ETV Bharat / city

ବିଜେଡିର କାର୍ଯ୍ୟକାରିଣୀ ବୈଠକ, 9ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ - କାର୍ଯ୍ୟକାରିଣୀରେ 9 ପ୍ରସ୍ତାବ ପାରିତ

୨୦୧୯ ନିର୍ବାଚନ ପରେ ପ୍ରଥମ ଥର ପାଇଁ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ 9ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଏହାସହ 8ଟି ଅଧିନିୟମ ଓ 2ଟି ଧାରାରେ ସଂଶୋଧନ କରାଯାଇଛି। ଅଧିକ ପଢନ୍ତୁ...

bjd executive meeting started in bhubaneswar
ଆଉ 50 ବର୍ଷ ଶାସନ କରିବ ବିଜେଡି :ପ୍ରଣବ
author img

By

Published : Dec 20, 2020, 11:50 AM IST

Updated : Dec 20, 2020, 4:11 PM IST

ଭୁବନେଶ୍ବର: 2019 ନିର୍ବାଚନ ପରେ ପ୍ରଥମ ଥର ପାଇଁ ଶାସକ ଦଳ ବିଜେଡିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି କାର୍ଯ୍ୟକାରିଣୀରେ 9ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହୋଇଛି। ଏହାସହ 8ଟି ଅଧିନିୟମ ଓ 2ଟି ଧାରାରେ ସଂଶୋଧନ କରାଯାଇଛି। ଆୟୋଜିତ ବିଜେଡି କାର୍ଯ୍ୟକାରିଣୀରେ 80 ଜଣ କର୍ମୀ ଓ ନେତା ଉପସ୍ଥିତ ରହିଥିଲେ। ଭର୍ଚୁଆଲ ମାଧ୍ୟମରେ ଦଳର ସଭାପତି ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ବିଜେଡିର କାର୍ଯ୍ୟକାରିଣୀ ବୈଠକ, 9ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ

ଏହି ବୈଠକରେ ଦଳକୁ ତୃଣମୂଳ ସ୍ତରରେ ଅଧିକ ସଂଗଠିତ କରିବାକୁ ଆଲୋଚନା ହୋଇଛି। ଏହାସହ ଲୋକଙ୍କ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଦାୟିତ୍ବସମ୍ପନ୍ନ ଭାବେ କାମ କରିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ହାସଲ ପର୍ଯ୍ୟନ୍ତ ସଂଘର୍ଷ ଜାରି ରହିବ। ଚାଷୀମାନଙ୍କ ପାଇଁ ନୂଆ କୃଷି ନୀତି ସହିତ ବିକାଶ ଜାରି ରହିଛି। ଚାଷୀଙ୍କୁ ସର୍ବନିମ୍ନ ଏମ ଏସ ପିକୁ ନେଇ ଆଶଙ୍କାରେ ରହିଛି ବିଜେଡି ।

ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ଓ ମହିଳା 8ଟି ଅଧିନିୟମ ଓ ଦୁଇଟି ଧାରାରେ ପରିବର୍ତ୍ତନ କରିଛି ବିଜେଡି। ଲୋକସଭାରେ ମହିଳାମାନଙ୍କର 33 ପ୍ରତିଶତ ସଂରକ୍ଷଣ ଦାବି କରିବ ବିଜେଡି। ବାଧକ ସତ୍ତ୍ବେ କେନ୍ଦ୍ରୀୟ ଅବହେଳା ବିରୋଧରେ ଲଢ଼େଇ ଜାରି ରହିବ। ବର୍ତ୍ତମାନ ଦଳ ସଦସ୍ୟ ସଂଖ୍ୟା 1 କୋଟି 9 ଲକ୍ଷ 80 ହଜାରରେ ପହଞ୍ଚିଛି। ପ୍ରବାସୀମାନେ ଅନଲାଇନରେ ବିଜେଡି ସଦସ୍ୟ ହୋଇପାରିବେ। ଦଳ ଆହୁରି ୫୦ ବର୍ଷ ଶାସନ କରିବ, ବିଜେଡି ଏଥିପାଇଁ ସମ୍ଭାବନା ସୃଷ୍ଟି କରିଛି ।

ସ୍ବାର୍ଥ ଓ ସ୍ବାଭିମାନ ପାଇଁ କିଛି ରାଜନୈତିକ ଦଳ ଆଞ୍ଚଳିକ ଦଳ ପ୍ରାସଙ୍ଗିକତାକୁ ହଜାଇ ଦେବାକୁ ଚେଷ୍ଟା କରୁଛନ୍ତି। ଓଡ଼ିଶାରେ ପ୍ରସଙ୍ଗକୁ ନେଇ ବିଜେଡିର ଲଢ଼େଇ ଜାରି ରହିବ। ରାଜ୍ୟ ସ୍ୱାର୍ଥ ବିରୋଧରେ ଯିଏ କାର୍ଯ୍ୟ କରିବ ତାଙ୍କ ବିରୋଧରେ ମଧ୍ୟ ଲଢ଼େଇ ହେବ। କାର୍ଯ୍ୟକାରିଣୀ ବୈଠକ ପରେ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦିଆଯାଇଛି।

ଭର୍ଚୁଆଲ ମାଧ୍ୟମରେ ଦଳର ସଭାପତି ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ। ବୈଠକ ଆରମ୍ଭରୁ ଦିବଙ୍ଗତ କାର୍ଯ୍ୟକାରିଣୀ ସଦସ୍ୟ ଓ ନେତା ପ୍ରଦୀପ ମହାରଥୀଙ୍କ ପାଇଁ 1 ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Dec 20, 2020, 4:11 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.