ETV Bharat / city

ମହାଲିଙ୍ଗ ମାମଲାରେ ବୟାନବାଜି, NCW ନିର୍ଦ୍ଦେଶକୁ ବିଜେଡିର ସମାଲୋଚନା

author img

By

Published : Oct 20, 2021, 10:54 PM IST

ଜାତୀୟ ମହିଳା ଆୟୋଗଙ୍କ ନିର୍ଦ୍ଦେଶକୁ ସମାଲୋଚନା କରି ପାଲଟା ଜବାବ ଦେଇଛି ବିଜେଡି । ଘଟଣାରେ ନିଜଆଡୁ ମାମଲା ରୁଜୁ କରିଛି ଜାତୀୟ ମହିଳା ଆୟୋଗ(NCW) । ଅଧିକ ପଢନ୍ତୁ...

ମହାଲିଙ୍ଗ ମାମଲାରେ ବୟାନବାଜୀ, NCW ନିର୍ଦ୍ଦେଶକୁ ବିଜେଡିର ସମାଲୋଚନା

ଭୁବନେଶ୍ବର: କଳାହାଣ୍ଡି ମହାଲିଙ୍ଗ ହତ୍ୟା ଘଟଣାକୁ ନେଇ ତେଜୁଛି ରାଜନୀତି । ଜାତୀୟ ମହିଳା ଆୟୋଗଙ୍କ ନିର୍ଦ୍ଦେଶକୁ ସମାଲୋଚନା କରି ପାଲଟା ଜବାବ ଦେଇଛି ବିଜେଡି । ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଜାତୀୟ ମହିଳା ଆୟୋଗ(NCW) ।

ଜାତୀୟ ମହିଳା ଆୟୋଗକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ । NCW ପଦକ୍ଷେପ ହାସ୍ୟାସ୍ପଦ ଏବଂ ଏକପାଖିଆ ବୋଲି କହିଛନ୍ତି ସୁଲତା । କେବଳ ସେତିକି ନୁହେଁ, ୟୁପି, ବିହାର, ମଧ୍ୟପ୍ରଦେଶରେ ମହିଳାଙ୍କ ପ୍ରତି ଅଧିକ ହିଂସା ହେଉଥିବାବେଳେ NCW କାହିଁକି ଚୁପ ବସିଛି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ସୁଲତା ଦେଓ ।

କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରିଛି ନ୍ୟାୟ ଦାବି । ଏହାରି ମଧ୍ୟରେ ଏହି ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି ଜାତୀୟ ମହିଳା ଆୟୋଗ (NCW) । ଏହାସହ NCW ପକ୍ଷରୁ ଡିଜିପିଙ୍କୁ ଏକ ଚିଠି ଜାରି ନିରପେକ୍ଷ ତଦନ୍ତ ଦାବି ହୋଇଛି ।

ରିପୋର୍ଟ ଅନୁଯାୟୀ, ଘଟଣାରେ ବିଜେଡି ସରକାରଙ୍କ ମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଅନେକ ଥର ସେହି ସ୍କୁଲକୁ ଯାଉଥିଲେ ଏବଂ ରାତ୍ରୀଯାପନ ମଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଥିବା ଚିଠିରେ ଉଲ୍ଲେଖ ରହିଛି । ଯାହାକୁ ନେଇ ଘଟଣାକୁ କଡା ନିନ୍ଦା କରିଛି ଜାତୀୟ ମହିଳା ଆୟୋଗ ।

ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମହିଳାଙ୍କୁ ଯୌନଶୋଷଣ ଓ ତଦନ୍ତକୁ ବାଟବଣା କରିବାକୁ ନିଜ କ୍ଷମତାର ପ୍ରୟୋଗ କରୁଥିବା ଆଲୋକପାତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଆୟୋଗର ଅଧ୍ୟକ୍ଷ ରେଖା ଶର୍ମା । ଘଟଣାକୁ ଗମ୍ଭୀରତାର ସହ ନେଇ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମହିଳା ଆୟୋଗ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.