ETV Bharat / city

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ, ନବୀନ ହେଲେ ସଭ୍ୟ ନମ୍ବର ୱାନ୍‌

ବିଜେଡି ଆରମ୍ଭ କରିଛି ସଭ୍ୟ ସଂଗ୍ରହ ଅଭିଯାନ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏଥିସହ ନିଜେ ନବୀନ ହେଲେ ଦଳର ପ୍ରଥମ ସଦସ୍ୟ ।

author img

By

Published : Sep 2, 2019, 4:39 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପବିତ୍ର ଗଣେଶ ଚତୁର୍ଥୀରୁ ବିଜେଡି ଆରମ୍ଭ କରିଛି ସଭ୍ୟ ସଂଗ୍ରହ ଅଭିଯାନ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ କାର୍ଯ୍ୟାଳୟରେ ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏଥି ସହ ନିଜେ ନବୀନ ହେଲେ ପ୍ରଥମ ସଭ୍ୟ ସଦସ୍ୟ । ଅକ୍ଟୋବର ୩୧ ଯାଏ ଚାଲିବ ଏହି ସଭ୍ୟ ସଂଗ୍ରହ ଅଭିଯାନ।

ସୋମବାର ଆରମ୍ଭ ହୋଇଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଠାରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଜେଡି । ସଭ୍ୟ ସଂଗ୍ରହ ରସିଦ୍‌ ନିଜେ କାଟିଛନ୍ତି ମୁଖ୍ୟମନ୍ତ୍ରୀ। ସେ ନିଜେ ସକ୍ରିୟ ସଭ୍ୟ ହେବା ସହିତ 24 ଜଣ ସଭ୍ୟ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ନବୀନ ଗାଁକୁ ଯିବାକୁ କର୍ମୀଙ୍କୁ ଆହ୍ବାନ କରିଛନ୍ତି । ଗାଁକୁ ଯାଇ ମହିଳା, ସାଧାରଣ ଲୋକ ଓ କୃଷକଙ୍କ ସହ କଥା ହେବା ପାଇଁ ପରାମର୍ଶ ଦେଇଛନ୍ତି ।

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଶୁଭାରମ୍ଭ

ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀରୁ ଦଳର ପଦଯାତ୍ରା ଥିଲେ ବି ଏହି ସମୟରେ ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ଦଳ ନିଷ୍ପତ୍ତି ନେଇଛି । ମାତ୍ର 5 ଟଙ୍କା ଦେଇ ଜଣେ ସଭ୍ୟ ହୋଇପାରିବେ । 2 ମାସ ମଧ୍ୟରେ 1 କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖିଛି ଦଳ। ଯୁବକ, ମହିଳା, ଚାଷୀ ସମସ୍ତଙ୍କୁ ସଭ୍ୟ କରି ଦଳ ନିଜ ସ୍ଥିତି ସୁଦୃଢ କରିବାକୁ ଲକ୍ଷ ରଖିଛି । ଯେଉଁମାନେ ସଭ୍ୟ ହେବେ ସେମାନଙ୍କ ଆଧାର ନମ୍ବର ସଂଯୋଗ କରିବାକୁ ପଡିବ। ଫଳରେ ଦଳ ଏଜ୍‌ ଡାଟାବେସ ପ୍ରସ୍ତୁତ କରି ରଖିବାରେ ଏହା ସହାୟକ ହେବ ବୋଲି କୁହାଯାଇଛି।

ୱେବ୍‌ ପୋର୍ଟାଲ ଓ ଆପ୍‌ ଜରିଆରେ ଏହି ସଭ୍ୟ ସଂଗ୍ରହକୁ ଦେଶ ତଥା ଦେଶ ବାହାରକୁ ନେବା ପାଇଁ ଦଳ ଯୋଜନା କରିଛି । ଆସନ୍ତା 7 ରେ ଦଳ ଜଏନ୍‌ ବିଜେଡି ଆପ୍‌ ଉନ୍ମୋଚନ କରିବ । ଏଥିସହିତ www.joinbjd.com ପୋର୍ଟାଲ ଜରିଆରେ ବି ଜଣେ ବିଜେଡି ସଭ୍ୟ ହୋଇପାରିବ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro: ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଠାରୁ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି ବିଜେଡି। ସଭ୍ୟ ସଂଗ୍ରହ ରିସିପଟ ନିଜେ କାଟିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଦଳୀୟ କାର୍ଯ୍ୟାଳୟରେ ସେ ଏହାର ଶୁଭାରମ୍ଭ କରିଛନ୍ତି। ସେ ନିଜେ ସକ୍ରିୟ ସଭ୍ୟ ହେବ ସହିତ 24 ଜଣ ସଭ୍ୟ ସଂଗ୍ରହ କରିଥିଲେ। ଅକ୍ଟୋବର31 ଯାଏ ଚାଲିବ ଏହି ସଭ୍ୟ ସଂଗ୍ରହ ଅଭିଯାନ। ଏପରିକି ଅକ୍ଟୋବର 2 ଗାନ୍ଧୀ ଜୟନ୍ତୀ ରୁ ଦଳର ପଦଯାତ୍ରା ଥିଲେ ବି ଏହି ସମୟରେ ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ଦଳ ନିଷ୍ପତ୍ତି ନେଇଛି। 5 ଟଙ୍କା ଦେଇ ଜଣେ ସଭ୍ୟ ହୋଇପାରିବେ।
2 ମାସ ମଧ୍ୟରେ 1 କୋଟି ସଭ୍ୟ ସଂଗ୍ରହ ଲକ୍ଷ୍ୟ ରଖିଛି ଦଳ। ଯୁବକ, ମହିଳା, ଚାଷୀ ସମସ୍ତଙ୍କୁ ସଭ୍ୟ କରି ଦଳ ନିଜ ସ୍ଥିତି ସୁଦୃଢ କରିବାକୁ ଲକ୍ଷ ରଖିଛି। ଯେଉଁମାନେ ଆଭ୍ୟ ହେବେ ସେମାନଙ୍କ ଆଧାର ନମ୍ବର ସଂଯୋଗ କରିବାକୁ ପଡିବ। ଫଳରେ ଦଳ ଏଜ ଡାଟା ବେସ ପ୍ରସ୍ତୁ କରି ରଖିବାରେ ଏହା ସହାୟକ ହେବ। ୱେବପୋର୍ଟାଲ ଓ ଆପ ଜରିଆରେ ଏହି ସଭ୍ୟ ସଂଗ୍ରହକୁ ଦେଶ ତଥା ଦେଶ ବାହାରକୁ ନେବା ପାଇଁ ଦଳ ଯୋଜନା କରିଛି। ଆସନ୍ତା 7ରେ ଦଳ ଜଏନ ବିଜେଡି ଆପ ଉନ୍ମୋଚନ କରିବ। ଏଥିସହିତ www.joinbjd.com ପୋର୍ଟାଲ ଜରିଆରେ ବି ସଭ୍ୟ ହୋଇପାରିବେ।

Body:ବାଇଟ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ
ବାଇଟ ଦେବୀପ୍ରସାଦ ମିଶ୍ର, ଆବାହକ, ସଭ୍ୟ ସଂଗ୍ରହ କମିଟି

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.