ETV Bharat / city

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ: ପଦ୍ମନାଭ - ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପଦ୍ମନାଭ ବେହେରା । ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥାଏ ବୋଲି କହିଛନ୍ତି ପଦ୍ମନାଭ । ଅଧିକ ପଢନ୍ତୁ

ପଦ୍ମନାଭ
ପଦ୍ମନାଭ
author img

By

Published : May 3, 2022, 8:22 PM IST

ଭୁବନେଶ୍ବର: ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ପଦ୍ମନାଭ ବେହେରା । ବିଜୁ ଜନତା ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥାଏ ବୋଲି କହିଛନ୍ତି ପଦ୍ମନାଭ ।

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ: ପଦ୍ମନାଭ

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ନେତା ପଦ୍ମନାଭ ବେହେରା କହିଛନ୍ତି, "କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ଆସନ ପାଇଁ ଉପନିର୍ବାଚନ ହେବା ନିଶ୍ଚିତ ଥିଲା ।"

ସେହି ଅନୁସାରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । ବିଜେଡି ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଥାଏ । ମୁଁ ବ୍ରଜରାଜନଗର ପର୍ଯ୍ୟବେକ୍ଷକ ରହିଥିଲି ଓ ମନ୍ତ୍ରୀ ଭାବେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ରହିଛି । ସେଠାକାର ସଙ୍ଗଠନ ବେଶ ଭଲ ରହିଛି । ଆମେ ବହୁତ ଭଲ ପ୍ରଦର୍ଶନ କରିବୁ । ପ୍ରାର୍ଥୀ କିଏ ହେବ ତାହା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନିଷ୍ପତ୍ତି ନେବେ । ପ୍ରାର୍ଥୀଙ୍କୁ ନେଇ ଦଳରେ କୌଣସି ଦ୍ଵନ୍ଦ୍ୱ ନାହିଁ । ପ୍ରତ୍ୟେକ ଉପନିର୍ବାଚନରେ ଦଳ ତୃଣମୂଳ ସ୍ତରରୁ ରଣନୀତି ପ୍ରସ୍ତୁତ କରେ । ଏଥର ମଧ୍ୟ ଆମେ ସେମିତି ରଣନୀତି ପ୍ରସ୍ତୁତ କରି ନିର୍ବାଚନ ଲଢିବୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.