ETV Bharat / city

Biju Patnaik Death Anniversary: ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନେତା

ଆଜି (ରବିବାର) ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଅମ୍ଳାନ ପୁରୁଷ ବିଜୁ ପଟ୍ଟାନୟକଙ୍କ 25ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଫରେଷ୍ଟ ପାର୍କରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଅଧିକ ପଢନ୍ତୁ

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ତିରୋଧାନ ଦିବସ

author img

By

Published : Apr 17, 2022, 10:47 AM IST

Updated : Apr 17, 2022, 11:20 AM IST

ଭୁବନେଶ୍ବର: ଆଜି (ରବିବାର) ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଅମ୍ଳାନ ପୁରୁଷ ବିଜୁ ପଟ୍ଟାନୟକଙ୍କ 25ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଫରେଷ୍ଟ ପାର୍କରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ତାଙ୍କ ସହିତ ମୋ ପରିବାର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ, ଭୁବନେଶ୍ବର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ ।

ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନେତା

ବିଜୁ ପଟ୍ଟନାୟକଙ୍କ ଭଳି ଜନନେତାଙ୍କ ପାଇଁ ଆଜି ଓଡିଶା ଭାଗ୍ୟବାନ । ସେ ଜଣେ ବରପୁତ୍ର । ବିଜୁ ବାବୁ ଆଧୁନିକ ଓଡ଼ିଶାର ସ୍ବପ୍ନ ଦେଖିଥିଲେ ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା । ପ୍ରବାଦ ପୁରୁଷଙ୍କ ତିରୋଧାନ ଅବସରରେ ରାଜ୍ୟସ୍ତରୀୟ ଶ୍ରାଦ୍ଧାତ୍ସୋବ ପାଳନ କାର୍ଯ୍ୟକ୍ରମ ରହିଛି । ଚଳିତବର୍ଷ ଦିନଟିକୁ ନିରାଡମ୍ବର ଭାବେ ପାଳନ କରିବ ବିଜୁ ଜନତା ଦଳ । ଓଡ଼ିଶା ମୋ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ସମୁହ ରକ୍ତଦାନ ଶିବିର ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଆୟୋଜନ କରାଯିବ । ଆଜିଠୁ ସେବା ଦିବସ ପାଳିବ ବିଜେଡି ।

ଆମ ଇତିହାସ ବିଜୁ ବାବୁଙ୍କ ସେବା, ତ୍ୟାଗ ଏବଂ ନିରନ୍ତର ସଂଗ୍ରାମର ଜୀବନ୍ତ ଆଲେଖ୍ୟ । ସାରା ଜୀବନ ବିଜୁ ବାବୁ ଜନସେବାକୁ ସର୍ବାଧିକ ଗୁରୁତ୍ବ ଦେଇ ଆସିଥିଲେ । ଏହି ମହାନ୍ ଜନନେତାଙ୍କ ଶ୍ରାଦ୍ଧ ଦିବସ ଅବସରରେ ଏହି ସେବା ମନୋଭାବକୁ ଆହୁରି ପରିବର୍ଦ୍ଧିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଓଡ଼ିଶା ଆମ ପରିବାର, ପରିବାରର ପ୍ରତ୍ୟେକ ସଦସ୍ୟଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ନିଜର ଜୀବନକୁ ଉତ୍ସର୍ଗ କରିଆସିଥିବା ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଓଡ଼ିଶାବାସୀଙ୍କ କଲ୍ୟାଣରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବା ନିମନ୍ତେ ନବୀନ ନିବେଦନ କରିଛନ୍ତି ।

1916 ମସିହା ମାର୍ଚ୍ଚ 5 ତାରିଖରେ ଜନ୍ମ ହୋଇଥିଲେ ଓଡିଆ ମାଟିର କୃତ୍ତି ସନ୍ତାନ ବିଜୟାନନ୍ଦ ପଟ୍ଟନାୟକ । ପିତା ଲକ୍ଷ୍ମୀନାରାୟଣ ଓ ମାତା ଆଶା ଦେବୀଙ୍କର ଅନେକ ସ୍ବପ୍ନ ବାସ୍ତବରେ ରୂପାୟନ କରିଥିଲେ । 1997 ଆଜିର ଦିନରେ 81 ବର୍ଷ ବୟସରେ ମହାନିଦ୍ରାରେ ଶୋଇଗଲେ ବିଜୁ ପଟ୍ଟନାୟକ । କଳିଙ୍କ ଆକାଶକୁ ଏକ ଦୀପ୍ତିମାନ ନକ୍ଷେତ୍ର ଖସି ପଡିଲା । ତାଙ୍କ ସ୍ବପ୍ନର ଓଡିଶା ତାଙ୍କୁ ହରାଇବା ଦୁଃଖରେ ଗୁମସୁମ ହୋଇଗଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Apr 17, 2022, 11:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.