ଭୁବନେଶ୍ବର: ପ୍ରେମିକାଙ୍କୁ ବିବାହ ପାଇଁ କଥା ଦେଇ ନରଖିବା ପରେ ଚର୍ଚ୍ଚାରେ ରହିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଗତ ମେ' ମାସ ୧୭ ତାରିଖରେ ଉଭୟ ତିର୍ତ୍ତୋଲ ବିଧାୟକ ଓ ତାଙ୍କ ପ୍ରେମିକା ସବରେଜିଷ୍ଟ୍ରୀ ଅଫିସ୍ରେ ବିବାହ ପାଇଁ ଆବେଦନ କରିଥିଲେ । ତିର୍ତ୍ତୋଲ ବିଧାୟକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେଡି ଏନେଇ ମତାମତ ଦେବାକୁ ମନା କରି ଦେଇଛି ।
ଏହା ବି ପଢ଼ନ୍ତୁ ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ସେକ୍ସ ରାକେଟ ଚଳାଉଥିବା ଅଭିଯୋଗ
ଏହା ବି ପଢ଼ନ୍ତୁ ତିର୍ତ୍ତୋଲ ବିଧାୟକଙ୍କ ନାଁରେ ଏତଲା ଦେଲେ ପ୍ରେମିକା
ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ତାଙ୍କ ପ୍ରେମିକା ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି । ସେ ସେକ୍ସ ରାକେଟ ଚଳାଉଥିବା ମଧ୍ୟ ଅଭିଯୋଗ ହେଲାଣି । ଏହାକୁ ନେଇ ରାଜ୍ୟସଭା ସାଂସଦ ସୁଲତାଙ୍କୁ ପ୍ରଶ୍ନ କରାଯାଇଥିଲା । ସେ କହିଛନ୍ତି ଯେ, "କାହାର ବ୍ୟକ୍ତିଗତ ବ୍ୟାପାରରେ ଆମେ କହିବୁନି । ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ସରକାର ମହିଳାଙ୍କୁ ସବୁବେଳେ ସମ୍ମାନ ଦେଇ ଆସିଛି । କିନ୍ତୁ "କାହାର ବ୍ୟକ୍ତିଗତ ବ୍ୟାପାରରେ ଆମେ ମୁଣ୍ଡ ଖେଳାଇବା ଠିକ୍ ହେବନାହିଁ ବୋଲି ମୁଁ ଭାବୁଛି ।"