ETV Bharat / city

ବ୍ରଜରାଜନଗର ଉପନିର୍ବାଚନ: ଉଡା ଚଢେଇଙ୍କ ପ୍ରଚାର କାମ ଦେବନି କହିଲା ବିଜେଡି, ଜବାବ ରଖିଲା ବିଜେପି - by elections in Brajrajnagar

ବ୍ରଜରାଜନଗର ଉପନିର୍ବାଚନ ନେଇ ସରଗରମ ହେଲାଣି ରାଜନୀତି । ପ୍ରଚାର ମଧ୍ୟ ଜୋରଦାର କଲେଣି ବିଭିନ୍ନ ରାଜନୈତିକ ଦଳ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ରୋହିତ ପୂଜାରୀ ଓ ବିଜେପି ବିଧାୟକ ନାଉରି ନାୟକ । ଅଧିକ ପଢନ୍ତୁ

ବ୍ରଜରାଜନଗର ଉପନିର୍ବାଚନ
ବ୍ରଜରାଜନଗର ଉପନିର୍ବାଚନ
author img

By

Published : May 13, 2022, 10:58 PM IST

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ ନେଇ ସରଗରମ ହେଲାଣି ରାଜନୀତି । ପ୍ରଚାର ମଧ୍ୟ ଜୋରଦାର କଲେଣି ବିଭିନ୍ନ ରାଜନୈତିକ ଦଳ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ରୋହିତ ପୂଜାରୀ ଓ ବିଜେପି ବିଧାୟକ ନାଉରି ନାୟକ । ରୋହିତ କହିଛନ୍ତି ଯେ, ବ୍ରଜରାଜନଗର ଜନସାଧାରଣଙ୍କର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅଦ୍ଭୁତ ପୂର୍ବ ସମର୍ଥନ ରହିଛି । ଓଡିଶାବାସୀଙ୍କ ଭଲ ପାଇବା ପାଇଁ ବିଜେଡି 5 ଥର ସରକାର ଗଢିଛି ।

ବ୍ରଜରାଜନଗର ଉପନିର୍ବାଚନ; ଉଡା ଚଢେଇଙ୍କ ପ୍ରଚାର କାମ ଦେବନି କହିଲା ବିଜେଡି, ଜବାବ ରଖିଲା ବିଜେପି

ଦଳ ପ୍ରତି ଲୋକଙ୍କର ଭଲ ପାଇବା ଓ ବିଶ୍ବାସ ଅଛି । ସ୍ବର୍ଗତ କିଶୋର ମହାନ୍ତିଙ୍କ ପ୍ରତି ଯେଉଁ ଭଲ ପାଇବା ଥିଲା ତାହା ତାଙ୍କ ପତ୍ନୀଙ୍କ ପାଇଁ ବି ଅଛି । ତେଣୁ ଅଳକା ମହାନ୍ତି ବିପୁଳ ଭୋଟରେ ବିଜୟ ହେବେ । ଦୁଇ କେନ୍ଦ୍ରୀୟ ଦଳର ଷ୍ଟାର ପ୍ରଚାର ବ୍ରଜରାଜନଗର ଆସି ପ୍ରଚାର କରିବେ । ଏନେଇ କଟାକ୍ଷ କରିଛନ୍ତି ରୋହିତ । ନିର୍ବାଚନ ବେଳେ ଉଡା ଚଢେଇ ପ୍ରଚାର ଲାଗି ଆସିବେ । ନିର୍ବାଚନ ସମୟରେ ଆସି ଖାଲି ବୁଲି ଦେଲେ ହେବନି । ଲୋକେ ଜାଣିଛନ୍ତି ବିଜେଡି ତାଙ୍କ ସହିତ ଥିଲା, ଅଛି । ଆଗକୁ ମଧ୍ୟ ରହିବ । ନିର୍ବାଚନ ସମୟରେ ଉଡାଚଢେଇ ଭଳି ଆସି ପ୍ରଚାର କଲେ ବିଜେଡିର କିଛି କ୍ଷତି ହେବନାହିଁ ।

ସେହିପରି ବିଧାୟକ ନାଉରି ନାୟକ କହିଛନ୍ତି ଯେ, ଏଥର ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ବିଜୟ ହେବ । ଏହା ସ୍ଥାନୀୟ ଜନସାଧାରଣଙ୍କ ମତ । ଦଳ ଲାଗି ସୁଯୋଗ ସୃଷ୍ଟି ହୋଇଛି । ପୂର୍ବରୁ ରାଧାରାଣୀ ପଣ୍ଡା ଲୋକଙ୍କ ସେବା କରୁଥିଲେ । ପୁନର୍ବାର ବି ତାଙ୍କୁ ଭୋଟର ସୁଯୋଗ ଦେବେ ବୋଲି ନାଉରି କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.