ETV Bharat / city

'ଆଦିବାସୀଙ୍କ ଉନ୍ନୟନ ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି ସରକାର' - ଆଦିବାସୀ ଉନ୍ନୟନ

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଲୋକଙ୍କ ପାଇଁ ରାଜ୍ୟ ସରକାର ବହୁତ କିଛି କାମ କରିଛନ୍ତି ବୋଲି କହିଛି ବିଜେଡି । ଅଧିକ ପଢନ୍ତୁ...

BJD Counter press meet  SC and ST
ଆଦିବାସୀଙ୍କ ଉନ୍ନୟନ ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି ସରକାର
author img

By

Published : Oct 19, 2021, 9:44 PM IST

Updated : Oct 19, 2021, 10:03 PM IST

ଭୁବନେଶ୍ବର: ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀକୁ ନେଇ ଜବାବ ରଖିଲା ବିଜେଡି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଲୋକଙ୍କ ପାଇଁ ରାଜ୍ୟ ସରକାର ବହୁତ କିଛି କାମ କରିଛନ୍ତି ବୋଲି କହିଛି ବିଜେଡି ।

ଆଦିବାସୀଙ୍କ ଉନ୍ନୟନ ପାଇଁ ବିଭିନ୍ନ କାର୍ଯ୍ୟ କରୁଛନ୍ତି ସରକାର

ବିଜେଡି ନେତା ପ୍ରିୟବ୍ରତ ମାଝୀ କହିଛନ୍ତି ଯେ ଓଡିଶାର ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଲୋକଙ୍କ ପାଇଁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରାଯାଇଛି । ରାଜ୍ୟରେ ୬୨ ପ୍ରକାରର ଆଦିବାସୀ ବସବାସ କରୁଛନ୍ତି। ସେମାନଙ୍କୁ ଶିକ୍ଷା,ସ୍ବାସ୍ଥ୍ୟ ଓ ସେମାନଙ୍କର ଜୀନବଧାରଣର ଉନ୍ନତି ପାଇଁ ନବୀନ ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ରାଜ୍ୟର ଆଦିବାସୀଙ୍କ ବିକାଶ ପାଇଁ ଆଦିବାସୀ ଉନ୍ନୟନ ପରିଷଦ, ଏକଲବ୍ୟ ବିଦ୍ୟାଳୟ ସହ କନ୍ୟା ଆଶ୍ରମ ପ୍ରତିଷ୍ଠା କରିଛନ୍ତି । ଆଦିବାସୀ ସଂସ୍କୃତି, ଭାଷା, ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ବିଭିନ୍ନ କାର୍ଯ୍ୟ କରିଛନ୍ତି ।

ଏହା ସହ ରାଜ୍ୟରେ ଆଦିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ପ୍ରଦାନ କରିଛି । ଜଙ୍ଗଲରେ ବସବାସ କରୁଥିବା ଆଦିବାସୀଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ଯାହା ସାରା ଦେଶରେ ଓଡିଶା ସ୍ବତନ୍ତ୍ର ପରିଚୟ ହାସଲ କରିଛନ୍ତି । ଆଦିବାସୀ ଭାଷା 'ହୋ' କୁ ସମ୍ବିଧାନର ସପ୍ତମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ସାଂସଦମାନେ ପାର୍ଲାମେଣ୍ଟରେ ଦାବି କରୁଛନ୍ତି। ବିଜେପି ସବୁବେଳେ ଆଦିବାସୀଙ୍କୁ ନେଇ ରାଜନୀତି କରୁଛି । କେବଳ ନିର୍ବାଚନ ସମୟ ଆସିଲେ ବିଜେପି ଆଦିବାସୀଙ୍କ କଥା ମନେ ପକାଉଛି ବୋଲି ବିଜେଡି କହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Oct 19, 2021, 10:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.