ଭୁବନେଶ୍ବର: ପୌର ନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ । ଶେଷ ଦିନରେ ରାଜଧାନୀରେ ଜୋରଦାର ପ୍ରଚାର କରିଛି ବିଜେପି । ବିଜେପି ପକ୍ଷରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ମେୟର ପ୍ରାର୍ଥୀ ଡକ୍ଟର ସୁନୀତ ମୁଣ୍ଡଙ୍କ ପାଇଁ ପ୍ରଚାର କରିଛନ୍ତି । ସୁନ୍ଦରପଦା ଅଞ୍ଚଳରେ ହଜାର ହଜାର କର୍ମୀଙ୍କସହ ୬୭ ନମ୍ବର ୱାର୍ଡରେ ଘର ଘର ବୁଲି ପ୍ରଚାର କରିଛନ୍ତି ସାଂସଦ ।
ଆଉ କିଛି ସମୟ ପରେ ଶେଷ ହେବ ପୌର ନିର୍ବାଚନ ପାଇଁ ପ୍ରଚାର ଅବଧି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ଯେ, " ଯେଉଁ ଦିନ ନିର୍ବାଚନ ତାର ପୂର୍ବଦିନ ରାତିରେ ଭୋଟ କିଣିବା ପାଇଁ ବିଜେଡି ପକ୍ଷରୁ ପ୍ରୟାସ ନ କରାଯାଉ । ଏହା ଲୋକତନ୍ତ୍ର ମୁହଁରେ ଚାପୁଡ଼ା ସଦୃଶ । ଅନ୍ତିମ ଦିନରେ ପ୍ରାର୍ଥନା କରୁଛି ଏଇଟା ବିଜୁ ଜନତା ଦଳ ନ କରୁ । ଭୋଟ କିଣା ବିକାର ତିନୋଟି ଭିଡିଓ ରହିଛି, ଠିକ ସମୟରେ ଆସିବ, ଯେଉଁଥିରେ ଦୁଇ ବିଧାୟକ ମଧ୍ୟ ସାମିଲ ଅଛନ୍ତି ।"
ବିଜେପି କେତେ ଆସନରେ ବିଜୟୀ ହେବା ତାହା ଭଗବାନଙ୍କ ଉପରେ ଛାଡ଼ି ଦେଇଛି । ଭୋଟରଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦିପନା ରହିଛି । ଲୋକମାନେ ବିପୁଳ ସଂଖ୍ୟାରେ ବାହାରି ବିଜେପିକୁ ଆଶୀର୍ବାଦ ଦେବେ । ଏଥିପାଇଁ ବିଜେପି ନେତା ଓ କର୍ମକର୍ତ୍ତାମାନେ ଖୁବ ଉତ୍ସାହିତ ହୋଇ ରହିଛନ୍ତି । ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ