ETV Bharat / city

ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ: ଓୟୁଏଟି ପରିସରରୁ ମରାଗଲା କୁକୁଡା

author img

By

Published : Jan 28, 2020, 1:20 PM IST

ଆଜି ଠାରୁ ଆରମ୍ଭ ହୋଇଯାଇଛି କୁକୁଡା ମରା ଅଭିଯାନ । ଏହି ଅଭିଯାନରେ ଓୟୁଏଟି କୁକୁଡା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆକ୍ରାନ୍ତ କୁକୁଡାକୁ ମରାଯିବ ସହ ଗବେଷଣା କେନ୍ଦ୍ରର 1କିମି ପରିଧି ମଧ୍ୟରେ ସମସ୍ତ ଚିକେନ ସେଣ୍ଟର ଉପରେ ଚଢାଉ କରାଯାଇଛି ।

OUAT campus
ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ: ଓୟୁଏଟି ପରିସରରୁ ମରାଗଲା କୁକୁଡା

ଭୁବନେଶ୍ବର:ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ । ଆରମ୍ଭ ହୋଇଛି ବାର୍ଡ ଫ୍ଲୁ ଅପରେସନ । ଓୟୁଏଟି କୁକୁଡା ଗବେଷଣା କେନ୍ଦ୍ରରେ ବାର୍ଡ ଫ୍ଲୁ ଆକ୍ରାନ୍ତ କୁକୁଡାକୁ ମରାଯାଇଛି । ଏନେଇ ଏକ ସ୍ବତନ୍ତ୍ର ଟିମ ପ୍ରତିଶୋଧକମୂଳକ ଭାବେ ସମସ୍ତ ଆକ୍ରାନ୍ତ କୁକୁଡାକୁ ନଷ୍ଟ କରିଛନ୍ତି । ନଷ୍ଟ ହୋଇଥିବା ସମସ୍ତ କୁକୁଡାକୁ ଗବେଷଣା କେନ୍ଦ୍ର ପରିସରରେ 10ମିଟର ଏକ ଗଭୀର ଖାତ କରାଯାଇ କମ୍ପୋଷ୍ଟ ଦେଇ ପୋତି ଦିଆଯାଇଛି ।

ଏହି ଅପରେସନରେ ଓୟୁଏଟରୁ 7 କିମି ପରିଧି ମଧ୍ୟରେ ଥିବା ଚିକେନ ସେଣ୍ଟରରେ ଚଢାଉ କରି ସମସ୍ତ କୁକୁଡାକୁ ସହ ଅଣ୍ଡା ଓ କୁକୁଡା ଖାଦ୍ୟକୁ ମଧ୍ୟ ଜବତ କରାଯାଇଛି । ଏସବୁକୁ ଅଣାଯାଇ, ଓୟୁଏଟିର ସ୍ବତନ୍ତ୍ର ଖାତରେ ନଷ୍ଟ କରାଯିବ । ଏହା ସହ ଆହୁରି 4ଟି ଟିମ ଓୟୁଏଟି ଠାରୁ 10 କିମି ପରିଧି ମଧ୍ୟରେ ଚିକେନ ସେଣ୍ଟର ଓ କୁକୁଡା ଫାର୍ମରେ କୁକୁଡା ରକ୍ତ ନମୂନା ସଂଗ୍ରହ କରି ଲ୍ୟାବକୁ ପଠାଯିବ । ଏଥିପାଇଁ ମୋଟ 13 ଜଣ ନିୟୋଜିତ ହୋଇଥିବାବେଳେ, ପ୍ରତି ଟିମରେ 3ରୁ 4ଜଣ ଅଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.