ETV Bharat / city

ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ବାତ୍ୟା ସମାଲୋଚନା କରୁଛି: ବିଜେଡି

ବାତ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ସମାଲୋଚନା ଉପରେ ଜବାବ ଦେଲେ ବିଜେଡି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ଏଭଳି କହୁଛି ବୋଲି କହିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢନ୍ତୁ...

author img

By

Published : Jun 4, 2021, 7:14 AM IST

ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ବାତ୍ୟା ସମାଲୋଚନା କରୁଛି: ବିଜେଡି
ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ବାତ୍ୟା ସମାଲୋଚନା କରୁଛି: ବିଜେଡି

ଭୁବନେଶ୍ବର: ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳରେ ରାଜ୍ୟ ସରକାର ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ରିଲିଫ ଓ ଥଇଥାନ କାର୍ଯ୍ୟ ଚଳାଇଛନ୍ତି । ସରକାରଙ୍କର ଏଭଳି କାର୍ଯ୍ୟକୁ ସବୁଆଡୁ ପ୍ରଶଂସା କରାଯାଉଛି । ଏଥିରେ ବିଜେପି ଅସହିଷ୍ଣୁ ହୋଇପଡ଼ିଛି । ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେପି ନେତା ମନମୋହନ ସାମଲ ବାତ୍ୟା ପରବର୍ତ୍ତୀ କାର୍ଯ୍ୟକୁ ନେଇ ପ୍ରଶ୍ନ କରୁଛନ୍ତି । ବାତ୍ୟା ପରିଚାଳନା ନେଇ ରାଜ୍ୟ ସରକାରଙ୍କୁ ବିଜେପିର ସମାଲୋଚନା ପରେ ଏଭଳି ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ସୂଚନାଥାଉକି, ରାଜ୍ୟରେ ବାତ୍ୟା ପରିଚାଳନାକୁ ନେଇ ଗୁରୁବାର ବିଜେପି ନେତା ମନମୋହନ ସାମଲ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡିକୁ ଟାର୍ଗେଟ କରିଥିଲେ । ଯାହାର ଜବାବ ଦେଇ ଲେନିନ କହିଛନ୍ତି ଯେ ବାତ୍ୟା ଯିବା ପରେ ପରେ ରାଜ୍ୟ ସରକାର ତୁରନ୍ତ ରିଲିଫ ଓ ଥଇଥାନ କାର୍ଯ୍ୟ ହାତକୁ ନେଇଛନ୍ତି । ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ୭ ଦିନ ପାଇଁ ମାଗଣା ଖାଦ୍ୟ ଯୋଗାଣ ସହିତ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇଛି । ସ୍ଥାନାନ୍ତରିତ ହୋଇଥିବା ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସରକାର ଯୋଗାଇ ଦେଇଛନ୍ତି । ତେବେ ରାଜ୍ୟ ସରକାର ଚଳାଇଥିବା ରିଲିଫ ଓ ଥଇଥାନ କାର୍ଯ୍ୟ ବାବଦରେ ବୋଧହୁଏ ମନମୋହନ ଅବଗତ ନାହାନ୍ତି । ତେଣୁ ଏଭଳି ସମୟରେ ସରକାରଙ୍କ ସଫଳ କାର୍ଯ୍ୟକୁ ସମାଲୋଚନା କରିବା ବଦଳରେ ପ୍ରଶଂସା କରିବା ଆବଶ୍ୟକ ବୋଲି ଲେନିନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.