ETV Bharat / city

ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି; 19 ଜିଲ୍ଲାରେ ନୂଆ ମୁହଁ

ବିଜେଡି ଜିଲ୍ଲା ସଭାପତି ତାଲିକା ଆଜି ଘୋଷଣା କରିଛନ୍ତି ଦଳୀୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ଘୋଷଣା କରାଯାଇଥିବା ଏହି ତାଲିକାରେ ବଲାଙ୍ଗୀର ରାଜ ପରିବାରର ପକ୍ଷଛେଦନ ହୋଇଛି । ସେହିପରି ରାଜଧାନୀରେ ଅନନ୍ତ ନାରାୟଣ ଜେନା ବାଜି ମାରିନେଇଛନ୍ତି । ପଢନ୍ତୁ ନୂଆ 19 ସଭାପତି କିଏ କେଉଁ ଜିଲ୍ଲା ପାଇଁ ହେଲେ ...

author img

By

Published : Feb 21, 2020, 2:55 PM IST

Updated : Feb 21, 2020, 4:27 PM IST

bjd appoints new district presidents
bjd appoints new district presidents

ଭୁବନେଶ୍ବର: ଡିସେମ୍ବର 2019ରୁ ଆରମ୍ଭ ହୋଇଥିବା ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଜି(ଶୁକ୍ରବାର) ଶେଷରେ ଜିଲ୍ଲା ସଭାପତିଙ୍କ ନା ଘୋଷଣା କରାଯାଇଛି । ଅନେକ କସରତ ଓ ବିଚାର ବିମର୍ଶ ପରେ ଏହି ତାଳିକା ପ୍ରକାଶ କରିଛି ଶାସକ ଦଳ । ଧାର୍ଯ୍ୟ ସମୟସୀମା ଅତିକ୍ରମ କରିସାରିଥିଲେ ମଧ୍ୟ ଦଳ ‘ଜିଲ୍ଲା ସଭାପତି’ମାନଙ୍କ ନାଁ ଘୋଷଣା କରିବାରେ ସକ୍ଷମ ହୋଇଛି । ଡିସେମ୍ବର ୨୭ରୁ ଫେବୃୟାରୀ ୨୬ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିଜର ସାଂଗଠନିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଥିଲା ବିଜେଡି । ସେହି ଅନୁଯାୟୀ ଆଜି ଜିଲ୍ଲା ସଭାପତି ତାଳିକା ଘୋଷଣା ହୋଇଛି ।

PHOTO
19 ଜିଲ୍ଲାରେ ନୂଆ ମୁହଁ

33ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ 14ଟିରେ ପୁରୁଣା ମୁହଁ ଥିବାବେଳେ 19 ଜିଲ୍ଲାରେ ଦଳ ନୂଆ ନେତୃତ୍ବକୁ ମୈଦାନକୁ ଆଣିଛି । ତେବେ ଆଶ୍ଚର୍ଯ୍ୟକର ଭାବେ କିଛି ପୁରୁଖାଙ୍କୁ ସାଂଗଠନିକ ପଦ ପଦବୀରୁ ବାଦ ଦେଇଛି ଦଳ ।

ନୂଆ ଚେହେରା ଭାବେ ସଭାପତି ପଦ ପାଇଥିବା ଜିଲ୍ଲା ଓ ନେତା ହେଉଛନ୍ତି

  • ଅନୁଗୋଳ- ମହେନ୍ଦ୍ର ବସ୍ତିଆ
  • ଭୁବନେଶ୍ୱର- ଅନନ୍ତ ନାରାୟଣ ଜେନା
  • ବଲାଙ୍ଗୀର- ଟୁକୁନି ସାହୁ
  • ଦେବଗଡ- ରୋମାଞ୍ଚ ରଞ୍ଜନ ବିଶ୍ୱାଳ
  • ଗଜପତି- ପ୍ରଦୀପ ନାୟକ
  • ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ
  • ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି
  • କେନ୍ଦ୍ରାପଡା- ଉତ୍କଳ କେଶରୀ ପରିଡା
  • କେଉଁଝର- ମାଧବ ସର୍ଦ୍ଦାର
  • ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା
  • ମୟୁରଭଞ୍ଜ- କାଶୀନାଥ ହେମ୍ବ୍ରମ
  • ନବରଙ୍ଗପୁର-ରମେଶ ମାଝୀ
  • ନୟାଗଡ- ରମେଶ ବେହେରା
  • ସମ୍ବଲପୁର- ସିଦ୍ଧାର୍ଥ ଦାସ
  • ସୁନ୍ଦରଗଡ- ବିନୟ ଟପ୍ପୋ
  • ରାଉରକେଲା- ସାରଦା ନାୟକ
  • ମୟୁରଭଞ୍ଜ-ସଦର- ସୁଦାମ ମାରାଣ୍ଡି
  • ରାୟଗଡା- ସୁଧୀର ଦାସ
  • ନୂଆପଡା- ମନୋଜ ମିଶ୍ର

33 ଟି ସାଂଗଠନିକ ଜିଲ୍ଲା ପାଇଁ ସଭାପତି ପଦ ପାଇଥିବା ନେତାଙ୍କ ମଧ୍ୟରେ 4 ଜଣ ମନ୍ତ୍ରୀ ଅଛନ୍ତି । ଜିଲ୍ଲା ସଭାପତି ଘୋଷଣା ପରେ ଏବେ ରାଜ୍ୟ ପରିଷଦ ସଭ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ମଧ୍ୟ ଘୋଷଣା ହେବ । ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଅନୁସାରେ ଆସନ୍ତା 23 ( ରବିବାର) ଦିନ ବିଜେଡି ସଭାପତି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିବେ । ଏହାସହ ଚଳିତ ମାସ 26 ତାରିଖ ସୁଦ୍ଧା ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ।

PHOTO
19 ଜିଲ୍ଲାରେ ନୂଆ ମୁହଁ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Feb 21, 2020, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.