ETV Bharat / city

ବିଧାନ ପରିଷଦ ଗଠନ ସଂକଳ୍ପକୁ ଅନୁମୋଦନ ପାଇଁ ଦାବି ଜୋର କଲା ବିଜେଡି

author img

By

Published : Aug 11, 2021, 10:22 PM IST

ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ । ବିଧାନ ପରିଷଦ ଗଠନ ସଂକଳ୍ପକୁ ଅନୁମୋଦନ କରିବା ପାଇଁ ଦାବି କଲା ବିଜେଡି । ଏନେଇ କେନ୍ଦ୍ର ନିକଟରେ ସ୍ୱର ଶାଣିତ କରିବ ଶାସକ ଦଳ ବିଜେଡି । ଅଧିକ ପଢ଼ନ୍ତୁ...

ବିଧାନ ପରିଷଦ ଗଠନ ସଂକଳ୍ପକୁ ଅନୁମୋଦନ ପାଇଁ ଦାବି ଜୋର କଲା ବିଜେଡି
ବିଧାନ ପରିଷଦ ଗଠନ ସଂକଳ୍ପକୁ ଅନୁମୋଦନ ପାଇଁ ଦାବି ଜୋର କଲା ବିଜେଡି

ଭୁବନେଶ୍ବର: ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ । ବିଧାନ ପରିଷଦ ଗଠନ ସଂକଳ୍ପକୁ ଅନୁମୋଦନ କରିବା ପାଇଁ ଦାବି କଲା ବିଜେଡି । ଏନେଇ କେନ୍ଦ୍ର ନିକଟରେ ସ୍ୱର ଶାଣିତ କରିବ ଶାସକ ଦଳ ବିଜେଡି । ଓଡ଼ିଶାରେ ବିଧାନ ପରିଷଦ ଗଠନ କରିବାକୁ ସର୍ବ ସହମତି କ୍ରମେ ସଂକଳ୍ପ ବିଧାନସଭାରେ ପାରିତ କରିଛନ୍ତି ରାଜ୍ୟ ସରକାର । ଅନୁମୋଦନ ଲାଗି କେନ୍ଦ୍ର ନିକଟକୁ ସଂକଳ୍ପ ପଠାଯାଇଛି । ୩ବର୍ଷ ହେବ ସଂକଳ୍ପ ପଠାଯାଇଥିଲେ ମଧ୍ୟ ଏଯାଏଁ ସଂସଦର ଅନୁମୋଦନ ମିଳିପାରୁନି । ତୁରନ୍ତ ବିଧାନ ପରିଷଦ ଗଠନ କରିବା ପାଇଁ ରାଜ୍ୟରେ ଦାବି ହେଉଛି ।

ନିର୍ବାଚନ ପାଖେଇ ଆସୁଥିବାରୁ ପୁଣି ଫେରିଛି କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ । ଏହାସହ ଫେରିଛି ସଂରକ୍ଷଣ ଓ ବିଧାନ ପରିଷଦ ଗଠନ ପ୍ରସଙ୍ଗ । ଏହାକୁ ନେଇ କେନ୍ଦ୍ର ପାଖରେ ସ୍ୱର ଶାଣିତ କରିବ ରାଜ୍ୟ । ସଂକଳ୍ପକୁ ଅନୁମୋଦନ ପାଇଁ ଦିଲ୍ଲୀରୁ ପଲ୍ଲୀ ଲଢେଇ କରିବ ବୋଲି କହିଛି ବିଜେଡି । ଏନେଇ ୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ ବିଧାନ ପରିଷଦ କମିଟି ବିହାର ତେଲଙ୍ଗାନା, ମହାରାଷ୍ଟ୍ର, କର୍ଣ୍ଣାଟକ ଗସ୍ତ କରିଥିଲେ । ସେଠାରେ କିପରି ବିଧାନ ପରିଷଦ କାର୍ଯ୍ୟକାରୀ ହେଉଛି ଅନୁଧ୍ୟାନ ମଧ୍ୟ କରିଥିଲା ।

ଅନୁଧ୍ୟାନ ରିପୋର୍ଟ ୨୦୧୮ରେ ବିଧାନସଭାରେ ସର୍ବ ସମ୍ମତି କ୍ରମେ ବିଧାନ ପରିଷଦ ସଂକଳ୍ପ ପାରିତ ହୋଇଥିଲା । ଏହି ସଂକଳ୍ପକୁ ପାରିତ କରିବା ପାଇଁ କେନ୍ଦ୍ର ନିକଟକୁ ପଠାଯାଇଥିଲା । ଏହାରି ଭିତରେ ୩ ବର୍ଷ ବିତିଯାଇଥିଲେ ବି ସଂସଦରେ ଏ ସଂକ୍ରାନ୍ତରେ ବିଲ କେନ୍ଦ୍ର ଆଣୁନାହିଁ । ଯାହାକୁ ନେଇ ରାଜ୍ୟରେ ଅସନ୍ତୋଷ ଦେଖାଦେଇଛି । ରାଜ୍ୟସଭା ପରି ଓଡ଼ିଶାରେ ବିଧାନ ପରିଷଦ କାର୍ଯ୍ୟକ୍ଷମ ହେବ । ନିୟମ ଅନୁସାରେ ବିଧାନ ପରିଷଦର ୪୯ ଜଣ ସଦସ୍ୟ ରହିବେ ।

ବିଭିନ୍ନ ବର୍ଗର ଲୋକ ବିଧାନ ପରିଷଦର ସଦସ୍ୟ ଭାବେ ମନୋନୀତ ହେବେ । ଏଣୁ କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ଦେଇ ଅନ୍ୟ ରାଜ୍ୟ ପରି ବିଧାନପରିଷଦ ବିଲକୁ ସଂସଦରେ ପାରିତ କରିବା ପାଇଁ ଦାବି କରିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ବିଧାନ ପରିଷଦର ସଂକଳ୍ପ ସଂସଦରେ ପାସ ହେଲେ ଅନୁମୋଦନ ଲାଗି ରାଷ୍ଟ୍ରପତିଙ୍କ ପାଖକୁ ଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.