ETV Bharat / city

ପ୍ରଶଂସା ସାଉଁଟିବାରେ ବିଜେଡି ସିଦ୍ଧହସ୍ତ: ମୋହନ ମାଝୀ - ବିଜେପି ବିଧାୟକ ମୋହନ ମାଝୀ

ବାତ୍ୟା ୟସ ପ୍ରସଙ୍ଗରେ ବିଜେପିକୁ ଶାସକ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଟାର୍ଗେଟ ପ୍ରସଙ୍ଗ । ଜବାବ ରଖିଛନ୍ତି ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ଅଧିକ ପଢନ୍ତୁ...

BJP MLA mohan majhi
ପ୍ରଶଂସା ସାଉଁଟିବାରେ ବିଜେଡି ସିଦ୍ଧହସ୍ତ: ମୋହନ ମାଝୀ
author img

By

Published : Jun 9, 2021, 5:20 PM IST

ଭୁବନେଶ୍ବର: ବାତ୍ୟା ୟସ ପ୍ରସଙ୍ଗରେ ବିଜେପିକୁ ଶାସକ ବିଜେଡି ବିଧାୟକ ପ୍ରତାପ ଦେବଙ୍କ ଟାର୍ଗେଟ ପ୍ରସଙ୍ଗରେ ପାଲଟା ଜବାବ ରଖିଛନ୍ତି ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ମୋହନ କହିଛନ୍ତି, ଭଲ କାମ ଯୋଗୁଁ ରାଜ୍ୟ ସରକାର ପ୍ରଶଂସା ପାଇଛନ୍ତି, ତାହା ଠିକ ଅଛି । କିନ୍ତୁ ବାତ୍ୟାଞ୍ଚଳ ପ୍ରଭାବିତ ଲୋକେ ଖାଇବାଠୁ ଆରମ୍ଭ କରି ଅନ୍ୟାନ୍ୟ ସହାୟତା ପାଇନାହାନ୍ତି । ପ୍ରଶଂସା ସାଉଁଟିବାରେ ବିଜେଡି ସିଦ୍ଧହସ୍ତ । କିନ୍ତୁ ତୃଣମୂଳ ସ୍ତରରେ ସମସ୍ୟାର ସମାଧାନ କରିନାହାନ୍ତି ରାଜ୍ୟ ସରକାର ।

ପ୍ରଶଂସା ସାଉଁଟିବାରେ ବିଜେଡି ସିଦ୍ଧହସ୍ତ: ମୋହନ ମାଝୀ

ସେଥିପାଇଁ ହିଁ କେନ୍ଦ୍ରୀୟ ଟିମକୁ ବିଜେପି ପ୍ରତିନିଧି ଦଳ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଯାଇଛି । ବିରୋଧୀ ଦଳ ବିଜେପି ଶସ୍ତା ସମାଲୋଚନା କରିନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ସୂଚନାଥାଉକି ରାଜ୍ୟରେ ବାତ୍ୟା ୟସ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ପ୍ରତିନିଧି ଦଳ ପରଦର୍ଶନ କରିଥିଲା ଏବଂ କ୍ଷୟକ୍ଷତି ଆକଳନ କରିଥିଲା । ଏହା ପରେ ରାଜ୍ୟ ବିଜେପି ପ୍ରତିନିଧି କେନ୍ଦ୍ରୀୟ ପ୍ରତିନିଧି ଦଳକୁ ଭେଟିବା ସହ ନିଜର ଦାବି ଜଣାଇଥିଲା । ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ରାଜନୀତି ଆରମ୍ଭ ହୋଇଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.