ଭୁବନେଶ୍ବର: ନିରନ୍ତର ବିକାଶର ଧାରାରେ ଓଡିଶା । କରୋନା ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟ ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିଛନ୍ତି । ବିଭିନ୍ନ କ୍ଷତ୍ରରେ ଉନ୍ନୟନ ମୂଳକ କାମ ଓ ଶ୍ରେଷ୍ଠ ପଦର୍ଶନ ପାଇଁ କେନ୍ଦ୍ର ସରକାର ପୁରସ୍କୃତ ମଧ୍ୟ କରିଛନ୍ତି । ଦେଶର ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟ ମଧ୍ୟ ଆଗେଇ ଚାଲିଛି । ତେବେ ଏଥିରେ କେନ୍ଦ୍ର ସରକାର ରାଜ୍ୟ ପ୍ରତି ସ୍ବତନ୍ତ୍ର ଫୋକସ ଦେବାର ଅବ୍ୟକତା ରହିଛି ବୋଲି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି ।
ଆସନ୍ତାକାଲି (ମଙ୍ଗଳବାର) ସଂସଦରେ 2022-23 ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ରୀୟ ବଜେଟକୁ ଉପସ୍ଥାପନ କରିବାକୁ ଥିବା ବେଳେ ଓଡିଶାକୁ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ ଦାବି କରିଛନ୍ତି ବିଜେଡି ବିଧାୟକ । ଓଡିଶାରେ ଅନେକ କ୍ଷେତ୍ରରେ ଅଭିବୃଦ୍ଧି ହେଉଛି । ବିକଶିତ ରାଜ୍ୟ ସହ ମୁଣ୍ଡପିଛା ତୁଳନା କଲେ ଓଡିଶାକୁ ସ୍ବତନ୍ତ୍ର ଫୋକସ ଆବଶ୍ୟକ । ଏନେଇ ଅନେକ ବାର ରାଜ୍ୟ ସରକାର କେନ୍ଦ୍ରକୁ ଯାଇଛନ୍ତି । କୋଭିଡ ପ୍ରରିପେକ୍ଷୀରେ ଓଡିଶାର ଅବଶ୍ୟକତା ନେଇ ସପୋର୍ଟ ଆବଶ୍ୟକ ବୋଲି କହିଛନ୍ତି ଦେବୀ ମିଶ୍ର ।
ସେ ଆହୁରି କହିଛନ୍ତି, ଦାରିଦ୍ର ଦୂରୀକରଣରେ ଅଗ୍ରଗତି ହେଇଛି । ଭିତ୍ତିଭୂମି କ୍ଷେତ୍ରରେ ଓଡିଶା ଅଲଗା ରାଜ୍ୟ ତୁଳନାରେ ଭଲ ପ୍ରଦର୍ଶନ କରିଛି । ଖାଦ୍ୟ ନିରାପତ୍ତାରେ ଆଗରେ ରହିଛି । ଓଡିଶାକୁ ଯାହା ଆବଶ୍ୟକତା ରହିଛି ତାହାହିଁ ଅନୁଦାନ ଆସିବ ବୋଲି ଆଶା କରାଯାଉଛି । ଯାହାଫଳରେ ବିକଶିତ ରାଜ୍ୟ ସହ ଓଡିଶାକୁ ତୁଳନା କରାଯାଇପାରିବ । କୋଭଡ ସମୟରେ ସମସ୍ତଙ୍କ ପାଖକୁ କିଭଳି ଭାବରେ ରୋଜଗାର ଆସିବ ତାହା ଆମର ପ୍ରଥମିକତା ବୋଲି ବିଧାୟକ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ