ଭୁବନେଶ୍ବର:ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହଙ୍ଗାମା । ଗୃହ ମଧ୍ୟ ଭାଗରେ ବିଜେପି-କଂଗ୍ରେସ ସଦସ୍ୟଙ୍କ ହୋହଲ୍ଲା, ପାଟିତୁଣ୍ଡ । ସେପଟେ ଗତକାଲି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଆତ୍ମହତ୍ୟା କରିବାର ଧମକ ଦେଇଥିବାରୁ କ୍ଷମା ମାଗିବାକୁ ଦାବି କଲା ବିଜେଡି ।
ବିଜେଡି ସଦସ୍ୟମାନେ ପ୍ରଥମେ ନିଜ ସ୍ଥାନରେ ପ୍ରତିବାଦ ଓ ପରେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଛନ୍ତି । ବିଜେପି ବିଧାୟକ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଛି । ଯଦି କ୍ଷମା ନ ମାଗିବେ ଗୃହ କାର୍ଯ୍ୟ ଚଳାଇ ଦେବୁନି ବୋଲି ବିଜେଡି କହିଛି ।
ଫଳରେ ଗୃହକୁ ଦିନ 11ଟା 30 ଯାଏ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ