ETV Bharat / city

କଲେକ୍ଟର ହେବାକୁ ଆଶା ରଖିଥିଲେ, ସିନିୟରଙ୍କ ରାଗିଂ ସହି ନପାରି କଲେ ସୁଇସାଇଡ - ରୁଚିକା ମହାନ୍ତି ସୁଇସାଇଡ ନୋଟ

ବିଜେବି କଲେଜର ଯୁକ୍ତ ତିନି‌ ଛାତ୍ରୀ ରୁଚିକା ମହାନ୍ତି ସୁଇସାଇଡ କରିଛନ୍ତି । ଏହାର କାରଣ ସେ ଛାଡି ଯାଇଥିବା ସୁଇସାଇଡ ନୋଟରେ ଲେଖିଛନ୍ତି । ଅଧିକ ପଢନ୍ତୁ

ସିନିୟରଙ୍କ ରାଗିଂ ସହିନପାରି ଛାତ୍ରୀଙ୍କ ସୁଇସାଇଡ

author img

By

Published : Jul 2, 2022, 9:41 PM IST

ଭୁବନେଶ୍ବର: ବିଜେବି କଲେଜର ଯୁକ୍ତ ତିନି‌ ଛାତ୍ରୀ ରୁଚିକା ମହାନ୍ତି ସୁଇସାଇଡ କରିଛନ୍ତି । ଏହାର କାରଣ ସେ ଛାଡି ଯାଇଥିବା ସୁଇସାଇଡ ଲେଟରକୁ ନେଇ ଅନେକ ଦିଗ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଲେଖିଛନ୍ତି, ସିନିୟରଙ୍କ ରାଗିଂ ସହିପାରିଲେନି, ଏପରିକି ରାଗିଂରେ ଏତେ ଅତିଷ୍ଠ ହେଲେ ଯେ ବାଧ୍ୟ ହୋଇ ସୁଇସାଇଡ କରିଛନ୍ତି । ଏଥିପାଇଁ 3 ଜଣ ଦାୟୀ ବୋଲି ସେ ନୋଟରେ ଉଲ୍ଲେଖ କରିଛନ୍ତି । ତେବେ ସେହି ତିନି ଜଣଙ୍କ ଉପରେ ତାଙ୍କ ବାପା ମା’ଙ୍କର ନିଶ୍ବାସ ପଡିବ ବୋଲି ସେ ଲେଖିଛନ୍ତି ।

ସିନିୟରଙ୍କ ରାଗିଂ ସହିନପାରି ଛାତ୍ରୀଙ୍କ ସୁଇସାଇଡ

ତେବେ କଲେକ୍ଟର ହେବାକୁ ଆଶା ରଖିଥିବା ଏହି ଛାତ୍ରୀ ଜଣକ ଏମିତି କେଉଁ ରାଗିଂରେ ଅତିଷ୍ଠ ହେଲେ ଶେଷରେ ଏମିତି ଚରମ ପଦକ୍ଷେପ ନେଲ ତାହା ସବୁଠାରୁ ବଡ ପ୍ରଶ୍ନ । ଏନେଇ କାହିଁକି ସେ ତାଙ୍କର ସହପାଠିନୀଙ୍କୁ ଜଣାଇଲେ ନାହିଁ ? ଏପରିକି ହଷ୍ଟେଲରେ ଥିବା ଓ୍ବାର୍ଡେନ କ’ଣ କରୁଥିଲେ ? ଏଥିସହ କଲେଜର ଆଣ୍ଟି ରାଗିଂ ୟୁନିଟ କିପରି କାମ କରୁଛି, କେମିତି ଜାଣିପାରିଲେନି କଲେଜ ହଷ୍ଟେଲରେ ଏପରି ସିରିୟସ ରାଗିଂ ଚାଲିଛି ? ଏତେବଡ ପ୍ରତିଷ୍ଠିତ କଲେଜରେ ଏପରି ଘଟଣା ବଡ ପ୍ରଶ୍ନବାଚି ସୃଷ୍ଟି କରିଛି । ଏପରିକି କଲେଜର ହଷ୍ଟେଲକୁ ଆସୁଥିବା ନୂତନ ଛାତ୍ରୀ ଓ ତାଙ୍କ ପରିବାର ଏବେ ଭୟଭୀତ ହୋଇପଡିଛନ୍ତି ।

ଆଜି ଏପରି ଖବର ଜାଣିବା ପରେ କିଛି ଯେଉଁ ଅଭିଭାବକ ପିଲାଙ୍କୁ ନେଇ କଲେଜ ହଷ୍ଟେଲ ଆସିଥିଲେ, କିଛି ଅଭିଭାବକ ନିଜ ପିଲାକୁ ଫେରାଇ ନେଇଯାଇଛନ୍ତି । ଏବେ ଏନେଇ କଲେଜରେ ଏକ ବଡ ଧରଣର‌ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଅଭିଭାବକଙ୍କ ସହ କିଛି ଛାତ୍ରଛାତ୍ରୀ ଏନେଇ କଲେଜ ସମ୍ମୁଖରେ ପ୍ରତିବାଦ ସହ ନ୍ୟାୟ ଦାବି କରିଛନ୍ତି । କିଏ ସେହି ସିନିୟର ଯେକି ରୁଚିକାକୁ ରାଗିଂ କରୁଥିଲେ ତାହା ସବୁଠୁ ବଡ ପ୍ରଶ୍ନ । ଏପରିକି କଲେଜର ଲେଡିଜ ହଷ୍ଟେଲ କାରୁବାକି ଛାତ୍ରୀ ନିବାସର ତୃତୀୟ ମହଲାରେ ଡର୍ମିଟାରୀ ରୁମରେ ରୁଚିକାକୁ ଆଲର୍ଟମେଣ୍ଟ ହୋଇଥିଲା ହେଲେ ସେ ହୁଏତ ଭୟରେ ଦ୍ବିତୀୟ ମହଲାରେ ଥିବା ରୁମ ନମ୍ବର ୨୦୧ରେ ଆସି ରହୁଥିଲେ । ରାଗିଂ ଭୟରେ କିଛି କହିନପାରି ଶେଷରେ ଲୁଗା ସୁଖାଇବାକୁ ଥିବା ପ୍ଲାଷ୍ଟିକ ରଶିରେ ରୁମର ଫ୍ୟାନରେ ଝୁଲି ପଡିଥିଲେ । ଏପରିକି ରୁଚିକାଙ୍କ ଓଜନ ସମ୍ଭାଳି ନପାରି ରଶିଟି ଛିଣ୍ଡି ଯାଇଥିବାରୁ ମୃତଦେହଟି ବେଡ ଉପରେ ପଡିଥିଲା । ବେକରେ ରଶି ଲାଗିଥିବାରୁ ଏବଂ ଫ୍ୟାନରେ ରଶି ଲାଗିଥିବାରୁ ସେ ସୁଇସାଇଡ କରିଥିବା ପୋଲିସ ସ୍ପଷ୍ଟ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.