ETV Bharat / city

Panchayat Poll Result: ଜାରି ରହିଛି ନବୀନ କ୍ରେଜ, ରେକର୍ଡ ଭାଙ୍ଗିଲା ବିଜେଡି

ନବୀନଙ୍କ ମାଷ୍ଟର ଷ୍ଟ୍ରୋକ ଆଗରେ ଧରାଶାୟୀ ହୋଇଛନ୍ତି ବିରୋଧୀ । ରାଜ୍ୟରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ । ରାଜ୍ୟରେ ନବୀନଙ୍କର ବିକଳ୍ପ କେହି ନାହାନ୍ତି, ତାହା ପୁନର୍ବାର ପ୍ରମାଣିତ କଲା ପଞ୍ଚାୟତ ନିର୍ବାଚନ ଫଳାଫଳ । ଅଧିକ ପଢ଼ନ୍ତୁ

author img

By

Published : Mar 1, 2022, 8:58 PM IST

Panchayat Poll Result: ଜାରୀ ରହିଛି ନବୀନ କ୍ରେଜ, ରେକର୍ଡ ଭାଙ୍ଗିଲା ବିଜେଡି

ଭୁବନେଶ୍ବର: ନବୀନଙ୍କ ମାଷ୍ଟର ଷ୍ଟ୍ରୋକ ଆଗରେ ଧରାଶାୟୀ ହୋଇଛନ୍ତି ବିରୋଧୀ । ରାଜ୍ୟରେ ଜାରି ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ । ରାଜ୍ୟରେ ନବୀନଙ୍କର ବିକଳ୍ପ କେହି ନାହାନ୍ତି, ତାହା ପୁନର୍ବାର ପ୍ରମାଣିତ କଲା ପଞ୍ଚାୟତ ନିର୍ବାଚନ ଫଳାଫଳ । ଭାଙ୍ଗିଲା ବିରୋଧୀ ଗଡ଼ । ପଦ୍ମ ସାମ୍ରାଜ୍ୟରେ ଶଙ୍ଖ ଫୁଙ୍କିଛି ବିଜେଡି । ହାତ ମହଲରେ ମଧ୍ୟ ନୂଆ ସାମ୍ରାଜ୍ୟ କରିଛି ନବୀନ ବ୍ରିଗେଡ । ପଞ୍ଚାୟତ ନିର୍ବାଚନରେ ଆସିଛି ନବୀନ ସୁନାମୀ । ଧ୍ୱସ୍ତବିଧ୍ୱସ୍ତ ହୋଇଛି ପଦ୍ମଗଡ଼ ଓ ହାତ ମହଲ । ଅଭେଦ୍ୟ ଦୁର୍ଗ ମୟୂରଭଞ୍ଜ, କଳାହାଣ୍ଡି, ବରଗଡ଼, ବଲାଙ୍ଗିର, ସମ୍ବଲପୁରରେ ବିଜେପିକୁ ଧରାଶାୟୀ କରିଛି ବିଜେଡି । ସେହିପରି ଅବିଭକ୍ତ କୋରାପୁଟ ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବିଜେଡି ଉଡେଇଛି ବିଜୟ ବାନା । ବିଜେଡିକୁ କାଟୁ କରିନି ବିରୋଧୀଙ୍କ ବରୋଧ । ଫସର ଫାଟିଛି କଂଗ୍ରେସ ଓ ବିଜେପିର ନିର୍ବାଚନୀ ରଣହୁଙ୍କାର ।

ନିଜ ରେକର୍ଡ ନିଜେ ଭାଙ୍ଗିଲା ବିଜେଡି
ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ 2022ରେ ବିଜେଡିର ବୃହତ ବିଜୟ ହାସଲ କରିଛି । ମୋଟ 851 ଜିଲ୍ଲା ପରିଷଦ ଜୋନରୁ ବିଜେଡି 765ଟି ଜୋନରେ ବିଜୟୀ ହୋଇଛି । ବିଜେପି 42, କଂଗ୍ରେସ 37 ଆସନରେ ଜିତିଥିବାବେଳେ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରୀର୍ଥୀ 7ଟି ଜୋନରେ ଜିତିଛନ୍ତି । ରାଜ୍ୟରେ ମୋଟ 853ଟି ଜିଲ୍ଲା ପରିଷଦ ଜୋନରୁ ଗୋଟିଏ ଜୋନରେ ବିଜେଡି ପ୍ରାର୍ଥୀ ପୂର୍ବରୁ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲା । ସେହିପରି ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ରହିଛି ।

ପଞ୍ଚାୟତ ନିର୍ବାଚନ ଇତିହାସରେ ନିଜ ରେକର୍ଡ ନିଜେ ଭାଙ୍ଗିଛି ବିଜେଡି । 2012 ନିର୍ବାଚନ 651 ରେକର୍ଡ ଭାଙ୍ଗି ମହାବିଜୟ ହାସଲ କରିଛି ଦଳ । ବିଜୁ ଜନତା ଦଳ ଶାସିତ ସରକାରଙ୍କ ସମୟ ଉପଯୋଗୀ ଯୋଜନା, ନବୀନଙ୍କ କ୍ରେଜ, ତୃଣମୂଳରେ ଦଳର ମଜବୁତ ସଂଗଠନ, ନିର୍ବାଚନର ସଠିକ ପରିଚାଳନା, ବିରୋଧୀଙ୍କ ନିଷ୍କ୍ରିୟତା ବିଜେଡିର ବିରାଟ ବିଜୟର କାରଣ ବୋଲି ଆକଳନ କରାଯାଉଛି ।

ନବୀନ କ୍ରେଜ ଆଗରେ ଫିକା ପଡୁଛି ବିରୋଧୀ
ଗତ 22 ବର୍ଷ ହେଲା ଶାସନ ଗାଦିରେ ରହିଛି ନବୀନଙ୍କ ନେତୃତ୍ୱରେ ବିଜେଡି । 2000ରୁ ବିଜେପିକୁ ସାଥି କଂଗ୍ରେସକୁ ଗାଦିଚ୍ୟୁତ କରି ସରକାର ଗଢ଼ିଥିଲେ ନବୀନ । ବିଜେପି ସହ ଭାଗୁଆଳି ସରକାର କରି 2009ରେ ମେଣ୍ଟ ଭାଙ୍ଗିଥିଲେ ନବୀନ । 2009ରୁ 2022 ଯାଏଁ ଏକକ ସ୍ଥିର ସରକାର ଚଳାଇ ଆସିଛନ୍ତି ନବୀନ । ନବୀନଙ୍କ ରଣନୀତି ଆଗରେ ଫିକା ପଡୁଛନ୍ତି ବିରୋଧୀ । ଦଳ ଓ ସରକାର ପରିଚାଳନାରେ ସମନ୍ୱୟ ରକ୍ଷା କରିବାରେ ନବୀନ ସିଦ୍ଧହସ୍ତ ହୋଇସାରିଥିବାରୁ ବିରୋଧୀଙ୍କ ଚାଲ ତାଙ୍କୁ ପ୍ରଭାବିତ କରିପାରୁନଥିବା ରାଜନୈତିକ ସମୀକ୍ଷକ ଆକଳନ କରୁଛନ୍ତି ।

ବିଜେଡିର ଯୋଜନା ଭେଟି, ଭାଙ୍ଗୁଛି ବିରୋଧୀଙ୍କ ଅଣ୍ଟା
ଜନ୍ମରୁ ମୃତ୍ୟୁ । ଶିଶୁର ବୃଦ୍ଧ । ଚାଷୀଠୁ ଶ୍ରମିକ । ସମସ୍ତଙ୍କ ପାଇଁ ଯୋଜନା ଖଞ୍ଜି ଦେଇଛନ୍ତି ବିଜେଡି ଶାସିତ ରାଜ୍ୟ ସରକାର । କାଳିଆ, ବଳରାମ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ରାଜ୍ୟରେ ମାଇଲ ଖୁଣ୍ଟ ସ୍ଥାପନ କରିଥିବା ଯୋଜନା । ରାଜ୍ୟର କାଳିଆକୁ ଅନୁକରଣ କରି କେନ୍ଦ୍ରର ପିଏମ କିଷାନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣକୁ ଅନୁକରଣ କରି ଅୟୁଷମାନ ଭାରତ ପରି ଯୋଜନା କରାଯାଇଥିବା କୁହାଯାଏ ।

ବିରୋଧୀ ଗଡ଼ ଭାଙ୍ଗୁଛି ବିଜେଡି
ସ୍ୱତନ୍ତ୍ର ରଣନୀତି କରି ବିରୋଧୀ ଗଡ଼ ଭାଙ୍ଗିବାରେ ସଫଳ ହେଉଛି ବିଜେଡି । ଗତ ପଞ୍ଚାୟତ ଓ ବିଧାନସଭା ନିର୍ବାଚନରେ ଯେଉଁ ଅଞ୍ଚଳରେ ବିଜେପି ସଫଳତା ପାଇଥିଲା ସେଠାରେ ମଧ୍ୟ ଦଳକୁ ମାଟିକାମୁଡ଼ିବାକୁ ପଡ଼ିଛି । କୌତୂହଳର ବିଷୟ ହେଉଛି ବିଜେପି ବିଧାୟକ, ସାଂସଦ, କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ନିଜ ଅଞ୍ଚଳରେ ଦଳ ପାଇଁ ଭୋଟ ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି । ଏହାସହ ବିରୋଧୀ ଦଳ ନେତାଙ୍କୁ ଦଳକୁ ଆଣିବାରେ ସଫଳ ହୋଇଛି ଦଳ ।

ଦରଦାମ ବୃଦ୍ଧି ଓ ତୈଳ ଦର ପକାଇଲା ପ୍ରଭାବ
ଗତ କିଛି ବର୍ଷ ମଧ୍ୟରେ ଦେଶରେ ବିଭିନ୍ନ ସାମଗ୍ରୀର ଅହେତୁକ ବୃଦ୍ଧି ହୋଇଛି । ଏହାର ସିଧାସଳଖ କାରଣ ତୈଳଦାମ ବୃଦ୍ଧି ବୋଲି କୁହାଯାଉଛି । ଫଳରେ ସାଧାରଣ ଲୋକ ପ୍ରଭାବିତ ହୋଇଛନ୍ତି । ଯାହା ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡିଲା ବୋଲି ଆକଳନ କରାଯାଉଛି । ଏହା ସହିତ ରାଜ୍ୟପ୍ରତି କେନ୍ଦ୍ର ସରକାରଙ୍କ ଅବିଚାର, କ୍ରମବର୍ଦ୍ଧିଷ୍ଣୁ ଦରଦାମରେ ପ୍ରଭାବିତ ସାଧାରଣ ଲୋକଙ୍କ କ୍ରୋଧ ବାଲାଟ୍‍ ଜରିଆରେ ଜନସାଧାରଣ ଦେଇଛନ୍ତି ।

ନବୀନଙ୍କ ଭାବମୂର୍ତ୍ତି ବନାମ ନେତୃତ୍ୱ ଶୂନ୍ୟ ବିରୋଧୀ
ରାଜ୍ୟର ଜନସାଧାରଣ ପୁଣିଥରେ ନବୀନଙ୍କ ଉପରେ ଆସ୍ଥା ସ୍ଥାପନ କରିଛନ୍ତି । ବିରୋଧୀଙ୍କ ଆନ୍ଦୋଳନ, ବିକ୍ଷୋଭ ଓ ଭାଷଣ ଲୋକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଛି । ଏହା ଅପେକ୍ଷା ନବୀନଙ୍କ ବିକାଶ ମନ୍ତ୍ର, ସ୍ୱଚ୍ଛ ଶାସନ, ଅମଳିନ ଭାବମୂର୍ତ୍ତି ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି ଲୋକେ । ନବୀନ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଲୋକହିତକର ଯୋଜନା ସାଧାରଣ ଲୋକଙ୍କୁ କେତେ ପରିମାଣରେ ଛୁଇଁଛି ତାହା ପଞ୍ଚାୟତ ଫଳାଫଳରେ ପ୍ରତିଫଳିତ ହୋଇଛି । ଅନ୍ୟପଟେ ବିଜେପି ଓ କଂଗ୍ରେସ ନେତୃତ୍ୱ ଶୁନ୍ୟ ମନେ ହୋଇଛନ୍ତି । କାହା ନେତୃତ୍ୱରେ ଦଳ ନିର୍ବାଚନ ଲଢୁଥିଲେ, ତାହା ଲୋକଙ୍କୁ ସନ୍ଦେହ ଭିତରେ ରଖିଥିଲା ।

ଯୁବ ନେତୃତ୍ୱକୁ ନବୀନଙ୍କ ଗୁରୁତ୍ୱ
କୁହାଯାଏ, ଯାହାର ଯୁବ ନେତୃତ୍ୱ ଯେତେ ସଶକ୍ତ ସେହି ଦଳ ସେତେ ସଫଳ । ଏହାକୁ ଦୃଷ୍ଟିରେ ରଖି ଗତ କିଛି ବର୍ଷ ମଧ୍ୟରେ ଦଳ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଇ ଆସୁଛି । ଯାଜପୁରର ଯୁବ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସଙ୍ଗଠନ ଦାୟୀତ୍ୱ ଦେଇ ଦଳର ସଠିକ ପରିଚାଳନା କରିବାରେ ସଫଳ ହୋଇଛନ୍ତି ନବୀନ । ଅନ୍ୟପଟେ ଆଉ ଜଣେ ଦକ୍ଷ ଯୁବ ସଂଗଠନ ତଥା ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ପଶ୍ଚିମ ଓଡ଼ିଶାରେ ଭରସା କରିଥିଲେ ବିଜେଡି ସଭାପତି । ପଶ୍ଚିମରେ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ସହ ଏହାକୁ ଭୋଟରେ ପ୍ରତିଫଳନ କରିବାରେ ସଫଳ ହୋଇଛନ୍ତି ସୁଶାନ୍ତ । ଦଳର ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟୀତ୍ୱ ଦେଇ ଜିଲ୍ଲା ସ୍ତରରେ ଥିବା ଅସନ୍ତୁଳକୁ ପ୍ରତିହତ କରିଛନ୍ତି ବିଜେଡି ସଭାପତି ।

ପ୍ରଚାରରେ ଆଗରେ ବିଜେଡି
କୋଭିଡ କାଳରେ ହୋଇଛି ପଞ୍ଚାୟତ ନିର୍ବାଚନ । ଏହାକୁ ଦୃଷ୍ଟିରେ ରଖି ପ୍ରଚାର ପାଇଁ ସ୍ୱତନ୍ତ୍ର ରଣନୀତି କରିଥିଲା ଦଳ । ଦଳର ସୁପର ଷ୍ଟାର ହେଉଛନ୍ତି ଖୋଦ ନବୀନ । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ବିଭିନ୍ନ ସରକାରୀ ଯୋଜନା ଉଦଘାଟନ କାର୍ଯ୍ୟକ୍ରମ ସାରି ଦେଇଥିଲେ ନବୀନ । ଜିଲ୍ଲାବାରି କାର୍ଯ୍ୟକ୍ରମ କରି ଲୋକଙ୍କୁ ଦଳ ସପକ୍ଷରେ ଆଣିବାରେ ସଫଳ ହୋଇଛି ବିଜେଡି । ସ୍ମାର୍ଟ ସ୍କୁଲ, ସ୍ମାର୍ଟ ହେଲଥ କାର୍ଡ, କାଳିଆ ଟଙ୍କା ପ୍ରଦାନ, ଶ୍ରମିକ ଭତ୍ତା ଆଦିର ବହୁଳ ପ୍ରଚାର ପ୍ରସାର କରିବାରେ ସଫଳ ହୋଇଛି ଦଳ ।

ଜଳକା ହେଲେ ବିରୋଧୀ ସାଂସଦ ଓ ବିଧାୟକ
2017 ପଞ୍ଚାୟତ ନିର୍ବାଚନରେ ବିଜେପି 297 ଜିଲ୍ଲା ପରିଷଦ ଆସନ ଦଖଲ କରିଥିଲା । 2019 ସାଧାରଣ ନିର୍ବାଚନରେ ଏହି ସଫଳତାକୁ ଆଉ ପାଦେ ଆଗକୁ ନେଇଥିଲା ଦଳ । 8ଟି ଲୋକସଭା ଆସନରେ ବିଜେପି ବିଜୟୀ ହୋଇଥିଲା । ହେଲେ 2022 ପଞ୍ଚାୟତ ନିର୍ବାଚନରେ ବିଜେପି ସେଠାରେ ଅମାନତ ହରାଇଛି । 2017 ପଞ୍ଚାୟତ ଓ 2019 ବିଧାନସଭା ନିର୍ବାଚନ ସମୟରେ ଯେଉଁ ଜିଲ୍ଲାରେ ଖରାପ ପ୍ରଦର୍ଶନ କରିଥିଲା, ସେହି ଜିଲ୍ଲାଗୁଡ଼ିକରେ ଦଳକୁ ଅଧିକ ମଜବୁତ କରିଛି ବିଜେଡି । ବରଗଡ଼଼, ବଲାଙ୍ଗୀର, ଦେବଗଡ଼଼, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି ଆଦି ଜିଲ୍ଲାରେ ଦଳର ପ୍ରଦର୍ଶନ ବେଶ୍‍ ଭଲ ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.