ETV Bharat / city

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକ୍ରମକୁ BJDର ବଏକଟ୍‌, BJPର ପ୍ରଶ୍ନ - ରେଳମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ BJDର ବୟକଟ୍‌

ରାଜଧାନୀ କୋଚ୍‌ ସହିତ ପୁରୀ-ହଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଆସିଲେନି ଶାସକ BJD ଦଳର ମନ୍ତ୍ରୀ ଓ ବିଧାୟକ । ନିମନ୍ତ୍ରଣ ଥାଇ ବି ଆସିଲେନି ମନ୍ତ୍ରୀ ଅଶୋକ ପଣ୍ଡା ଓ ପଦ୍ମନାଭ ବେହେରା । ସେହିପରି ବିଧାୟକ ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ମଧ୍ୟ ଅନୁପସ୍ଥିତ ରହିଥିଲେ । ଅଧିକ ପଢନ୍ତୁ

BJD boycotts Union railway minister Ashwini Vaishnaw's program
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକ୍ରମକୁ BJDର ବୟକଟ୍‌
author img

By

Published : Jan 8, 2022, 7:17 AM IST

ଭୁବନେଶ୍ବର: ପୁରୀ-ହଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସର ନୂଆ କୋଚ୍‌ ସହିତ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଆସିଲେନି ଶାସକ BJD ଦଳର ମନ୍ତ୍ରୀ ଓ ବିଧାୟକ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକ୍ରମକୁ ବୟକଟ୍‌ କରିଛି ଦଳ। ନିମନ୍ତ୍ରଣ ଥାଇ ବି ଆସିଲେନି ମନ୍ତ୍ରୀ ଅଶୋକ ପଣ୍ଡା ଓ ପଦ୍ମନାଭ ବେହେରା ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକ୍ରମକୁ BJDର ବୟକଟ୍‌, BJPର ପ୍ରଶ୍ନ

ଏହାମଧ୍ୟ ପଢନ୍ତୁ: ଧର୍ମେନ୍ଦ୍ରଙ୍କ DMF ଟାର୍ଗେଟ ପରେ ସୁବାସଙ୍କ CSR ଚାଲ

ସେହିପରି ବିଜେଡ଼ି ବିଧାୟକ ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା ମଧ୍ୟ ଆସିନଥିଲେ । ତେଣୁ ଅଭିଭାଷଣରେ ମହାପ୍ରଭୁଙ୍କ କାମରେ ରାଜନୀତି ନ କରିବାକୁ କହିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ସଭା ମଞ୍ଚରେ ଚେୟାର ଗୁଡ଼ିକ ସରଂକ୍ଷିତ ଥିବାବେଳେ ବିଧାୟକ ଓ ମନ୍ତ୍ରୀ ମାନେ ଆସିନଥିଲେ। ରେଳମନ୍ତ୍ରୀ କହିଥିଲେ ଏହାକୁ ନେଇ ରାଜନୀତି କରିବା ଠିକ୍ ନୁହେଁ ।

BJP ନେତା ଗୋଲୋକ ମହାପାତ୍ର କହିଛନ୍ତି, "ଏହା ତ କୌଣସି ଦଳୀୟ କାର୍ଯ୍ୟକ୍ରମ ନଥିଲା । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡ଼ିଶାର, ଯେତେବେଳେ ବିକାଶର କାର୍ଯ୍ୟକ୍ରମ କରାଯାଏ, ଏଥିରେ ବିଧାୟକ ମାନେ ରହିବା କଥା। ତେଣୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିବା ଦରକାର ଯେ ସେମାନେ କାହିଁକି ଉପସ୍ଥିତ ନ ଥିଲେ।" କାହିଁକି କାର୍ଯ୍ୟକ୍ରମକୁ ଆସିଲେନି ବୋଲି ଉତ୍ତର ରଖିବାକୁ ଦାବି କରିଛି BJP ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.