ETV Bharat / city

BJD ପ୍ରାର୍ଥୀ ବିପୁଳ ସଂଖ୍ୟାରେ ବିଜୟୀ ହେବେ: ଦେବୀ ମିଶ୍ର - ବିଜେଡି ପ୍ରାର୍ଥୀଙ୍କ ବିଜୟ ସୁ-ନିଶ୍ଚିତ

ନିର୍ବାଚନ ହେବା ପୂର୍ବରୁ ଫଳାଫଳ ଆକଳନ କରିସାରିଲେଣି ବିଭିନ୍ନ ରାଜନୈତିକ ଦଳ । କିଏ କହୁଛି 80 ପ୍ରତିଶତ ଦଖଲ କରିବୁ ତ ଆଉ କିଏ କହୁଛି 50 ପ୍ରତିଶତ ପଦ ଆମର । 2017 ପଞ୍ଚାୟତ ନିର୍ବାଚନ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରିବୁ ବୋଲି ଆକଳନ କରିଛି ଶାସକ ବିଜେଡି । ଅଧିକ ପଢନ୍ତୁ

BJD
BJD
author img

By

Published : Jan 19, 2022, 8:59 PM IST

ଭୁବନେଶ୍ବର: ନିର୍ବାଚନ ହେବା ପୂର୍ବରୁ ଫଳାଫଳ ଆକଳନ କରିସାରିଲେଣି ବିଭିନ୍ନ ରାଜନୈତିକ ଦଳ । କିଏ କହୁଛି 80 ପ୍ରତିଶତ ଦଖଲ କରିବୁ ତ ଆଉ କିଏ କହୁଛି 50 ପ୍ରତିଶତ ପଦ ଆମର । 2017 ପଞ୍ଚାୟତ ନିର୍ବାଚନ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରିବୁ ବୋଲି ଆକଳନ କରିଛି ଶାସକ ବିଜେଡି ।

BJD ପ୍ରାର୍ଥୀ ବିପୁଳ ସଂଖ୍ୟାରେ ବିଜୟୀ ହେବେ: ଦେବୀ ମିଶ୍ର

ବିଜେଡି ଉପ-ସଭାପତି ତଥା ବିଧାୟକ ଦେବୀ ମିଶ୍ର କହିଛନ୍ତି ଖାଲି ଆସ୍ଫାଳନ କଲେ ହେବନାହିଁ । ଫଳେନାହିଁ ପରିଚୟ । ବିଜୁ ଜନତା ଦଳ ନବୀନ ବାବୁଙ୍କ ନେତୃତ୍ବରେ ଓ ଜନସାଧାରଣଙ୍କ ସଦିଛାରେ ସଫଳ ହେବ । ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳରେ ଭଲ ପ୍ରଦର୍ଶନ କରିବ ଦଳ । ବିଶେଷ କରି ଗ୍ରାମାଞ୍ଚଳରେ ଭଲ ପ୍ରଦର୍ଶନ କରିବ ବିଜେଡି । ଦଳୀୟ ପ୍ରାର୍ଥୀ ବିପୁଳ ସଂଖ୍ୟାରେ ବିଜୟ ହେବ । ଲୋକେ ଜାଣିଛନ୍ତି ବିଜେଡି ହେଉଛି ବିକାଶର ଦଳ ।

ଗ୍ରାମାଞ୍ଚଳର ବିକାଶ କଥା ଅନ୍ୟମାନେ କୁହନ୍ତି, ନବୀନ ବାବୁଙ୍କ ନେତୃତ୍ବରେ ବିକାଶ ହେଉଛି । ଲଗାତାର ଭାବେ ବିକାଶ ହେଉଛି । କେବଳ ବିକାଶ ନୁହେଁ ସାମାଜିକ କାର୍ଯ୍ୟକ୍ରମ କରୁଛି ଦଳ । ରକ୍ତ ଦାନ ଠାରୁ ଆରମ୍ଭ କରି ଅନ୍ୟ ସାମାଜିକ କାର୍ଯ୍ୟକ୍ରମ ଦଳ କରିଛି । କୋଭିଡ ସମୟରେ ଦଳୀୟ ନେତା ଓ କର୍ମୀ ଲୋକଙ୍କ ପାଖରେ ପହଁଚିଛନ୍ତି । ତେଣୁ ଆସ୍ଥା ବିଜୁ ଜନତା ଦଳ ପ୍ରତି ଲୋକଙ୍କର ରହିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.