ETV Bharat / city

ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ: ପୂରଣ ହୋଇନି ଟାର୍ଗେଟ୍, ବୃଦ୍ଧି ହେଲା ସମୟ

ନିର୍ଦ୍ଧାରିତ ସମୟ ଭିତରେ ପୂରଣ ହୋଇନାହିଁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଆହୁରି 21 ଦିନ ପାଇଁ ଦିଆଗଲା ସମୟ । ଗୁରୁବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 31, 2019, 4:59 PM IST

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ମଧ୍ୟରେ ପୂରଣ ହୋଇନାହିଁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ଆହୁରି 21 ଦିନ ପାଇଁ ଦିଆଗଲା ସମୟ । ଲକ୍ଷ୍ୟ ଥିଲା 70 ଲକ୍ଷ ସଭ୍ୟ ସଂଗ୍ରହ, ମାତ୍ର ଏଯାବତ୍ ହାସଲ ହୋଇଛନ୍ତି 41 ଲକ୍ଷ । ଗୁରୁବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉକ୍ତ ବୈଠକ ପରେ ଦଳର ସୁପ୍ରିମୋ ଯୋଗ ଦେଇ ଦେଇଥିବା ସମୟକୁ ଆଉ 3 ସପ୍ତାହକୁ ବୃଦ୍ଧି କରିଛନ୍ତି । ସୂଚନାନୁସାରେ, ସଭ୍ୟ ସଂଗ୍ରହ ଅଭିଯାନରେ ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର ଜିଲ୍ଲା ସବୁଠୁ ଆଗରେ ଥିବାବେଳେ ଗତଥର ତୁଳନାରେ ପାଖାପାଖି ସଭ୍ୟ ସଂଗ୍ରହ ହୋଇସାରିଛି । ତେବେ ବର୍ଷା, ପୂଜା, ଉପନିର୍ବାଚନ ପାଇଁ ସଭ୍ୟ ସଂଗ୍ରହରେ ବିଳମ୍ବ ହୋଇଥିବା ବିଜେଡି ମୁଖପାତ୍ର ଦେବୀପ୍ରସାଦ ମିଶ୍ରଙ୍କ ସୂଚନା ଦେଇଛନ୍ତି । ସେହିପରି ପ୍ରତି ନିର୍ବାଚନ ମଣ୍ଡଳୀର 60 ହଜାର ସଭ୍ୟ ସଂଗ୍ରହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଲକ୍ଷ୍ୟ ପୂରଣ ହେଲା ନାହିଁ। ଏବେ ଆଉ 21 ଦିନର ସମୟ ଦିଆଗଲା। ଲକ୍ଷ୍ୟ ଥିଲା 70 ଲକ୍ଷ ସଭ୍ୟ ସଂଗ୍ରହ। ହେଲେ ହାସଲ ହ୍ରଲ ମାତ୍ର 41 ଲକ୍ଷ। ଏନେଇ ଆଜି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟ ରର ବୈଠକ ବସିଥିଲା। ସଭ୍ୟ ସଂଗ୍ରହ ଅଭିଯାନ ନେଇ ଚାଲିଥିବା ବୈଠକ ଶେଷ ହୋଇଛି। ଦଳର ସୁପ୍ରିମୋ ଯୋଗ ଦେଇ ଆଉ 3 ସପ୍ତାହ ବୃଦ୍ଧି କରି ଥିଲେ। ମୟୁରଭଞ୍ଜ ,ବାଲେଶ୍ଵର, ଯାଜପୁର ଜିଲ୍ଲା ସଭ୍ୟ ସଂଗ୍ରହ ରେ ସବୁଠୁ ଆଗରେ ଅଛି। ଗତଥର ତୁଳନାରେ ପାଖାପାଖି ସଭ୍ୟ ସଂଗ୍ରହ ପହଞ୍ଚି ଚି। ବର୍ଷା, ପୂଜା,ଉପ ନିର୍ବାଚନ ପାଇଁ ବିଳମ୍ବ ହୋଇଛି। ମୁଖପାତ୍ର ଦେବୀପ୍ରସାଦ ମିଶ୍ରଙ୍କ ସୂଚନା। ପ୍ରତି ନିର୍ବାଚନ ମଣ୍ଡଳୀର 60 ହଜାର ସଭ୍ୟ ସଂଗ୍ରହ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।Body:ବାଇଟ ଦେବୀପ୍ରସାଦ ମିଶ୍ର, ବିଜେଡି ଉପସଭାପତି
ବାଇଟ ସଞ୍ଜୟ ଦାସବର୍ମା, ବିଜେଡି ସାଧାରଣ ସମ୍ପାଦକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.