ETV Bharat / city

ବାର୍ଡ ଫ୍ଲୁ ଆତଙ୍କ: କ'ଣ ରହିଛି ବେପାରୀଙ୍କ ପ୍ରତିକ୍ରିୟା... - bird flu effect in bhubaneswar

ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ । ଓୟୁଏଟିରେ ବାର୍ଡ ଫ୍ଲୁ ରୋଗ ବ୍ୟାପିବା ଖବର ସାମ୍ନାକୁ ଆସିବା ପରେ ଚିକେନ୍ ବେପାରୀଙ୍କ ଉପରେ ଏହାର ପ୍ରଭାବ ପଡିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jan 28, 2020, 5:47 PM IST

ଭୁବନେଶ୍ବର: ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ । ଓୟୁଏଟିରେ ବାର୍ଡ ଫ୍ଲୁ ରୋଗ ବ୍ୟାପିବା ଖବର ସାମ୍ନାକୁ ଆସିବା ପରେ ଚିକେନ୍ ବେପାରୀଙ୍କ ଉପରେ ଏହାର ପ୍ରଭାବ ପଡିଛି । ଏହାସହ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଭୟ ଜାତ ହୋଇଛି ।

ବାର୍ଡ ଫ୍ଲୁ ଆତଙ୍କ: ଜାଣନ୍ତୁ କ'ଣ ରହିଛି ବେପାରୀଙ୍କ ପ୍ରତିକ୍ରିୟା...

ଓୟୁଏଟି ଠାରୁ ଏକ କିଲୋମିଟର ପରିଧି ମଧ୍ୟରେ ଥିବା ଚିକେନ ଓ ଅଣ୍ଡା ଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ହୋଟେଲ ଗୁଡିକରେ ଆମିଷ ଖାଦ୍ୟ ବନ୍ଦ ରହିଛି । ଅନ୍ୟପକ୍ଷେ ବେପାରୀଙ୍କୁ 2-3 ମାସ ଦୋକାନ ବନ୍ଦ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ହୋଟେଲ ଆସୁଥିବା ଅନେକ ଗ୍ରାହକ ଏ ବିଷୟରେ ଅବଗତ ନଥିବା ବେଳେ ଏହାକୁ ନେଇ ସତର୍କତା ଅବଲମ୍ବନ କରିବେ ବୋଲି କହିଛନ୍ତି ।

ଓୟୁଏଟି ବ୍ୟତୀତ ୟୁନିଟ-4, ୟୁନିଟ-8, ୟୁନିଟ-3 ଆଦି ଅଞ୍ଚଳରେ ଦୋକାନୀ କିମ୍ବା ଗ୍ରାହକଙ୍କ ଉପରେ ପ୍ରଭାବ ପଡିବା ନେଇ ବୁଧବାର ଜଣାପଡିପାରେ । କାରଣ ବୁଧବାର ଆମିଷ ବାର ହେଇଥିବାରୁ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଜଣାପଡିବ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ରାଜଧାନୀର ଓୟୁଏଟି ଠାରେ କୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ରୋଗ ବ୍ୟାପିବା ଜଣା ପଡିବା ପରେ ଏବେ ଚିକେନ୍ ବେପାରୀ ମାନଙ୍କ ଉପରେ ଏହାର ପ୍ରଭାବ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି।ଲୋକମାନଙ୍କ ମନରେ ଏହାକୁ ନେଇ ଭୟ ଦେଖା ଦେଇଥିବାବେଳେ ବେପାରିମାନେ ହାତବାନ୍ଧି ବସିଥିବା ଦେଖିବାକୁ ମିଳିଛି।

Body:ତେବେ ଏହାର ପ୍ରଭାବ ଓୟୁଏଟି ଅଞ୍ଚଳରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଅଞ୍ଚଳମାନଙ୍କରେ ଏହା କମ ପରିମାଣର ଅନୁଭୂତ ହୋଇଥିବା ଦେଖାଯାଏ।ଓୟୁଏଟି ଠାରୁ ଏକ କିଲୋମିଟର ପରିଧି ମଧ୍ୟରେ ଥିବା ଚିକେନ ଓ ଅଣ୍ଡା କାଉଣ୍ଟର ବନ୍ଦ ରହିଥିବାବେଳେ ହୋଟେଲେ ମାନଙ୍କରେ ମଧ୍ୟ ଏହା ଦ୍ବାରା ପ୍ରସ୍ତୁତ ଖାଦ୍ୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି।ତେବେ ବେପାରିମାନଙ୍କୁ ଏନେଇ ଦୁଇ ତିନିମାସ ବନ୍ଦ ରଖିବାକୁ କୁହାଯାଇଥିବା ବେଳେ ସେମାନେ କିପରି ଚାଲିବେ ବୋଲି କହିଛନ୍ତି।ହୋଟେଲ ମାନଙ୍କୁ ଆସୁଥିବା ଅନେକ ଗରାଖ ଏବିଷୟରେ ଠିକ ରେ ଅବଗତ ହୋଇ ନଥିବାବେଳେ ଆଗକୁ ସତର୍କତା ଅବଲମ୍ବନ କରିବେ ବୋଲି କହିଥିବା ବେଳେ ଅନ୍ୟ ଅଞ୍ଚଳ ଯଥା ୟୁନିଟ 4,ୟୁନିଟ 8,ୟୁନିଟ 3ଆଦି ଅଞ୍ଚଳର ଦୋକାନୀମାନେ ଏହାର ପ୍ରଭାବ ଲୋକମାନଙ୍କ ଉପରେ ପଡିଛି କି ନାହିଁ ଆସନ୍ତାକାଲି ଜଣାପଡିବ ବୋଲି କହିଛନ୍ତି।କାରଣ ଆସନ୍ତାକାଲି ବୁଧୁବାର ଆମିଷ ବାରି ଅଟେ।ଯଦି ଲୋକମାନେ ନ ଆସନ୍ତି ତେବେ ସେମାନେ ଏହାର ପ୍ରଭାବ କମ ହେବା ପର୍ଯ୍ୟନ୍ତ ବେପାର ବନ୍ଦ ରଖିବେ ବୋଲି କହିଛନ୍ତି।
ବାଇଟ-ଚିକେନ୍ ଦୋକାନୀ,1,2,
ବାଇଟ-ଗ୍ରାହକ-1,2
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.