ETV Bharat / city

ବିଜେଡି ହେଉଛି ବିଜେପିର B ଟିମ: ଚେଲ୍ଲା କୁମାର - ବିଜେଡିକୁ ବିଜେପିର B ଟିମ କହିଲେ ଚେଲ୍ଲା କୁମାଲ

ବିଜେଡିକୁ ବିଜେପିର B ଟିମ୍ କହି କଟାକ୍ଷ କଲେ କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲା କୁମାର । ପାଲଟା ଜବାବ ଦେଲେ ବିଜେପି ନେତା ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

ବିଜେଡି ହେଉଛି ବିଜେପିର B ଟିମ: ଚେଲ୍ଲା କୁମାର

author img

By

Published : Jan 22, 2022, 6:49 PM IST

ଭୁବନେଶ୍ବର: ରାଜନୀତିରେ କେହି କାହାର ନୁହନ୍ତି, ଆଜି ଯିଏ ଆପଣାର କାଲି ସେ ପର । ଏହି ଆଧାରରେ ରାଜ୍ୟରେ ଶାସକ ଦଳ ବିଜେଡି ଚାଲିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି । କଂଗ୍ରେସ ପ୍ରଭାରୀ ଡ. ଚେଲ୍ଲା କୁମାର କହିଛନ୍ତି ଯେ, ବିଜେଡି ହେଉଛି ବିଜେପିର B ଟିମ ।

ବିଜେଡି ହେଉଛି ବିଜେପିର B ଟିମ: ଚେଲ୍ଲା କୁମାର

ଦୀର୍ଘଦିନ ଉଭୟ ବିଜେପି ଏବଂ ବିଜେଡି ସମ୍ପର୍କରେ ଥିଲେ, ଉଭୟଙ୍କ ମିଳିତ ସରକାର ମଧ୍ୟ ଥିଲା । ସଂସଦରେ ଅନେକ ବିଲ ପାରିତ ସମୟରେ ବିଜେଡି ବିଜେପି ସହ ରହିଛି ଯାହା ସମସ୍ତଙ୍କୁ ଜଣା ବୋଲି ଚେଲ୍ଲା କୁମାର କହିଛନ୍ତି । ରାଜ୍ୟବାସୀ ଜାଣିଛନ୍ତି ବିଜେଡି ବିଜେପି ସରକାର ଭିତିରି ସମ୍ପର୍କ କଣ, ଉପରେ ଲୋକଙ୍କ ସାମ୍ନାରେ ପ୍ରତିଦ୍ବନ୍ଦିତା ହେଲେ ଭିତରୀ ସମ୍ପର୍କ ନିବିଡ ଯାହା ସମସ୍ତଙ୍କୁ ଜଣା ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ବାଳ କହିଛନ୍ତି ।

ସେପଟେ ବିଜେପି ନେତା ଗୋଲକ ମହାପାତ୍ର ଚେଲାଙ୍କ ଟିପ୍ପଣୀ ଉପରେ ଅଟ୍ଟହାସ୍ୟ କରିଛନ୍ତି । କଂଗ୍ରେସ ବିଜେଡି ଭାଇ-ଭାଇ, ପୂର୍ବରୁ ଉପନିର୍ବାଚନରେ କଂଗ୍ରେସ ଭୋଟ ଅଧିକାଂଶରେ ବିଜେଡିକୁ ଯାଇଛି । କଂଗ୍ରେସର ବରିଷ୍ଠ ନେତାମାନେ ବିଜେଡିରେ ମିଶୁଛନ୍ତି । ତେଣୁ କିଏ କାହାର B ଟିମ ରାଜ୍ୟବାସୀ ଜାଣିସାରିଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.