ETV Bharat / city

ରୁଚିକା ଆତ୍ମହତ୍ୟା ମାମଲା: 6 ଜଣିଆ ତଦନ୍ତ କମିଟି ଗଠନ କଲେ କଲେଜ ଅଧ୍ୟକ୍ଷ - ବିଜେବି କଲେଜ

ବିଜେବି କଲେଜରେ ସ୍ଥଗିତ ହେଲା ଯୁକ୍ତ ତିନି ବର୍ଷର ପରୀକ୍ଷା । ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାକୁ କେନ୍ଦ୍ର କରି ସମସ୍ତ କ୍ଲାସ ଏବଂ ପରୀକ୍ଷାକୁ ବନ୍ଦ କରାଯାଇଛି । ଏପଟେ 6 ଜଣିଆ ତଦନ୍ତ କମିଟି ଗଠନ କଲେ କଲେଜ ଅଧ୍ୟକ୍ଷ । ଅଧିକ ପଢ଼ନ୍ତୁ

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା : ସ୍ଥଗିତ ହେଲା ଯୁକ୍ତ ତିନି ବର୍ଷର ପରୀକ୍ଷା

author img

By

Published : Jul 4, 2022, 10:07 PM IST

ଭୁବନେଶ୍ବର : ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା । ସତ୍ୟାସତ୍ୟ ଯାଞ୍ଚ ପାଇଁ କଲେଜର 6 ଜଣିଆ କମିଟି କଲେ ବିଜେବି କଲେଜ ଅଧ୍ୟକ୍ଷ । ଏହା ସହ ଆଜି ଏବଂ ଆସନ୍ତାକାଲି ଥିବା ପରୀକ୍ଷାକୁ ଘୁଞ୍ଚା ଯାଇଥିବା ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା ସ୍ଥଗିତ। କିଛି କ୍ଲାସ ମଧ୍ୟ ବାତିଲ ହୋଇଛି ।

ସେପଟେ ଘଟଣା ପ୍ରତିବାଦରେ କଲେଜ ଫାଟକ ଆଗରେ ବସିଛନ୍ତି ରୁଚିକାଙ୍କ ପରିବାର ଲୋକ ଓ କିଛି ଛାତ୍ର ସଂଗଠନ । ବିକ୍ଷୋଭ ପ୍ରଦର୍ଶନ କରିବା ସହ କଲେଜ ଗେଟରେ ତାଲା ପକାଇ ଦେଇଛନ୍ତି । ରାଗିଂ କରୁଥିବା 3 ସିନିୟର ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କରିଛନ୍ତି। ଏହା ସହ ବିଜେବି କଲେଜର ଛାତ୍ର ଛାତ୍ରୀ ମାନେ ଦୀପ ମହମବତୀ ଧରି ଏକ ରାଲି କରିଛନ୍ତି ।

ସୂଚନାନୁସାରେ, ଶନିବାର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ରାଗିଂ କରୁଥିବା 3 ସିନିୟର ଛାତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.