ETV Bharat / city

ଶ୍ରମିକଙ୍କ ସମସ୍ୟା ନେଇ ବିଜେଡି-ବିଜେପି ମୁହାଁମୁହିଁ

କୋରୋନା ମହାମାରୀ ମଧ୍ୟରେ ସାରା ଦେଶ ପାଳୁଛି ଶ୍ରମିକ ଦିବସ । ଶ୍ରମିକଙ୍କ ସମସ୍ୟା ନେଇ ମୁହାଁମୁହିଁ ହେଲେ ବିଜେଡି-ବିଜେପି । ଅଧିକ ପଢନ୍ତୁ...

ଶ୍ରମିକଙ୍କ ସମସ୍ୟା ନେଇ ବିଜେଡି-ବିଜେପି ମୁହାଁମୁହିଁ
ଶ୍ରମିକଙ୍କ ସମସ୍ୟା ନେଇ ବିଜେଡି-ବିଜେପି ମୁହାଁମୁହିଁ
author img

By

Published : May 1, 2021, 10:51 PM IST

ଭୁବନେଶ୍ବର: କୋରୋନା ମହାମାରୀ ମଧ୍ୟରେ ସାରା ଦେଶ ପାଳୁଛି ଶ୍ରମିକ ଦିବସ । ଶ୍ରମିକଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହୁଛନ୍ତି । ଉଭୟ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ବି ହାତକୁ ନିଆଯାଇଛି ବୋଲି କୁହାଯାଉଛି । କିନ୍ତୁ ଏହାର ସୁଫଳତା ଶ୍ରମିକଙ୍କୁ ମିଳିପାରିନାହିଁ । ଶ୍ରମିକ ଏବେ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି । ଜୀବନ ଓ ଜୀବିକା ମଧ୍ୟରେ ସଂଗ୍ରାମ କରୁଛନ୍ତି । କୋରୋନା ଭୟରେ ଶ୍ରମିକ ଏବେ ଗୃହବନ୍ଦୀ ଜୀବନ ବିତାଉଛନ୍ତି ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ ଅଭିଯୋଗ କରିଛନ୍ତି । ତେବେ ଏହି ଶ୍ରମିକଙ୍କ ସମସ୍ୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡ଼ି ଓ ବିଜେପି ।

ଶ୍ରମିକଙ୍କ ସମସ୍ୟା ନେଇ ବିଜେଡି-ବିଜେପି ମୁହାଁମୁହିଁ
ସେହିପରି ଶ୍ରମିକଙ୍କ ସମସ୍ୟାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ସୁବାସ ସିଂ । କୋରୋନାର ଭୟଙ୍କର ସ୍ଥିତିରେ ଦେଶର ଶ୍ରମିକ ଛଟପଟ ହେଉଛନ୍ତି । କେନ୍ଦ୍ର ସରକାର ସେମାନଙ୍କ ପାଇଁ କାହିଁକି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିନାହାଁନ୍ତି ବୋଲି ସୁବାସ ପ୍ରଶ୍ନ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ବିଭିନ୍ନ ରାଜ୍ୟରେ ଚିକିତ୍ସା ଲାଗି ବେଡ଼ ମୁଳୁନି । ସଠିକ ଭାବେ ତାଙ୍କର ଚିକିତ୍ସା କରାଯାଉନାହିଁ ବୋଲି ସୁବାସ ଅଭିଯୋଗ କରିଛନ୍ତି । ଏମିତି କି ମୃତଦେହ ସତ୍କାର ପାଣି ମଶାଣୀ ବି ଶ୍ରମିକଙ୍କୁ ମିଳୁନାହିଁ । ନିଜର ଲୁହ ଓ ଲହୁ ଦେଇ ଦେଶ ନିର୍ମାଣରେ ଲାଗି ପଡିଥିବା ଶ୍ରମିକଙ୍କ ପ୍ରତି କେନ୍ଦ୍ର ସରକାରଙ୍କର ବିମୁଖ । ଏମିତି ଅଭିଯୋଗ କରି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୁବାସ । ଏପରି କି One Nation One Card ବ୍ୟବସ୍ଥା କୁଆଡେ ଗଲା ବୋଲି ସୁବାସ ପ୍ରଶ୍ନ କରିଛନ୍ତି । ସେପଟେ ସୁବାସଙ୍କ ପ୍ରଶ୍ନର ଜବାବ ରଖିଛି ବିଜେପି । ବିଜେଡିକୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ନିଜ ଅପାରଗତା ଲୁଚାଇବାକୁ ଯାଇ କେନ୍ଦ୍ର ଉପରେ ଦୋଷ ଲଦୁଛି ବିଜେଡି । କୋଭିଡ଼ ସମୟରେ 10 ଲକ୍ଷରୁ ଊର୍ଦ୍ଧ୍ବ ଶ୍ରମିକ ରାଜ୍ୟକୁ ଫେରିଥିଲେ । ସରକାର ସେମାନଙ୍କର ସ୍କିଲ ମ୍ୟାପିଂ କରିନଥିଲେ । ରାଜ୍ୟରେ ନିଯୁକ୍ତି ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ରାଜ୍ୟ ସରକାର କିଛି ବ୍ୟବସ୍ଥା କରିନଥିଲେ, ଶ୍ରମିକ ବାଧ୍ୟ ହୋଇ ଫେରିଯାଇଥିଲେ । ମନରେଗା କାର୍ଯ୍ୟ ଶ୍ରମିକଙ୍କ ବଦଳରେ ଜେସିବି ଦ୍ୱାରା କରାଗଲା ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଶ୍ରମିକଙ୍କୁ ମାଗଣାରେ ଚାଉଳ ଯୋଗାଇ ଥିଲେ । ଚଳିତ ଥର ମଧ୍ୟ ସେହି ଯୋଜନାକୁ ଦୁଇ ମାସ ଲାଗି ବଢ଼େଇଛନ୍ତି କେନ୍ଦ୍ର ସରକାର । ମାର୍ଚ୍ଚ 21 ସୁଦ୍ଧା One Nation One Card ବ୍ୟବସ୍ଥା 17 ଟି ରାଜ୍ୟରେ ଲାଗୁ ହୋଇଥିବା ଲେଖାଶ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.