ETV Bharat / city

ମାନବ ଚାଲାଣ ନିରୋଧ ବିଲ ତୁରନ୍ତ ପାସ୍‌ କରିବାକୁ ବିଜେଡିର ଦାବି

author img

By

Published : Mar 9, 2021, 4:55 PM IST

ରାଜ୍ୟସଭାରେ ମାନବ ଚାଲାଣ ନିରୋଧ ବିଲକୁ ତୁରନ୍ତ ପାସ୍‌ କରିବାକୁ ଦାବି କରିଛି ବିଜେଡି । ଏନେଇ ରାଜ୍ୟସଭାର ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଅଧିକ ପଢନ୍ତୁ...

BJD demand  in parliament for  Human trafficking bill be passed immediately
ମାନବ ଚାଲାଣ ନିରୋଧ ବିଲ ତୁରନ୍ତ ପାସ୍‌ କରିବାକୁ ବିଜେଡିର ଦାବି

ଭୁବନେଶ୍ବର: ମାନବ ଚାଲାଣ ନିରୋଧ ବିଲକୁ ତୁରନ୍ତ ପାସ୍‌ କରିବାକୁ ଦାବି କରିଛି ବିଜେଡି । ଏନେଇ ରାଜ୍ୟସଭାର ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଏଥି ସହ ପୁଣି ଥରେ ସାଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି 33 ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗ ଉଠାଇଛି ବିଜେଡି ।

ଆଜି ରାଜ୍ୟସଭାରେ ନେତୃତ୍ବ ଦେବାରେ ମହିଳାଙ୍କ ଭୂମିକାକୁ ପ୍ରାଧାନ୍ୟ ଦେବା ନେଇ ପ୍ରସ୍ତାବ ଉଠାଇଛନ୍ତି ସାଂସଦ ସସ୍ମିତ ପାତ୍ର । ମହିଳାଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରାଯାଉ । ନେତୃତ୍ବ ନେବା ପାଇଁ ମହିଳାଙ୍କୁ ସୁଯୋଗ ଦିଆଯାଉ ବୋଲି ସସ୍ମିତ ପାତ୍ର ଦାବି କରିଛନ୍ତି । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇବା ସହ ମହିଳାଙ୍କୁ 33% ସଂରକ୍ଷଣ ଦାବି ରଖିଛନ୍ତି ସସ୍ମିତ । ଉଭୟ ସାଂସଦ ଓ ରାଜ୍ୟ ବିଧାନସଭାରେ ସଂରକ୍ଷଣ ଦାବି କରିଛନ୍ତି ସସ୍ମିତ । ସଂରକ୍ଷଣ ମିଳିଲେ ରାଜନୀତିରେ ମହିଳାଙ୍କ ନେତୃତ୍ବ ବୃଦ୍ଧି ପାଇବ ବୋଲି ସସ୍ମିତ କହିଛନ୍ତି । ଏହାଦ୍ବାରା ଲିଙ୍ଗଗତ ବୈଷମ୍ୟ ଦୂର ହେବ ବୋଲି ସସ୍ମିତ କହିଛନ୍ତି ।

ମାନବ ଚାଲାଣ ନିରୋଧ ବିଲକୁ ତୁରନ୍ତ ପାସ୍‌ କରିବାକୁ ଦାବି କରିଛନ୍ତି । ମହିଳାଙ୍କୁ ସଂରକ୍ଷଣ ନେଇ 2018ରେ ଏହି ବିଲ ଲୋକସଭାରେ ପାସ୍‌ ହୋଇଥିଲା । ତେବେ 2019ରେ ଲୋକସଭା ଭାଙ୍ଗିବା ସହ ବିଲ୍‌ଟି ଅକାମି ହୋଇଯାଇଛି । ଏହାକୁ ଲାଗୁ କଲେ ନେତୃତ୍ବ ଭୂମିକାରେ ମହିଳାମାନଙ୍କର ଅଧିକ ଅଂଶଗ୍ରହଣକୁ ସୁନିଶ୍ଚିତ କରାଯାଇପାରିବ । ସେହିପରି ଏହି ବିଲକୁ ଗୃହରେ ପାସ କରାଯାଉ ବୋଲି ସଂସଦରେ ଅନୁରୋଧ କରିଛନ୍ତି ସସ୍ମିତ ପାତ୍ର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.