ETV Bharat / city

ରାଜ୍ୟ ପ୍ରତି ସମର୍ପିତ ବ୍ୟକ୍ତିତ୍ୱ ପାଇଁ ନବୀନ ଏକ ନମ୍ବର: ବିଜେଡି - ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଉଲ୍ଲେଖନୀୟ ନେତୃତ୍ବ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ (cm Naveen to receive lifetime achievement award) । ଏହାକୁ ନେଇ ବିଜେଡି ନେତାଏ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢ଼ନ୍ତ

ରାଜ୍ୟ ପ୍ରତି ସମର୍ପିତ ବ୍ଯକ୍ତିତ୍ବ ପାଇଁ ନବୀନ ଏକ ନମ୍ବର :ବିଜେଡି

author img

By

Published : Sep 1, 2022, 9:58 PM IST

Updated : Sep 1, 2022, 10:24 PM IST

ଭୁବନେଶ୍ବର: ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (cm Naveen to receive lifetime achievement award ) । ଉଲ୍ଲେଖନୀୟ ନେତୃତ୍ବ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଉପଲବ୍ଧିକୁ ନେଇ ବିଜେଡି କହିଛି ଆମେ ସମସ୍ତେ ନବୀନଙ୍କ ପାଇଁ ଗର୍ବିତ ।

ରାଜ୍ୟ ପ୍ରତି ସମର୍ପିତ ବ୍ଯକ୍ତିତ୍ବ ପାଇଁ ନବୀନ ଏକ ନମ୍ବର :ବିଜେଡି

ଏହାକୁ ନେଇ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ପଣ୍ଡା କହିଛନ୍ତି, "ସେ ଜଣେ ଏଭଳି ବ୍ୟକ୍ତି ଯିଏ ନିଜ ଜୀବନ ଓଡ଼ିଶା ପାଇଁ ସମର୍ପି ଦେଇଛନ୍ତି । ତାଙ୍କ କାର୍ଯ୍ୟ ସ୍ବୀକୃତି ତାଙ୍କୁ ମିଳିଛି । ସେ ଜଣେ ସମର୍ପତି ବ୍ୟକ୍ତି । ସେ ଆଗାମୀ ପୀଢ଼ି ପାଇଁ ଜଣେ ପ୍ରେରଣା ।"

ଏହା ବି ପଢ଼ନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ

ଏହାକୁ ନେଇ ଭୁବନେଶ୍ବର ମେୟର କହିଛନ୍ତି, "ନିଶ୍ଚିତ ଭାବରେ ଆମେ ତାଙ୍କ ପାଇଁ ଗର୍ବିତ । ତାଙ୍କ ତ୍ୟାଗ ତାଙ୍କ ସମର୍ପଣଭାବ ଦଳମତ ନିର୍ବିଶେଷରେ ସେ ରାଜ୍ୟ ପାଇଁ କଣ ନକରିଛନ୍ତି ? ତାଙ୍କର ଯୋଜନା ତାଙ୍କ କାର୍ଯ୍ୟକ୍ରମ ଲୋକଙ୍କ ଦ୍ବାରା ଆଦୃତ ହୋଇଛନ୍ତି । ତାଙ୍କ ସମସ୍ତ ଯୋଜନା ସ୍ବତନ୍ତ୍ର । ଏଥିପାଇଁ ସେ ଏହି ଉପଲବ୍ଧି ପାଇଛନ୍ତି । ସାରା ରାଜ୍ୟ ତାଙ୍କ ପାଇଁ ଗର୍ବିତ ।"

ଉଲ୍ଲେଖନୀୟ ନେତୃତ୍ବ ପାଇଁ କ୍ଯାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସେପ୍ଟେମ୍ବର 4 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିବେ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଏହି ଆଓ୍ବାର୍ଡ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ନେତୃତ୍ବ ଓ ଉଲ୍ଲେଖନୀୟ ବିକାଶମୂଳକ କାର୍ଯ୍ୟ ପାଇଁ ଏହି ଆଓ୍ବାର୍ଡରେ ସମ୍ମାନିତ ହେବେ ନବୀନ (CM Naveen Patnaik)। ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ଜଷ୍ଟିସ ଏ.କେ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ । 4 ତାରିଖରେ ସେ ଏହି ସମ୍ମାନରେ ସମ୍ମାନିତ ହେବାର କାର୍ଯ୍ୟକ୍ରମ ରହିଛି ।

Last Updated : Sep 1, 2022, 10:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.