ETV Bharat / city

ଚାଷୀଙ୍କ ସମସ୍ୟାର ସମାଧାନ ହେଲେ ଦେଶବାସୀ ଖୁସି ହେବେ: ବିଜେଡି

ନୂତନ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତ। ଏହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛି ବିଜେଡି। ଅଧିକ ପଢ଼ନ୍ତୁ...

bjd leader amar pattanaik reaction on supreme court statement over new farm bill
ଚାଷୀଙ୍କ ସମସ୍ୟାର ସମାଧାନ ହେଲେ ଦେଶବାସୀ ଖୁସି ହେବେ: ବିଜେଡି
author img

By

Published : Jan 11, 2021, 9:23 PM IST

ଭୁବନେଶ୍ବର: ନୂତନ କୃଷି ଆଇନ ବିରୋଧରେ 47 ଦିଲା ହେଲା ସିଂଘୁ ବର୍ଡରରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଚାଷୀ ନିଜର ଦାବିରେ ଅଟଳ ରହିଥିବା ବେଳେ କେନ୍ଦ୍ର ସରକାର ଏମଏସପିକୁ ନେଇ ବୁଝାମଣା କରିବାକୁ ଇଚ୍ଛୁକ ନଥିବା ପ୍ରତୀତ ହେଉଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ଦେଇଛି।

ଚାଷୀଙ୍କ ସମସ୍ୟାର ସମାଧାନ ହେଲେ ଦେଶବାସୀ ଖୁସି ହେବେ: ବିଜେଡି

ନୂତନ କୃଷି ଆଇନକୁ ନେଇ ବିଜେଡି ନେତା ଅମର ପଟ୍ଟନାୟକ କହିଛନ୍ତି ଯେ, "କୃଷି ଆନ୍ଦୋଳନ କୁ ନେଇ ମାନ୍ୟବର ସୁପ୍ରିମକୋର୍ଟ ଯେଉଁ ଟିପ୍ପଣୀ ରଖିଛନ୍ତି ଏବଂ ଗଭୀର ଚିନ୍ତା ପ୍ରକଟ କରିଛି। ଏହାକୁ ନେଇ କୋର୍ଟରେ ମାମଲା ରହିଛି। ତା ଉପରେ ଅଧିକ ମନ୍ତବ୍ୟ ଦେବା ଠିକ ହେବ ନାହିଁ। ଏହି ମାମଲାର ଶୀଘ୍ର ସମାଧାନ ହେଲେ ଦେଶବାସୀ ଖୁସି ହେବେ।"

ନୂତନ କୃଷି ଆଇନକୁ ନେଇ ସୁପ୍ରିମକୋର୍ଟ ନୂତନ କୃଷି ଆଇନ ସ୍ଥଗିତ ରଖାଯାଉନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଚାଷୀ ଆନ୍ଦୋଳନରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ନୈରାଶ୍ୟଜନକ। କେନ୍ଦ୍ର ସରକାର ଏହାକୁ ସ୍ଥଗିତ ନକଲେ ଆମକୁ କିଛି ଦୃଢ଼ ପଦକ୍ଷେପ ନେବାକୁ ପଡ଼ିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଖାଲି ସେତିକି ନୁହେଁ ଆଇନ ପ୍ରତ୍ୟାହାର ପରେ ଆନ୍ଦୋଳନ ବନ୍ଦ ହେବ କି ବୋଲି ଚାଷୀଙ୍କ ପ୍ରଶ୍ନ କରିଛନ୍ତି ସୁପ୍ରିମ କୋର୍ଟ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.