ଭୁବନେଶ୍ବର: ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ବିଜୁ ଜନତା ଦଳର 3 ରାଜ୍ୟସଭା ପ୍ରାର୍ଥୀ । ଗତ 31 ତାରିଖରେ ନାମାଙ୍କନ ଦାଖଲ କରିଥିଲେ ବିଜେଡି ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର । ଆଜି ପୂର୍ବାହ୍ନ ୧୧ ଟା ରୁ ୩ ଟା ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମୟ ସୀମା ଥିବାବେଳେ, କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ । ଏହାସହ ଆଉ କୌଣସି ପ୍ରାର୍ଥୀ ନଥିବାରୁ 3 ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଫଳରେ ଆଜି ରିଟର୍ଣ୍ଣିଂ ଅଫିସର ସମସ୍ତ 3 ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର