ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି । ଗତକାଲିରୁ ପ୍ରଚାର ବନ୍ଦ ହୋଇଥିବା ସତ୍ତ୍ବେ ମଧ୍ୟ ହାରିବା ଭୟରେ ଗଜପତି ଓ ପିପିଲି ଭଳି ସ୍ଥାନରେ ବିଜେଡିର ଲୋକଙ୍କୁ ଆକ୍ରମଣ କରୁଛନ୍ତି ବିଜେପି । ଭଦ୍ରକ ଓ କାମାକ୍ଷାନଗରରେ ପୋଲିସଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି ବୋଲି ବିଜେଡି କହିଛି । ଏନେଇ ଆଜି(ମଙ୍ଗଳବାର) ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ବିଜେଡି ପ୍ରତିନିଧି ଦଳ ।
ଏଥିସହ ନିର୍ବାଚନ କମିଶନଙ୍କୁ ଭେଟି ଆକ୍ସନ ନେବା ପାଇଁ ଅନୁରୋଧ କରିଛି ବିଜେଡି । ନିର୍ବାଚନରେ ହାରିବା ଭୟରେ ବିଜେପି ହିଂସା ପନ୍ଥା ଆପଣେଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ