ETV Bharat / city

ବିଜେଡିର ଜନସମ୍ପର୍କ ପଦଯାତ୍ରା: ଆରମ୍ଭ ହେଲା ସମାଜ ସେବା ଓ୍ଵିଙ୍ଗ - ବିଜେଡି ସଭାପତି ନବୀନ ପଟ୍ଟନାୟକ

ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀର କାର୍ଗିଲ ବସ୍ତିରୁ ପଦଯାତ୍ରା ଆରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 2, 2019, 1:48 PM IST

Updated : Oct 2, 2019, 8:54 PM IST

ଭୁବନେଶ୍ବର: ବିଜୁ ଜନତା ଦଳ ଆଜିଠାରୁ ଆରମ୍ଭ କରିଛି ପଦଯାତ୍ରା । ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀର କାର୍ଗିଲ ବସ୍ତିରୁ ପଦଯାତ୍ରା ଆରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନୂଆ ଓଡିଶା ଗଠନ ପ୍ରତିଶ୍ରୁତି ନେଇ ଦଳ ଆଜିଠୁ ଆରମ୍ଭ କରିଛି ପଦଯାତ୍ରା । ଏହି ପଦଯାତ୍ରା ଜରିଆରେ ଲୋକଙ୍କୁ ସରକାର ଯୋଜନା ଓ ଦଳର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଯିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଏହି ସମାଜ ସେବା ଓ୍ଵିଙ୍ଗ ଆରମ୍ଭ କରିବା ନେଇ ଦଳ ଘୋଷଣା କରିଛି । ଗାନ୍ଧୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ଏଭଳି ପଦକ୍ଷେପ ନେବାକୁ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଏହା ବୃକ୍ଷରୋପଣ, ପରିବେଶ, ରକ୍ତଦାନ, ସ୍ବାସ୍ଥ୍ୟ ସହାୟତା କ୍ଷେତ୍ରରେ କାର୍ଯ୍ୟ କରିବ ।

ଓଡ଼ିଶାକୁ ସ୍ବଚ୍ଛ, ସବୁଜ ଓ ରାଜ୍ୟବାସୀଙ୍କୁ ସୁସ୍ଥ ରଖିବା ଏହାର ପ୍ରୟାସ ହେବ । ସମାଜ ସେବା ମୋର ସବୁଠାରୁ ପ୍ରିୟ କାର୍ଯ୍ୟକ୍ରମ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯୁବକ ମାନେ ଏଥିରେ ଅଧିକ ସକ୍ରିୟ ହେବାକୁ ନବୀନ ଆହ୍ବାନ କରିଛନ୍ତି ।

ଏବେ ଯାଏଁ 3 ଲକ୍ଷ ୟୁନିଟ ରକ୍ତ ଲୋକଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଛି । ଆନ୍ଦୋଳନରେ 10 ଲକ୍ଷ ଲୋକ ସାମିଲ ହୋଇ ସଫଳ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଛନ୍ତି । ପଦଯାତ୍ରାରେ ମୁଖ୍ୟତଃ ଦୁଇଟି ଦିଗ ଉପରେ ଫୋକସ ଦିଆଯାଇଛି । ଲୋକଙ୍କ ସମସ୍ୟା ବୁଝିବା ସହିତ ସରକାରଙ୍କ ଲୋକାଭିମୁଖୀ କାମକୁ ଲୋକଙ୍କ ନିକଟରେ ପହଞ୍ଚାନ୍ତୁ । ଦଳର କର୍ମକର୍ତ୍ତା ଓ ରାଜ୍ୟବାସୀଙ୍କ ବିପୁଳ ସମର୍ଥନ ପାଇଁ ସେ ଧନ୍ୟବାଦ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଜୁ ଜନତା ଦଳ ତରଫରୁ ଆଜିଠାରୁ ଆରମ୍ଭ ହୋଇଛି ପଦଯାତ୍ରା। ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ର କାର୍ଗିଲ ବସ୍ତିରୁ ପଦଯାତ୍ରା ଆରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ନୂଆ ଓଡିଶା ଗଠନ ପ୍ରତିଶ୍ରୁତି ନେଇ ଦଳ ଆଜିଠୁ ଆରମ୍ଭ କରିଛି ପଦଯାତ୍ରା। ଲୋକଙ୍କୁ ସରକାର ଯୋଜନା ଓ ଦଳର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଯିବ।Body:BaitConclusion:
Last Updated : Oct 2, 2019, 8:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.