ETV Bharat / city

ବେଙ୍ଗଲ ଜିତିବୁ; ପରେ ଫୋକସ ଓଡିଶା - କୋରୋନା ଭାଇରସ ଖବର

ଆସନ୍ତା ମେ ୨ରେ ଆସିବ ୫ ରାଜ୍ୟର ନିର୍ବାଚନ ଫଳାଫଳ । ଏହାକୁ ନେଇ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ ବିଜେଡି ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

BJD and BJP reaction on exit poll politics
ବେଙ୍ଗଲ ଜିତିବୁ ତାପରେ ଓଡିଶା ଫୋକସ ଓଡିଶା କହିଲା ବିଜେପି
author img

By

Published : Apr 30, 2021, 9:17 PM IST

ଭୁବନେଶ୍ବର: ମେ’ ୨ରେ ଆସିବ ୫ ରାଜ୍ୟର ନିର୍ବାଚନ ଫଳାଫଳ । ନିକଟରେ ଶେଷ ହୋଇଥିବା ୫ ରାଜ୍ୟ ଆସାମ ,ପଶ୍ଚିମବଙ୍ଗ ,ପଡୁଚେରୀ, ତାମିଲନାଡୁ ଓ କେରଳ ଫଳାଫଳ ଆସିବ । ପଶ୍ଚିମବଙ୍ଗ ରେ ଦିଦି ପୁଣିଥରେ କ୍ଷମତା ବଜାୟ ରଖିବା ନେଇ ଅଧିକାଂଶ ଏକଜିଟ ପୋଲ ଦେଖାଉଥିବା ବେଳେ ଆସାମରେ ବିଜେପି ଓ କେରଳ ବାମ ସରକାରରେ ରହିବେ । ସେହିପରି ତାମିଲନାଡୁରେ ପରିବର୍ତ୍ତନ ଏବଂ ପଡୁଚେରୀରେ ବିଜେପି ଶାସନ କ୍ଷମତାକୁ ପ୍ରଥମ ଥର ଆସିବ ।

ବେଙ୍ଗଲ ଜିତିବୁ ତାପରେ ଓଡିଶା ଫୋକସ ଓଡିଶା କହିଲା ବିଜେପି

ଦେଶର ଚାରୋଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ଫଳାଳପ ଘୋଷଣା । ଏହାକୁ ନେଇ ରାଜ୍ୟର ପ୍ରମୁଖ ଦଳ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି ।ଏନେଇ ବିଜେପି ନେତା ପୃଥ୍ବୀରାଜ୍ ହରିଚନ୍ଦନ କହିଛନ୍ତି ଯେ ,ଏକଜିଟ ପୋଲ ଆହୁରୀ ଭଲ ହେବ ଏକଜାଟ୍ ପୋଲ୍ । ଆସାମ, ପଶ୍ଚିମବଙ୍ଗ ଓ ପୁଦୁଚେରୀରେ ବିଜେପି ସରକାର କରିବ। ତାମିଲନାଡୁରେ ବି ବିଜେପି ମେଣ୍ଟ ଭଲ ଫଳ କରିବ। ପଡୋଶୀ ରାଜ୍ୟର ଫଳା ଫଳ ଓଡିଶା ଉପରେ ପ୍ରଭାବ ପକାଇବ। ବୋଲି କହିଛନ୍ତି ପୃଥୀରାଜ୍ ହରିଚନ୍ଦନ । ସବୁଠୁ ଗୁରୁତ୍ବ କଥା ହେଉଛି ଆସାମ ଦାୟିତ୍ଵରେ ବୈଜୟନ୍ତ ପଣ୍ଡା ଓ ପଶ୍ଚିମବଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭୂମିକାରେ ରହି ନିର୍ବାଚନ ପରିଚାଳନା କରୁଥିଲେ । ଏଭଳି କ୍ଷେତ୍ରରେ ଉଭୟ ରାଜ୍ୟରେ ବିଜେପି ସରକାରକୁ ଫେରିଲେ ଓଡ଼ିଶାରେ ପ୍ରଭାବୀ ହେବ ବୋଲି ସେ କହିଛନ୍ତି ।

ସେପଟେ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ଏକଜିଟ୍ ପୋଲ ରେ କିଛ ଓ୍ଵେଭ୍ ନାହିଁ ।ନିର୍ବାଚନ ଫଳ ଆସିଲେ ଜଣାପଡିବ । ବିଜେପି ନଜରରେ ଓଡିଶା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିଜେପି ଏକ ରାଜନୈତିକ ଦଳ ସେ ତାଙ୍କର ପ୍ରୟାସ ଜାରି ରଖିଛନ୍ତି । ଓଡ଼ିଶାରେ ନବୀନ ପଟ୍ଟନାୟକ ଅପ୍ରତିଦ୍ଵନ୍ଦ୍ବୀ ,ବାରମ୍ବାର ଓଡ଼ିଶାର ଲୋକ ପ୍ରମାଣିତ ହୋଇଛି । ବିକାଶ ପ୍ରତି ଲୋକଙ୍କ ଆଭିମୁଖ୍ୟ ବିଜେଡି ପ୍ରତି ରହିଛି ବୋଲି ଦେବୀ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.