ETV Bharat / city

ଭୋଟ ପାଇଁ ଶପଥ ପାଠ, ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ - ବିଜେପି ବିରୋଧରେ ବିଜେଡି ଅଭିଯୋଗ

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି ପ୍ରତିନିଧି ଦଳ । ଏଥର ବି ବିଜେପି ବିରୁଦ୍ଧରେ ଅଭିଯୋଗ କରିଛନ୍ତି ବିଜେଡି । ଅଧିକ ପଢ଼ନ୍ତୁ

ଭୋଟ ପାଇଁ ଶପଥ ପାଠ, ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ

author img

By

Published : Jan 28, 2022, 9:52 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି ପ୍ରତିନିଧି ଦଳ । ଏଥର ବି ବିଜେପି ବିରୁଦ୍ଧରେ ଅଭିଯୋଗ କରିଛନ୍ତି ବିଜେଡି । ଭଦ୍ରକରେ କର୍ମୀଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ ସମାଧାନ କରିବାକୁ ଯାଇ ଭଗବାନଙ୍କ ନାମରେ ଶପଥ ପାଠ କରାଇ ଭୋଟ ଦେବାକୁ କର୍ମୀଙ୍କୁ କହିଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏନେଇ ଏକ ଭିଡିଓ ଭାଇରାଲ ହେବାପରେ ରାଜ୍ୟ ରାଜନୀତି ହଟଚମଟ ହୋଇଛି ।

ଭୋଟ ପାଇଁ ଶପଥ ପାଠ, ନିର୍ବାଚନ କମିଶନଙ୍କ ନିକଟରେ ବିଜେଡି ଫେରାଦ

ଏଭଳି ଭାବରେ ବିଜେପି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗ କରିଛି ବିଜେଡି । ଏହାକୁ ନେଇ ବିଜେଡିର ଏକ ୫ ଜଣିଆ ପ୍ରତିନିଧି ଦଳ ନିର୍ବାଚନ ଆୟୋଗଙ୍କୁ ଭେଟିଛି । ଶତାଧିକ ଲୋକଙ୍କୁ ନେଇ ଧର୍ମ ନାଁରେ ବିଜେପି ନେତା ଭୋଟ ମାଗୁଥିବା ନେଇ ଅଭିଯୋଗ କରିଛି ବିଜେଡି । ଜାନୁୟାରୀ ୨୬ରେ ସମସ୍ତ ନିୟମ କୁ ଉଲ୍ଲଂଘନ କରି ଏହି କ୍ୟାମ୍ପେନ କରାଯାଇଥିଲା । ଏହାକୁ ନେଇ ଖୁବଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛି ବିଜେଡି ।

ଏହା ବି ପଢ଼ନ୍ତୁ Oath for Vote: ଭୋଟ ପାଇଁ ଶପଥ କରାଇଲେ ବିଷ୍ଣୁ ସେଠୀ

ପଞ୍ଚାୟତ ନିର୍ବାଚନ ପାଇଁ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ପାଇଁ ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଶପଥ କରାଉଥିବା ଭିଡିଓ ଭାଇରାଲ ହୋଇଛି । ନିଜେ ବିଧାୟକ ନିଜ ଦଳର ଗୋଷ୍ଠୀ କନ୍ଦଳର ସମାଧାନ କରିବାକୁ ଯାଇ ନିଜ କର୍ମୀ ଓ ସମର୍ଥକ ମାନଙ୍କୁ ବାବା ଖିଲାଟେଶ୍ବରଙ୍କ ନାମରେ ଶପଥ କରାଇ ନିଜର ଦଳର ସମସ୍ତ ପ୍ରାର୍ଥୀ ମାନଙ୍କୁ ବିଜୟ କରାଇବାକୁ ଚେତାବନୀ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.