ETV Bharat / city

ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ, ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା BJD

author img

By

Published : Jan 27, 2022, 5:46 PM IST

Updated : Jan 27, 2022, 5:53 PM IST

ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେପି । ଅଧିକ ପଢନ୍ତୁ

ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ, ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା BJD
ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ, ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା BJD

ଭୁବନେଶ୍ବର: ବିଜେପି ପରେ ଏବେ ବିଜେଡ଼ି ଆଣିଲା ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ । ଭେଡେନ ଓ ଅତାବିରା ଜିଲ୍ଳା ପରିଷଦର 3 ଟି ଜୋନରେ ବିଜେପି ଆଚରଣ ବିଧି ଉଲ୍ଲଘଂନ କରିଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଏ ନେଇ ସେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ।

ଗତକାଲି(ବୁଧବାର) ନିର୍ବାଚନୀ ବୈଠକ କରିଥିଲେ ବିଜେପି ନେତା ସୁରେଶ ପୂଜାରୀ । ଯାହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହୋଇଥିଲା । ଏହି ଅଭିଯୋଗ ନେଇ ନିର୍ବାଚନ ଆୟୋଗଙ୍କ ଦ୍ଵାରସ୍ଥ ହୋଇଛି ବିଜେଡ଼ି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ । ଆଚରଣ ବିଧି ଓ କୋଭିଡ଼ ଗାଇଡ଼ ଲାଇନ ଉଲ୍ଲଂଘନ ସହ ଏହା ବିଜେପିର ବିଶୃଙ୍ଖଳିତ ଆଚରଣ ବୋଲି ବିଜେଡ଼ି କହିଛି ।

ଏହା ବି ପଢନ୍ତୁ: BJP Election Manifesto: ବିଜେପି ଜାରି କଲା ଇସ୍ତାହାର ଓ ଅଭିଯୋଗ ପତ୍ର

ଏହାପୂର୍ବରୁ ବିଜେପି ମଧ୍ୟ ଶାସକ ଦଳ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଥିଲା । ଏହା ଉପରେ ପ୍ରତିକ୍ରିୟା ରଖି ଲେନିନ୍ କହିଥିଲେ ଯେ ଓଡ଼ିଶା ବିଜେପି ନିଜ ଦୋଷ ଦୁର୍ବଳତା ଲୁଚାଇବା ପାଇଁ ଏପରି କରୁଛି । ପ୍ରଥମେ ନିର୍ବାଚନ ମୈଦାନକୁ ଦକ୍ଷ ନେତାଙ୍କୁ ପଠାଇବାକୁ ସେ ବିଜେପିକୁ ପରୋକ୍ଷରେ କହିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Jan 27, 2022, 5:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.