ETV Bharat / city

ପୌର ଉପାଧ୍ୟକ୍ଷ ନିର୍ବାଚନ: ମ୍ୟାଜିକ ନମ୍ବର ପାଇଁ ଜୋର ଲଗାଇଲା BJD - ପୌର ଉପାଧ୍ୟକ୍ଷ ନିର୍ବାଚନ

ଆସନ୍ତା 7 ତାରିଖରେ ପୌର ଉପାଧ୍ୟକ୍ଷ ନିର୍ବାଚନ । ପ୍ରତ୍ୟକ୍ଷ ପରେ ପରୋକ୍ଷ ନିର୍ବାଚନରେ ଦବଦବା ଦେଖାଇବାକୁ ବଳ କସିଛି ବିଜେଡି । ଚଳିତଥର ପୌର ଅଧ୍ୟକ୍ଷ ଲାଗି ସିଧାସଳଖ ନିର୍ବାଚିତ ହୋଇଥିବାରୁ ଉପାଧ୍ୟକ୍ଷ ପଦ ପାଇଁ ଚାଲିଛି ଟଣାଓଟରା । ଦଳ ଅଧିକାଂଶ ଉପାଧ୍ୟକ୍ଷ ପଦ ହାତେଇବ ବୋଲି କହିଛନ୍ତି ବିଜେଡି ଉପ-ସଭାପତି ଦେବୀ ମିଶ୍ର । ଅଧିକ ପଢନ୍ତୁ

ବିଜେଡି
ବିଜେଡି
author img

By

Published : Apr 4, 2022, 10:06 PM IST

ଭୁବନେଶ୍ବର: ଆସନ୍ତା 7 ତାରିଖରେ ପୌର ଉପାଧ୍ୟକ୍ଷ ନିର୍ବାଚନ । ପ୍ରତ୍ୟକ୍ଷ ପରେ ପରୋକ୍ଷ ନିର୍ବାଚନରେ ଦବଦବା ଦେଖାଇବାକୁ ବଳ କସିଛି ବିଜେଡି । ଚଳିତଥର ପୌର ଅଧ୍ୟକ୍ଷ ଲାଗି ସିଧାସଳଖ ନିର୍ବାଚିତ ହୋଇଥିବାରୁ ଉପାଧ୍ୟକ୍ଷ ପଦ ପାଇଁ ଚାଲିଛି ଟଣାଓଟରା । ଦଳ ଅଧିକାଂଶ ଉପାଧ୍ୟକ୍ଷ ପଦ ହାତେଇବ ବୋଲି କହିଛନ୍ତି ବିଜେଡି ଉପ-ସଭାପତି ଦେବୀ ମିଶ୍ର । ରାଜ୍ୟର ପ୍ରାୟ 15ଟି ସହରରେ ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ବିଜେପି, କଂଗ୍ରେସ କିମ୍ବା ସ୍ବାଧୀନ କାଉନସିଲର ଅଧିକ ନିର୍ବାଚିତ ହୋଇଛନ୍ତି ।

ପୌର ଉପାଧ୍ୟକ୍ଷ ନିର୍ବାଚନ: ମ୍ୟାଜିକ ନମ୍ବର ପାଇଁ ଜୋର ଲଗାଇଲା ବିଜେଡି

ତଥାପି ଏସବୁ ସ୍ଥାନରେ ଉପାଧ୍ୟକ୍ଷ ଚୌକି ହାସଲ ପାଇଁ ବିଜେଡି ସବୁ ବଳ ଖଟାଇ ଦେଇଛି । ରାଜ୍ୟର 105ଟି ପୌର ପରିଷଦ/ଏନଏସିରୁ 90 ଟିରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି । 15ଟି ପୌରାଞ୍ଚଳରେ ସ୍ଥିତି ଏବେ ବି ଅସ୍ପଷ୍ଟ ରହିଛି । ହେଲେ ଦଳ ଏଠାରେ ଉପାଧ୍ୟକ୍ଷ ପଦ ଦଖଲ କରିବା ଲାଗି ଭରପୁର ପ୍ରୟାସ କରୁଛି । ସଂଖ୍ୟା ହାସଲ ଲାଗି ବିଜେଡି ଘୋଡା ବେପାର କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦଳର ବରିଷ୍ଠ ନେତା ଦେବୀ ମିଶ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.