ETV Bharat / city

କେନ୍ଦ୍ରୀୟ ପୋଷ୍ଟର ଓ ବ୍ୟାନର ହଟାଇବାକୁ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି ଜଣାଇଲା ବଜେଡି

author img

By

Published : Jan 18, 2022, 10:51 PM IST

ବିମାନବନ୍ଦର, ରେଳ ଷ୍ଟେସନ୍ ଓ କେନ୍ଦ୍ରୀୟ ଅନୁଷ୍ଠାନରେ ଲାଗିଥିବା କେନ୍ଦ୍ର ସରକାରଙ୍କ ବ୍ୟାନର ହଟାଯାଉ । ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଲାଗିଥିବା କେନ୍ଦ୍ର ସରକାରଙ୍କ ପୋଷ୍ଟର ଗୁଡିକୁ ହଟାଇବା ଲାଗି ବିଜେଡି ଦାବି କରିଛି । ଅଧିକ ପଢନ୍ତୁ

bjd demand  letter to chief election commission  odisha
କେନ୍ଦ୍ରୀୟ ପୋଷ୍ଟର ଓ ବ୍ୟାନର ହଟାଇବାକୁ ନିର୍ବାଚନ ଆୟୋଗଙ୍କ ପାଖରେ ଦାବି ଜଣାଇଲା ବଜେଡି

ଭୁବନେଶ୍ବର: ବିମାନବନ୍ଦର, ରେଳଷ୍ଟେସନ୍ ଓ କେନ୍ଦ୍ରୀୟ ଅନୁଷ୍ଠାନରେ ଲାଗିଥିବା କେନ୍ଦ୍ର ସରକାରଙ୍କ ବ୍ୟାନର ହଟାଯାଉ । ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ, ଜାତୀୟ ରାଜପଥ କଡରେ ଲାଗିଥିବା କେନ୍ଦ୍ର ସରକାରଙ୍କ ପୋଷ୍ଟର ଗୁଡିକୁ ହଟାଇବା ଲାଗି ବିଜେଡି ଦାବି କରିଛି ।

ଏ ସଂକ୍ରାନ୍ତରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟି ଦାବିପତ୍ର ମଧ୍ୟ ଦେଇଛନ୍ତି । ବିମାନ ବନ୍ଦର, ରେଳ ଷ୍ଟେସନ, କେନ୍ଦ୍ରୀୟ ଅନୁଷ୍ଠାନ, ପେଟ୍ରୋଲ ପମ୍ପ ଓ ଜାତୀୟ ରାଜପଥ କଡରେ ଲାଗିଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ଯୋଜନା, ପ୍ରକଳ୍ପ ଆଦିର ପୋଷ୍ଟର ଓ ବ୍ୟାନର ଲାଗିଛି ଏହାକୁ ହଟାଇବା ଲାଗି ଦାବିପତ୍ରରେ ରହିଛି । ତେବେ ଏହା ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରୁଛି ବୋଲି ବିଜେଡି କହିଛି ।

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କରୁଥିବା ବିଜେପି ଶାସିତ କେନ୍ଦ୍ର ସରକାରଙ୍କର ଏହି ପୋଷ୍ଟର ଓ ହୋର୍ଡିଂ ହଟାଇବା ପାଇଁ ବିଜେଡି ନିର୍ବାଚନ ଆୟୋଗଙ୍କ ନିକଟରେ ଦାବି କରିଛି । ତ୍ରିସ୍ତରୀୟ ପଞ୍ଚାୟତ ର୍ନିବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି । ଏହା ସହିତ ସରକାରୀ ଯୋଜନାର ପୋଷ୍ଟର, ବ୍ୟାନର ଗୁଡିକୁ ତୁରନ୍ତ ହଟାଇ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିୟମ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମଧ୍ୟ ଲାଗୁ ହୋଇଛି । ନିର୍ବାଚନ ଆୟୋଗଙ୍କୁ ଦାବିପତ୍ର ଦେବାକୁ ଯାଇଥିବା ବିଜେଡି ପ୍ରତିନିଧିଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର, ଲେନିନ ମହାନ୍ତି, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ଏଲିନା ଦାସ ଓ ଇସ୍ପିତା ସାହୁ ପ୍ରମୁଖ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.