ETV Bharat / city

ନନ୍ଦନକାନନକୁ ବାର୍ଡ ଫ୍ଲୁ ଭୟ, ପକ୍ଷୀ ଏନ୍‌କ୍ଲୋଜର ବୁଲିବା ନିଷେଧ - nandankanan bird flu fear

ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ବାର୍ଡ ଫ୍ଲୁ'ର ଭୟ । ନନ୍ଦନକାନନ ପକ୍ଷୀ ଏନକ୍ଲୋଜର ଭିତରକୁ ପର୍ଯ୍ୟଟକଙ୍କ ବୁଲିବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଅଧିକ ପଢ଼ନ୍ତୁ...

ନନ୍ଦନକାନନକୁ ବାର୍ଡ ଫ୍ଲୁ ଭୟ, ପକ୍ଷୀ ଏନ୍‌କ୍ଲୋଜର ବୁଲିବା ନିଷେଧ
author img

By

Published : Jan 11, 2021, 9:29 PM IST

Updated : Jan 15, 2021, 3:03 PM IST

ଭୁବନେଶ୍ବର: ଦେଶରେ ବାର୍ଡ ଫ୍ଲୁ'ର ଆତଙ୍କ ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ନନ୍ଦନକାନନ ପକ୍ଷୀ ଏନକ୍ଲୋଜର ଭିତରକୁ ପର୍ଯ୍ୟଟକଙ୍କ ବୁଲିବା ଉପରେ ନିଷେଧାଦେଶ ଜାରି କରାଯାଇଛି।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ବାର୍ଡ ଫ୍ଲୁ'ର ଭୟ ଘାରିଛି। ବାର୍ଡ ଫ୍ଲୁ ସଂକ୍ରମଣ ରୋକିବାକୁ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ନେଉଛନ୍ତି। କୌଣସି ଅଜଣା ବିପଦକୁ ଅଯଥାରେ ଟାଣି ଆଣିବାକୁ ଚାହୁଁନାହାନ୍ତି। ତେବେ ପ୍ରାଣୀ ଉଦ୍ୟାନର ଅନ୍ୟ ଏନକ୍ଲୋଜର ପୂର୍ବପରି ଖୋଲା ରହିବ। ସେଠାକୁ ଯିବାକୁ କୌଣସି ପର୍ଯ୍ୟଟକଙ୍କ ପାଇଁ କିଛି କଟକଣା ରହିବ ନାହିଁ।

ତେବେ ପୂର୍ବରୁ କୋଭିଡ-19 ପାଇଁ ନନ୍ଦନକାନନ ବନ୍ଦ ରହିଥିବା ବେଳେ ଏବେ ବାର୍ଡ ଫ୍ଲୁ ଆତଙ୍କ ସଭିଙ୍କୁ ଚିନ୍ତିତ କରିଛି। ମଧ୍ୟ ପ୍ରଦେଶର ଭୋପାଳରୁ ଆରମ୍ଭ ହୋଇଥିବା ରୋଗ ନିରାକରଣ ହେବା ଯାଏଁ ପକ୍ଷୀ ଏନକ୍ଲୋଜରରେ ବାର୍ଡ ଫ୍ଲୁ କଟକଣା ଜାରି ରହିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 15, 2021, 3:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.