧ୍ୟ ହୋଇଥିଲେ । ପରେ ୨୦୦୮ ରୁ ୨୦୦୯ ଯାଏଁ ଓଡିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ପରେ ଦଳ ତାଙ୍କୁ ୨୦୦୯ ରେ ରାଜ୍ୟସଭା ପଠାଇଥିଲା । ୨୦୦୯ ରୁ ୨୦୧୨ ଯାଏଁ ସେ ରାଜ୍ୟସଭା ସଦସ୍ୟ ଭାବେ କାମ କରିଥିଲେ । ହେଲେ ୨୦୧୪ ବିଧାନସଭା ନିର୍ବାଚନ ହାରିବା ପରେ ତାଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ତାଙ୍କୁ ଦଳ ଦାୟିତ୍ବ ଦେଇଥିଲା । ଗତ ୨୦୧୯ ନିର୍ବାଚନରେ ଝାରସୁଗୁଡା ଆସନ ଛାଡି ବ୍ରଜରାଜନଗରରୁ ନିର୍ବାଚନ ଲଢିଥିଲେ କିଶୋର । ଏହି ଆସନରୁ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ପରାସ୍ତ କରିଥିଲେ କିଶୋର । ପଶ୍ଚିମ ଓଡିଶା ରାଜନୀତିରେ କିଶୋରଙ୍କ ଥିଲା ଅଖଣ୍ଡ ପ୍ରଭାବ । ଝାରସୁଗୁଡା ଜିଲ୍ଲା ପାଇଁ ସେ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିଲେ ।

MLA Kishore Mohanty passes away: ହୃଦଘାତରେ କିଶୋର ମହାନ୍ତିଙ୍କ ଦେହାନ୍ତ, ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ

ମୃତ୍ୟୁବେଳକୁ ତାଙ୍କୁ 63 ବର୍ଷ ହୋଇଥିଲା । କିଶୋର ମହାନ୍ତି ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ । ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ଝାରସୁଗୁଡାରୁ ୩ ଥର ବିଧାୟକ ହୋଇଛନ୍ତି କିଶୋର । ୧୯୯୦ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ କିଶୋର ମହାନ୍ତି । ୨୦୧୯ରୁ ସେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଲଢ଼ି ବିଧାନସଭା ଆସିଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସଂଧ୍ୟାରେ କିଶୋରଙ୍କ ମୃତ୍ୟୁ ହୋଇଛି ।

  • ପୂର୍ବତନ ବାଚସ୍ପତି ତଥା @bjd_odisha ର ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଆମ ଦଳର ଜଣେ ଦକ୍ଷ ନେତା ତଥା ଜନପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।

    — Naveen Patnaik (@Naveen_Odisha) December 30, 2021 " class="align-text-top noRightClick twitterSection" data=" ">

ସେପଟେ ବିଧାୟକଙ୍କ ଅକାଳ ବିୟୋଗରେ ଟ୍ବିଟ୍‌ କରି ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, "ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଆମ ଦଳର ଜଣେ ଦକ୍ଷ ନେତା ତଥା ଜନପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି। "

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ମନୋରଞ୍ଜନ ଶଙ୍ଖୁଆ ଓ ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

Last Updated : Dec 30, 2021, 9:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.