ଭୁବନେଶ୍ବର: ପୌର ନିର୍ବାଚନକୁ ନେଇ ଉଷ୍ମ ହେଉଛି ସହର ରାଜନୀତି । ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମୈଦାନ ସେତିକି ସରଗରମ ହେବାରେ ଲାଗିଛି । ଭୋଟ ହାତେଇବା ପାଇଁ ସହରବାସୀଙ୍କ ସହ ଯୋଡି ହେଉଛନ୍ତି ମେୟର ପ୍ରାର୍ଥୀ । ଭୁବନେଶ୍ଵର ମହାନଗର ନିଗମର ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ପ୍ରଚାର ଜୋରଦାର କରିଛନ୍ତି । ସହରର ବିଭିନ୍ନ ସ୍ଥାନରେ ବୁଲିବୁଲି ରାଜଧାନୀବାସୀଙ୍କ ସହ ଆଲୋଚନା କରି ତାଙ୍କ ସପକ୍ଷରେ ମତଦାନ କରିବାକୁ ଅନୁରୋଧ କରୁଛନ୍ତି।
ଗତକାଲି ଜନ ସଂପର୍କ ଅଭିଯାନରେ ପ୍ରୟାସ ପକ୍ଷରୁ ହେଇଥିବା ସମୁହ ବିବାହରେ ସାମିଲ ହୋଇ ବରକନ୍ୟାଙ୍କୁ ଶୁଭକାମନା ଜଣାଇବା ସହ ପ୍ରଚାର କରିଥିଲେ ସୁଲୋଚନା । ଏଥି ସହ ସେଠାରେ ଥିବା ସଦସ୍ୟମାନଙ୍କ ସହ ସାକ୍ଷାତ କରି ସମର୍ଥନ ଲୋଡିଥିଲେ । ଉପସ୍ଥିତ ପଣ୍ଡିତମାନଙ୍କ ଠାରୁ ନିର୍ଵାଚନରେ ବିଜୟୀ ପାଇଁ ଆଶୀର୍ବାଦ ଗ୍ରହଣ କରି ଲୋକଙ୍କ ସହଯୋଗ ଓ ସମର୍ଥନ ମଧ୍ୟ ଲୋଡିଥିଲେ ସୁଲୋଚନା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ