ETV Bharat / city

76 ବର୍ଷରେ ମୁଖ୍ୟମନ୍ତ୍ରୀ: ଜନ୍ମଦିନରେ ଛୁଟିଲା ଶୁଭେଚ୍ଛା ସୁଅ

author img

By

Published : Oct 16, 2021, 9:00 AM IST

Updated : Oct 16, 2021, 9:19 AM IST

ଆଜି ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ପ୍ରଧାନମନ୍ତ୍ରୀଙ୍କ ଠାରୁ ରେଳମନ୍ତ୍ରୀ ଯାଏଁ ସମସ୍ତେ ଜଣାଇଲେ ଶୁଭେଚ୍ଛା । ଅଧିକ ପଢନ୍ତୁ...

76 ବର୍ଷରେ ମୁଖ୍ୟମନ୍ତ୍ରୀ: ଜନ୍ମଦିନରେ ଛୁଟିଲା ଶୁଭେଚ୍ଛା ସୁଅ
76 ବର୍ଷରେ ମୁଖ୍ୟମନ୍ତ୍ରୀ: ଜନ୍ମଦିନରେ ଛୁଟିଲା ଶୁଭେଚ୍ଛା ସୁଅ

ଭୁବନେଶ୍ବର: ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ତାଙ୍କୁ ୭୫ ବର୍ଷ ପୁରି ଆଜି ୭୬ ବର୍ଷ ଚାଲିଛି । କୋଭିଡ ଯୋଗୁଁ ଦୁଇ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ନିଜ ଜନ୍ମଦିନ ପାଳନ ପାଇଁ ମନା କରିଛନ୍ତି ଓ ନବୀନ ନିବାସ ନ ଆସିବା ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଓଡିଶା ରାଜନୀତିର ଏହି ବିଚକ୍ଷଣ ରାଜନେତାଙ୍କ ଜନ୍ମଦିନରେ ତାଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ ।

ମୁଖ୍ୟମନ୍ତ୍ରୀ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

  • Greetings to Shri Naveen Patnaik Ji on his birthday. I pray that he is blessed with a long and healthy life in service of the people. @Naveen_Odisha

    — Narendra Modi (@narendramodi) October 16, 2021 " class="align-text-top noRightClick twitterSection" data=" ">

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନବୀନଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ।

  • ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଜୀଙ୍କୁ ଜନ୍ମ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆପଣଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରୁଛି ।

    — Dharmendra Pradhan (@dpradhanbjp) October 16, 2021 " class="align-text-top noRightClick twitterSection" data=" ">

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଓଡିଶାର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇ ମହାପ୍ରଭୁଙ୍କ ପାଖରେ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ।

  • Warm birthday greetings to CM of Odisha, Shri @Naveen_Odisha Ji.
    May Lord Jagannath bless you with best of health and happiness.

    — Ashwini Vaishnaw (@AshwiniVaishnaw) October 16, 2021 " class="align-text-top noRightClick twitterSection" data=" ">

ଓଡିଶାର ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ସହ ମହାପ୍ରଭଙ୍କୁ ତାଙ୍କର ଜୀବନ ନିରାୟମ ଏବଂ ସୁଖମୟ ହେଉ ବୋଲି କାମନା କରିଛନ୍ତି ।

  • ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଜନ୍ମଦିବସରେ ମାନ୍ୟବର ରାଜ୍ୟପାଳ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କର ଜୀବନ ନିରାମୟ ଓ ସୁଖମୟ ହେଉ ବୋଲି ପ୍ରାର୍ଥନା କରିଛନ୍ତି।💐💐

    — Governor Odisha (@GovernorOdisha) October 16, 2021 " class="align-text-top noRightClick twitterSection" data=" ">

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଓଡିଶାର ଅପରାଜେୟ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି । ପୁରୀ ବେଳାଭୂମିରେ ନବୀନଙ୍କ ବାଲୁକା ଚିତ୍ର ତିଆରି କରି happy birthday Naveen patnaik ji ଲେଖିଛନ୍ତି ଏବଂ ଜଗନ୍ନାଥଙ୍କ ନିକଟରେ ଦୀର୍ଘାୟୁ କାମନା କରିଛନ୍ତି ।

Last Updated : Oct 16, 2021, 9:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.